ସୋନପୁର ଜିଲ୍ଲା ସାଙ୍ଗଠନିକ କର୍ମକର୍ତ୍ତା ସମ୍ମିଳନୀ; ପଞ୍ଚାୟତ ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ କର: ନବୀନ

The Sakala Picture
Published On

ଭୁବନେଶ୍ୱର: ଶଙ୍ଖ ଭବନରେ ଆୟୋଜିତ ସୋନପୁର ଜିଲ୍ଲା ସାଙ୍ଗଠନିକ କର୍ମକର୍ତ୍ତା ସମ୍ମିଳନୀରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗ ଦେଇ ଜିଲ୍ଲାର କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧିମାନଙ୍କ ସହ ସଂଗଠନ ବିଷୟରେ ସିଧାସଳଖ ଆଲୋଚନା କରିଛନ୍ତି। ଏହି ସଭାରେ ଜିଲ୍ଲା ସଭାପତି ସରୋଜ କମ୍ପ, ପୂର୍ବତନ ମନ୍ତ୍ରୀ ତଥା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ଜିଲ୍ଲାପରିଷଦ ସଭାପତି ସୁପାରା ଠେଲା, ସୋନପୁର ପୌର ପରିଷଦ ଅଧ୍ୟକ୍ଷା ତମସୀ […]

ଭୁବନେଶ୍ୱର: ଶଙ୍ଖ ଭବନରେ ଆୟୋଜିତ ସୋନପୁର ଜିଲ୍ଲା ସାଙ୍ଗଠନିକ କର୍ମକର୍ତ୍ତା ସମ୍ମିଳନୀରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗ ଦେଇ ଜିଲ୍ଲାର କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧିମାନଙ୍କ ସହ ସଂଗଠନ ବିଷୟରେ ସିଧାସଳଖ ଆଲୋଚନା କରିଛନ୍ତି। ଏହି ସଭାରେ ଜିଲ୍ଲା ସଭାପତି ସରୋଜ କମ୍ପ, ପୂର୍ବତନ ମନ୍ତ୍ରୀ ତଥା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ଜିଲ୍ଲାପରିଷଦ ସଭାପତି ସୁପାରା ଠେଲା, ସୋନପୁର ପୌର ପରିଷଦ ଅଧ୍ୟକ୍ଷା ତମସୀ ତମସ୍ମୀତା ନାଏକ, ଜିଲ୍ଲା ଯୁବ ସଭାପତି ଅଶୋକ ନନ୍ଦ, ଜିଲ୍ଲା ଉପସଭାପତି ରମେଶ ପୂଜାରୀ, ଜିଲ୍ଲାପରିଷଦ ସଦସ୍ୟ ମଧୁ ଓତ୍ତାଙ୍କ ସହ ଜିଲ୍ଲାର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଯୋଗଦେଇ ଦଳୀୟ ସଂଗଠନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।

ଆହୁରି ପଢ଼ନ୍ତୁ: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପ୍ରସଙ୍ଗରେ ନବୀନଙ୍କ କଡ଼ା ସମାଲୋଚନା: ଓଡ଼ିଶାର ନ୍ୟାଯ୍ୟ ଅଧିକାର ସହ ସାଲିସ୍‌ କରିଛି ରାଜ୍ୟ ବିଜେପି

ଏହି ସଭାରେ ଦଳର ସଭାପତି ନବୀନ ପଟ୍ଟନାୟକ କହିଥିଲେ, “ଆମ ସରକାର ସମୟରେ ରାଜ୍ୟରେ ବହୁ ଉନ୍ନତିମୂଳକ କାର୍ଯ୍ୟ କରାଯାଇଥିଲା ଏବଂ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ଥିଲା। କିନ୍ତୁ ବର୍ତ୍ତମାନର ବିଜେପି ସରକାରରେ ଖାଲି ଆପଣଙ୍କ ଜିଲ୍ଲାରେ ନୁହେଁ ବରଂ ସମଗ୍ର ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି ଏବଂ ବିଭିନ୍ନ ସ୍ଥାନରେ ଦୁର୍ନୀତି ମଧ୍ୟ ଆରମ୍ଭ ହୋଇଛି। ଜିଲ୍ଲାର ନେତୃମଣ୍ଡଳୀ ଏକ ହୋଇ ଲୋକଙ୍କ ସୁଖଦୁଃଖରେ ନିଜକୁ ସାମିଲ କରନ୍ତୁ ଏବଂ ବିଜେପି ସରକାରର ବିଫଳତାକୁ ଲୋକଲୋଚନକୁ ଆଣିବା ସହ ପଞ୍ଚାୟତ ନିର୍ବାଚନ ପାଇଁ ଆମ ସଂଗଠନକୁ ମଜଭୁତ କରନ୍ତୁ। ମୁଁ ଆପଣମାନଙ୍କ ସହ ଅଛି ଏବଂ ବର୍ଷା ଛାଡିଲେ ଆପଣମାନଙ୍କ ଅନୁରୋଧକୁ ରକ୍ଷା କରି ଆପଣଙ୍କ ଅଞ୍ଚଳକୁ ଯିବି”।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବଡ଼ ଭାଇଙ୍କ ଅସୁସ୍ଥତା ଖବର ପାଇ ଦିଲ୍ଲୀ ଯାଇଥିଲେ

ଏହି ସଭାରେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, “ସୋନପୁର ଜିଲ୍ଲାରେ ଆଜି ବି ବିଜୁ ଜନତା ଦଳ ଏବଂ ଆମ ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଭଲ ପାଇବା ଅଛି। ତୃଣମୂଳ ସ୍ତରରୁ ଏକତାବଦ୍ଧ ଭାବେ ସମସ୍ତେ କାମ କଲେ ଆମାଗୀ ପଞ୍ଚାୟତ ନିର୍ବାଚନରେ ଦଳ ସଫଳତା ହାସଲ କରିପାରିବ”।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

30 Sep 2024 By The Sakala

ସୋନପୁର ଜିଲ୍ଲା ସାଙ୍ଗଠନିକ କର୍ମକର୍ତ୍ତା ସମ୍ମିଳନୀ; ପଞ୍ଚାୟତ ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ କର: ନବୀନ

ଭୁବନେଶ୍ୱର: ଶଙ୍ଖ ଭବନରେ ଆୟୋଜିତ ସୋନପୁର ଜିଲ୍ଲା ସାଙ୍ଗଠନିକ କର୍ମକର୍ତ୍ତା ସମ୍ମିଳନୀରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗ ଦେଇ ଜିଲ୍ଲାର କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧିମାନଙ୍କ ସହ ସଂଗଠନ ବିଷୟରେ ସିଧାସଳଖ ଆଲୋଚନା କରିଛନ୍ତି। ଏହି ସଭାରେ ଜିଲ୍ଲା ସଭାପତି ସରୋଜ କମ୍ପ, ପୂର୍ବତନ ମନ୍ତ୍ରୀ ତଥା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ଜିଲ୍ଲାପରିଷଦ ସଭାପତି ସୁପାରା ଠେଲା, ସୋନପୁର ପୌର ପରିଷଦ ଅଧ୍ୟକ୍ଷା ତମସୀ ତମସ୍ମୀତା ନାଏକ, ଜିଲ୍ଲା ଯୁବ ସଭାପତି ଅଶୋକ ନନ୍ଦ, ଜିଲ୍ଲା ଉପସଭାପତି ରମେଶ ପୂଜାରୀ, ଜିଲ୍ଲାପରିଷଦ ସଦସ୍ୟ ମଧୁ ଓତ୍ତାଙ୍କ ସହ ଜିଲ୍ଲାର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଯୋଗଦେଇ ଦଳୀୟ ସଂଗଠନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।

ଏହି ସଭାରେ ଦଳର ସଭାପତି ନବୀନ ପଟ୍ଟନାୟକ କହିଥିଲେ, “ଆମ ସରକାର ସମୟରେ ରାଜ୍ୟରେ ବହୁ ଉନ୍ନତିମୂଳକ କାର୍ଯ୍ୟ କରାଯାଇଥିଲା ଏବଂ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ଥିଲା। କିନ୍ତୁ ବର୍ତ୍ତମାନର ବିଜେପି ସରକାରରେ ଖାଲି ଆପଣଙ୍କ ଜିଲ୍ଲାରେ ନୁହେଁ ବରଂ ସମଗ୍ର ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି ଏବଂ ବିଭିନ୍ନ ସ୍ଥାନରେ ଦୁର୍ନୀତି ମଧ୍ୟ ଆରମ୍ଭ ହୋଇଛି। ଜିଲ୍ଲାର ନେତୃମଣ୍ଡଳୀ ଏକ ହୋଇ ଲୋକଙ୍କ ସୁଖଦୁଃଖରେ ନିଜକୁ ସାମିଲ କରନ୍ତୁ ଏବଂ ବିଜେପି ସରକାରର ବିଫଳତାକୁ ଲୋକଲୋଚନକୁ ଆଣିବା ସହ ପଞ୍ଚାୟତ ନିର୍ବାଚନ ପାଇଁ ଆମ ସଂଗଠନକୁ ମଜଭୁତ କରନ୍ତୁ। ମୁଁ ଆପଣମାନଙ୍କ ସହ ଅଛି ଏବଂ ବର୍ଷା ଛାଡିଲେ ଆପଣମାନଙ୍କ ଅନୁରୋଧକୁ ରକ୍ଷା କରି ଆପଣଙ୍କ ଅଞ୍ଚଳକୁ ଯିବି”।

ଏହି ସଭାରେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, “ସୋନପୁର ଜିଲ୍ଲାରେ ଆଜି ବି ବିଜୁ ଜନତା ଦଳ ଏବଂ ଆମ ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଭଲ ପାଇବା ଅଛି। ତୃଣମୂଳ ସ୍ତରରୁ ଏକତାବଦ୍ଧ ଭାବେ ସମସ୍ତେ କାମ କଲେ ଆମାଗୀ ପଞ୍ଚାୟତ ନିର୍ବାଚନରେ ଦଳ ସଫଳତା ହାସଲ କରିପାରିବ”।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର