ବସରେ କଟୁଛି ଜୀବନ: ରାଜୁଙ୍କ ପାଇଁ ବସ୍ ସାଜିଛି ଘର

The Sakala Picture
Published On

ସୋନପୁର: ରାଉରକେଲା ନିବାସୀ ରାଜୁ ବରାଡ। ୪-୫ ବର୍ଷ ହେବ ବଲାଙ୍ଗିର-ଭୁବନେଶ୍ୱର ବସରେ ଡ୍ରାଇଭର ଭାବେ କାମ କରନ୍ତି। ତେବେ ଲକଡାଉନ ଯୋଗୁଁ ବସ୍ ବନ୍ଦ ହୋଇଥିବାରୁ ଏବେ ହାତ ବାନ୍ଧି ବସି ରହିଛନ୍ତି। ତେବେ ଘରକୁ ଫେରିଲେ କଣ କରିବେ ରାଜୁ। କେଉଁଠୁ ପରିବାର ଲୋକଙ୍କୁ ପଇସା ଯୋଗାଡ କରି ଦେବେ। ରାଉରକେଲା ଫେରିବା ମାତ୍ରେ ଘର ଚଳିବା ପାଇଁ ପଇସା ମାଗିବେ। ତେଣୁ ସେ ନିଜ ଘରକୁ ନଫେରି ସୋନପୁର ବସଷ୍ଟାଣ୍ଡରେ ବସ୍ ଭିତରେ […]

ସୋନପୁର: ରାଉରକେଲା ନିବାସୀ ରାଜୁ ବରାଡ। ୪-୫ ବର୍ଷ ହେବ ବଲାଙ୍ଗିର-ଭୁବନେଶ୍ୱର ବସରେ ଡ୍ରାଇଭର ଭାବେ କାମ କରନ୍ତି। ତେବେ ଲକଡାଉନ ଯୋଗୁଁ ବସ୍ ବନ୍ଦ ହୋଇଥିବାରୁ ଏବେ ହାତ ବାନ୍ଧି ବସି ରହିଛନ୍ତି। ତେବେ ଘରକୁ ଫେରିଲେ କଣ କରିବେ ରାଜୁ। କେଉଁଠୁ ପରିବାର ଲୋକଙ୍କୁ ପଇସା ଯୋଗାଡ କରି ଦେବେ। ରାଉରକେଲା ଫେରିବା ମାତ୍ରେ ଘର ଚଳିବା ପାଇଁ ପଇସା ମାଗିବେ। ତେଣୁ ସେ ନିଜ ଘରକୁ ନଫେରି ସୋନପୁର ବସଷ୍ଟାଣ୍ଡରେ ବସ୍ ଭିତରେ ଦିନ କାଟୁଛନ୍ତି। ବସରେ ଖାଉଛନ୍ତି ଏବଂ ବସରେ ଶୋଉଛନ୍ତି ରାଜୁ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

କିଛି ବର୍ଷ ହେଲା ସେ ଗ୍ରୀନ ବେଲୁନ୍ ବସ୍ ଚଳାଉଥିଲେ। ଏବେ ବସଟି ବସଷ୍ଟାଣ୍ଡରେ ରଖା ଯାଇଥିବାରୁ ସେହି ବସରେ ସେ ରହୁଛନ୍ତି। ରାଜୁଙ୍କ କହିବା ଅନୁସାରେ ବସ ମାଲିକ ସୁନିଲ ତାଙ୍କୁ ଜଳଖିଆ, ଭାତ ଆଦି ସବୁ ଖାଇବା ପିଇବା ଠିକ୍ ସମୟରେ ପହଞ୍ଚାଇ ଦେଉଛନ୍ତି। ବସ୍ ନ ଯଗିଲେ ବ୍ୟାଟେରୀ ତଥା ଅନ୍ୟାନ୍ୟ ଦାମିକା ଯନ୍ତ୍ରପାତି ଚୋରି ହୋଇଯିବ। ପୁଣି ଗାଡି ଷ୍ଟାର୍ଟ ନକରି ପକାଇ ରଖିଲେ ସମସ୍ୟା ଦେଖା ଦିଏ। ଏହି ସବୁ କାମ ପାଇଁ ପୁଣି କାହାକୁ ଖୋଜି ଥାନ୍ତେ ବସ୍ ମାଲିକ। ତେଣୁ ଅସୁବିଧା ସମୟରେ ମାଲିକଙ୍କୁ ସହଯୋଗ କରିବା ଆମର ବି କର୍ତ୍ତବ୍ୟ ବୋଲି କହିଛନ୍ତି ରାଜୁ। ବସ ମାଲିକଙ୍କ ଅନୁରୋଧ ରକ୍ଷା କରି ମୁଁ ବସ୍ ଛାଡି କୁଆଡେ ଯାଉନାହିଁ ବୋଲି ସେ କହିଛନ୍ତି। ତେବେ ଶୀଘ୍ର ବସ୍ ଚାଲିବ ଏବଂ ଆମକୁ ପୁଣି ରୋଜଗାର ମିଳିବ ବୋଲି ରାଜୁ ଆଶାବାଦୀ ଅଛନ୍ତି। ସତରେ ଆଜିକାର ଦୁନିଆରେ ରାଜୁ ଭଳି ନିଆରା ଏବଂ ବିଶ୍ୱସ୍ତ କର୍ମଚାରୀ ମିଳିବା କଷ୍ଟକର।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ଯାତ୍ରୀବାହି ବସ୍ ବନ୍ଦ ଯୋଗୁଁ ରାଜୁ ଭଳି ବହୁ ବସ୍ କର୍ମଚାରୀ ଆର୍ଥିକ ଅନାଟନ ଭିତରେ କାଳାତିପାତ କରୁଛନ୍ତି। ଘରେ ଦୁଇବେଳି ଆହାର ଯୋଗାଡ କରିବା ମଧ୍ୟ ଅଧିକାଂଶ ଲୋକଙ୍କ ପାଇଁ କଷ୍ଟକର ହୋଇ ପଡୁଛି। ତେଣୁ ଏମାନଙ୍କ ପାଇଁ ସରକାର ବିହିତ ପଦକ୍ଷେପ ନେବା ପାଇଁ ଦାବି ହେଉଛି।

ଆହୁରି ପଢ଼ନ୍ତୁ: କାଶୀପୁରରେ ଛତୁ ଚାଷ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ

26 Jun 2021 By The Sakala

ବସରେ କଟୁଛି ଜୀବନ: ରାଜୁଙ୍କ ପାଇଁ ବସ୍ ସାଜିଛି ଘର

ସୋନପୁର: ରାଉରକେଲା ନିବାସୀ ରାଜୁ ବରାଡ। ୪-୫ ବର୍ଷ ହେବ ବଲାଙ୍ଗିର-ଭୁବନେଶ୍ୱର ବସରେ ଡ୍ରାଇଭର ଭାବେ କାମ କରନ୍ତି। ତେବେ ଲକଡାଉନ ଯୋଗୁଁ ବସ୍ ବନ୍ଦ ହୋଇଥିବାରୁ ଏବେ ହାତ ବାନ୍ଧି ବସି ରହିଛନ୍ତି। ତେବେ ଘରକୁ ଫେରିଲେ କଣ କରିବେ ରାଜୁ। କେଉଁଠୁ ପରିବାର ଲୋକଙ୍କୁ ପଇସା ଯୋଗାଡ କରି ଦେବେ। ରାଉରକେଲା ଫେରିବା ମାତ୍ରେ ଘର ଚଳିବା ପାଇଁ ପଇସା ମାଗିବେ। ତେଣୁ ସେ ନିଜ ଘରକୁ ନଫେରି ସୋନପୁର ବସଷ୍ଟାଣ୍ଡରେ ବସ୍ ଭିତରେ ଦିନ କାଟୁଛନ୍ତି। ବସରେ ଖାଉଛନ୍ତି ଏବଂ ବସରେ ଶୋଉଛନ୍ତି ରାଜୁ।

କିଛି ବର୍ଷ ହେଲା ସେ ଗ୍ରୀନ ବେଲୁନ୍ ବସ୍ ଚଳାଉଥିଲେ। ଏବେ ବସଟି ବସଷ୍ଟାଣ୍ଡରେ ରଖା ଯାଇଥିବାରୁ ସେହି ବସରେ ସେ ରହୁଛନ୍ତି। ରାଜୁଙ୍କ କହିବା ଅନୁସାରେ ବସ ମାଲିକ ସୁନିଲ ତାଙ୍କୁ ଜଳଖିଆ, ଭାତ ଆଦି ସବୁ ଖାଇବା ପିଇବା ଠିକ୍ ସମୟରେ ପହଞ୍ଚାଇ ଦେଉଛନ୍ତି। ବସ୍ ନ ଯଗିଲେ ବ୍ୟାଟେରୀ ତଥା ଅନ୍ୟାନ୍ୟ ଦାମିକା ଯନ୍ତ୍ରପାତି ଚୋରି ହୋଇଯିବ। ପୁଣି ଗାଡି ଷ୍ଟାର୍ଟ ନକରି ପକାଇ ରଖିଲେ ସମସ୍ୟା ଦେଖା ଦିଏ। ଏହି ସବୁ କାମ ପାଇଁ ପୁଣି କାହାକୁ ଖୋଜି ଥାନ୍ତେ ବସ୍ ମାଲିକ। ତେଣୁ ଅସୁବିଧା ସମୟରେ ମାଲିକଙ୍କୁ ସହଯୋଗ କରିବା ଆମର ବି କର୍ତ୍ତବ୍ୟ ବୋଲି କହିଛନ୍ତି ରାଜୁ। ବସ ମାଲିକଙ୍କ ଅନୁରୋଧ ରକ୍ଷା କରି ମୁଁ ବସ୍ ଛାଡି କୁଆଡେ ଯାଉନାହିଁ ବୋଲି ସେ କହିଛନ୍ତି। ତେବେ ଶୀଘ୍ର ବସ୍ ଚାଲିବ ଏବଂ ଆମକୁ ପୁଣି ରୋଜଗାର ମିଳିବ ବୋଲି ରାଜୁ ଆଶାବାଦୀ ଅଛନ୍ତି। ସତରେ ଆଜିକାର ଦୁନିଆରେ ରାଜୁ ଭଳି ନିଆରା ଏବଂ ବିଶ୍ୱସ୍ତ କର୍ମଚାରୀ ମିଳିବା କଷ୍ଟକର।

ଯାତ୍ରୀବାହି ବସ୍ ବନ୍ଦ ଯୋଗୁଁ ରାଜୁ ଭଳି ବହୁ ବସ୍ କର୍ମଚାରୀ ଆର୍ଥିକ ଅନାଟନ ଭିତରେ କାଳାତିପାତ କରୁଛନ୍ତି। ଘରେ ଦୁଇବେଳି ଆହାର ଯୋଗାଡ କରିବା ମଧ୍ୟ ଅଧିକାଂଶ ଲୋକଙ୍କ ପାଇଁ କଷ୍ଟକର ହୋଇ ପଡୁଛି। ତେଣୁ ଏମାନଙ୍କ ପାଇଁ ସରକାର ବିହିତ ପଦକ୍ଷେପ ନେବା ପାଇଁ ଦାବି ହେଉଛି।

https://www.thesakala.in/latest-odisha-news/subarnapur/the-bus-is-home-for-raju/article-3249
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର