ଲୁହାଶିକୁଳିରେ ବନ୍ଧା ଜୀବନ

The Sakala Picture
Published On

ବିନିକା: ଦିନେ ନୁହେଁ କି ମାସେ ନୁହେଁ ଦୀର୍ଘ ୧୦ବର୍ଷ ହେଲା ଜଣେ ଯୁବକର ହାତ ଓ ଗୋଡ଼କୁ ଲୁହାଶିକୁଳିରେ ବାନ୍ଧି ଘର ବାଡିପଟ ଗଛ ମୁଲେ ରଖିବାକୁ ବାଧ୍ୟ ହୋଇଛନ୍ତି ପରିବାର । ଏଭଳି ଘଟଣା ଦେଖିବାକୁ ମିଳିଛି ବିନିକା ବ୍ଲକ ମହଦା ପଞ୍ଚାୟତ ଅଧିନସ୍ଥ ଶିଆଳି ଗ୍ରାମରେ। ଖବର ନେବାରୁ ଜଣାପଡିଛି ଯେ, ଉକ୍ତ ଗ୍ରାମର ଜିବର୍ଦ୍ଧନ କୁମ୍ଭାର ଓ ଅମ୍ବିକା କୁମ୍ଭାରଙ୍କ ପୁଅ ଅନ୍ତ କୁଆଡେ ମାନସିକ ରୋଗରେ ଆକ୍ରାନ୍ତ। ଯେତେବେଳେ ଅନ୍ତର […]

ବିନିକା: ଦିନେ ନୁହେଁ କି ମାସେ ନୁହେଁ ଦୀର୍ଘ ୧୦ବର୍ଷ ହେଲା ଜଣେ ଯୁବକର ହାତ ଓ ଗୋଡ଼କୁ ଲୁହାଶିକୁଳିରେ ବାନ୍ଧି ଘର ବାଡିପଟ ଗଛ ମୁଲେ ରଖିବାକୁ ବାଧ୍ୟ ହୋଇଛନ୍ତି ପରିବାର । ଏଭଳି ଘଟଣା ଦେଖିବାକୁ ମିଳିଛି ବିନିକା ବ୍ଲକ ମହଦା ପଞ୍ଚାୟତ ଅଧିନସ୍ଥ ଶିଆଳି ଗ୍ରାମରେ।

ଆହୁରି ପଢ଼ନ୍ତୁ: ପ୍ରବାସୀ ଶ୍ରମିକଙ୍କ ପାଇଁ ଦୁଇଗୁଣା ହେଲା ୫ କେଜି FTL ସିଲିଣ୍ଡର ଦୈନିକ ଯୋଗାଣ

ଖବର ନେବାରୁ ଜଣାପଡିଛି ଯେ, ଉକ୍ତ ଗ୍ରାମର ଜିବର୍ଦ୍ଧନ କୁମ୍ଭାର ଓ ଅମ୍ବିକା କୁମ୍ଭାରଙ୍କ ପୁଅ ଅନ୍ତ କୁଆଡେ ମାନସିକ ରୋଗରେ ଆକ୍ରାନ୍ତ। ଯେତେବେଳେ ଅନ୍ତର ସ୍ବାସ୍ଥ୍ୟ ଠିକ ଥିଲା ସେତେବେଳେ ତାର ଚାଲିଚଳନ ଠୁଁ ଆରମ୍ଭ କରି ସମସ୍ତଙ୍କ ସହିତ ମିଶି ରହୁଥିଲା। କିନ୍ତୁ ହଠାତ ଦଇବ ତା ଉପରେ ଦାଉ ସାଧିଲା । ଧୀରେ ଧୀରେ ତା ମନରେ ପରିବର୍ତ୍ତନ ଘଟିଲା ମୁଣ୍ଡ କାମ କଲାନାହିଁ । ପୁଅର ଏପରି ଲକ୍ଷଣ ଦେଖି ବାପା,ମା ଓ ପରିବାରରେ ଚିନ୍ତା ବଢିଲା ।  ପୁଅ ଅନ୍ତ ଘରେ ନ ରହି ପ୍ରାୟ ବାହାରେ ବୁଲିଲା । ରାସ୍ତାରେ ପଡ଼ିଥିବା ମାଟି, ପଥର,ଗେଟି,ବାଲି ଯାହାବି ମିଳିଲା ତାକୁ ହାତରେ ଧରି ଯାହାକୁ ଦେଖିଲା ତା ଉପରକୁ ଫୋପାଡିଲା ।  ଏପରିକି ପଶୁ, ପକ୍ଷୀ ବି ତା ପଥର ମାଡ଼ର ଶିକାର ହେଲେ। ଦିନକୁ ଦିନ ପୁଅ ଅନ୍ତର କାର୍ଯ୍ଯକଳାପ ବଢିବାରୁ ସାଧାରଣ ଲୋକେ ତାର ଭାବଢଙ୍ଗ ଦେଖି ଅତିଷ୍ଠ ଓ ଭୟଭୀତ ହୋଇ ପଡ଼ିଲେ। ଘରକୁ ଅଭିଯୋଗ ଆସିଲା।  ପୁଅ ଅନ୍ତକୁ କରାୟତ କରି ପରିବାର ଲୋକେ ଘରେ ରଖି ଜଗିରହିଲେ । ହେଲେ ସେ ମାନିଲା ନାହିଁ। ପରିବାର ସହିତ ହୋହାଲ୍ଲା କରି ଯେନେତେନେ ପ୍ରକାରେ ଘରୁ ବାହାରି ଚାଲିଯାଏ। ତାର ମାନସିକ ରୋଗର ସୁଧାର ପାଇଁ ପରିବାର ଲୋକେ ଡାକ୍ତରଖାନା ନେଇ ଚିକିତ୍ସା କରି ଔଷଧ ଖାଇବାକୁ ଦେଲେ । ହେଲେ କୌଣସି ପରିବର୍ତ୍ତନ ଆସିଲା ନାହିଁ ।  ଅଧିକ ଚିକିତ୍ସା ନିମନ୍ତେ ଅର୍ଥର ଆବଶ୍ୟକତା ଥିବାରୁ ପରିବାର ପାଇଁ ଚିନ୍ତା ବଢ଼ିଲା କିନ୍ତୁ ଯୋଗାଡ଼ ହେଲାନାହିଁ । ଫଳରେ ପୁଅର କାର୍ଯ୍ଯକଳାପରେ ଲୋକଙ୍କ ଠୁଁ ବଦନାମ ନ ଶୁଣିବାକୁ ବାଧ୍ୟ ହୋଇ ଶେଷରେ ପରିବାର ଲୋକେ ତାର ହାତ ଓ ଗୋଡ଼ରେ ଲୁହାଶିକୁଳି ପକାଇ ଘର ବାଡ଼ି ପଛପଟ ଏକ ଗଛମୂଳେ ବାନ୍ଧି ରଖିବାକୁ ପଡୁଛି ବୋଲି ଦୁଃଖଭରା କଣ୍ଠରେ ଆଖିରୁ ଲୁହ ଗଡ଼ାଇ ବାପା ଓ ମାଆ କହନ୍ତି। ପ୍ରଶାସନ ଯଦି ପୁଅର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତେ ତେବେ ମାନସିକ ଆକ୍ରାନ୍ତ ପୁଅ ଅନ୍ତକୁ ଅନ୍ୟତ୍ର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କଲେ ଭଲ ହୋଇଯିବ ବୋଲି ଆଶା କରାଯାଉଛି କ୍ଷଅନ୍ୟ ପକ୍ଷରେ କୌଣସି ସୂତ୍ରରୁ ଖବର ପାଇ ପ୍ରଶାସନ ତରଫରୁ ସ୍ବାସ୍ଥ୍ୟ କର୍ମଚାରୀ ଓ ସ୍ବେଚ୍ଛାସେବୀ ତାଙ୍କ ଘରକୁ ଆସି ମାନସିକ ରୋଗୀ ଅନ୍ତର ଚିକିତ୍ସା ଆରମ୍ଭ କରିଥିବା ପରିବାର ପକ୍ଷରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ, ଉଲ୍ଲଂଘନ କଲେ ଜରିମାନା

17 Oct 2021 By The Sakala

ଲୁହାଶିକୁଳିରେ ବନ୍ଧା ଜୀବନ

ବିନିକା: ଦିନେ ନୁହେଁ କି ମାସେ ନୁହେଁ ଦୀର୍ଘ ୧୦ବର୍ଷ ହେଲା ଜଣେ ଯୁବକର ହାତ ଓ ଗୋଡ଼କୁ ଲୁହାଶିକୁଳିରେ ବାନ୍ଧି ଘର ବାଡିପଟ ଗଛ ମୁଲେ ରଖିବାକୁ ବାଧ୍ୟ ହୋଇଛନ୍ତି ପରିବାର । ଏଭଳି ଘଟଣା ଦେଖିବାକୁ ମିଳିଛି ବିନିକା ବ୍ଲକ ମହଦା ପଞ୍ଚାୟତ ଅଧିନସ୍ଥ ଶିଆଳି ଗ୍ରାମରେ।

ଖବର ନେବାରୁ ଜଣାପଡିଛି ଯେ, ଉକ୍ତ ଗ୍ରାମର ଜିବର୍ଦ୍ଧନ କୁମ୍ଭାର ଓ ଅମ୍ବିକା କୁମ୍ଭାରଙ୍କ ପୁଅ ଅନ୍ତ କୁଆଡେ ମାନସିକ ରୋଗରେ ଆକ୍ରାନ୍ତ। ଯେତେବେଳେ ଅନ୍ତର ସ୍ବାସ୍ଥ୍ୟ ଠିକ ଥିଲା ସେତେବେଳେ ତାର ଚାଲିଚଳନ ଠୁଁ ଆରମ୍ଭ କରି ସମସ୍ତଙ୍କ ସହିତ ମିଶି ରହୁଥିଲା। କିନ୍ତୁ ହଠାତ ଦଇବ ତା ଉପରେ ଦାଉ ସାଧିଲା । ଧୀରେ ଧୀରେ ତା ମନରେ ପରିବର୍ତ୍ତନ ଘଟିଲା ମୁଣ୍ଡ କାମ କଲାନାହିଁ । ପୁଅର ଏପରି ଲକ୍ଷଣ ଦେଖି ବାପା,ମା ଓ ପରିବାରରେ ଚିନ୍ତା ବଢିଲା ।  ପୁଅ ଅନ୍ତ ଘରେ ନ ରହି ପ୍ରାୟ ବାହାରେ ବୁଲିଲା । ରାସ୍ତାରେ ପଡ଼ିଥିବା ମାଟି, ପଥର,ଗେଟି,ବାଲି ଯାହାବି ମିଳିଲା ତାକୁ ହାତରେ ଧରି ଯାହାକୁ ଦେଖିଲା ତା ଉପରକୁ ଫୋପାଡିଲା ।  ଏପରିକି ପଶୁ, ପକ୍ଷୀ ବି ତା ପଥର ମାଡ଼ର ଶିକାର ହେଲେ। ଦିନକୁ ଦିନ ପୁଅ ଅନ୍ତର କାର୍ଯ୍ଯକଳାପ ବଢିବାରୁ ସାଧାରଣ ଲୋକେ ତାର ଭାବଢଙ୍ଗ ଦେଖି ଅତିଷ୍ଠ ଓ ଭୟଭୀତ ହୋଇ ପଡ଼ିଲେ। ଘରକୁ ଅଭିଯୋଗ ଆସିଲା।  ପୁଅ ଅନ୍ତକୁ କରାୟତ କରି ପରିବାର ଲୋକେ ଘରେ ରଖି ଜଗିରହିଲେ । ହେଲେ ସେ ମାନିଲା ନାହିଁ। ପରିବାର ସହିତ ହୋହାଲ୍ଲା କରି ଯେନେତେନେ ପ୍ରକାରେ ଘରୁ ବାହାରି ଚାଲିଯାଏ। ତାର ମାନସିକ ରୋଗର ସୁଧାର ପାଇଁ ପରିବାର ଲୋକେ ଡାକ୍ତରଖାନା ନେଇ ଚିକିତ୍ସା କରି ଔଷଧ ଖାଇବାକୁ ଦେଲେ । ହେଲେ କୌଣସି ପରିବର୍ତ୍ତନ ଆସିଲା ନାହିଁ ।  ଅଧିକ ଚିକିତ୍ସା ନିମନ୍ତେ ଅର୍ଥର ଆବଶ୍ୟକତା ଥିବାରୁ ପରିବାର ପାଇଁ ଚିନ୍ତା ବଢ଼ିଲା କିନ୍ତୁ ଯୋଗାଡ଼ ହେଲାନାହିଁ । ଫଳରେ ପୁଅର କାର୍ଯ୍ଯକଳାପରେ ଲୋକଙ୍କ ଠୁଁ ବଦନାମ ନ ଶୁଣିବାକୁ ବାଧ୍ୟ ହୋଇ ଶେଷରେ ପରିବାର ଲୋକେ ତାର ହାତ ଓ ଗୋଡ଼ରେ ଲୁହାଶିକୁଳି ପକାଇ ଘର ବାଡ଼ି ପଛପଟ ଏକ ଗଛମୂଳେ ବାନ୍ଧି ରଖିବାକୁ ପଡୁଛି ବୋଲି ଦୁଃଖଭରା କଣ୍ଠରେ ଆଖିରୁ ଲୁହ ଗଡ଼ାଇ ବାପା ଓ ମାଆ କହନ୍ତି। ପ୍ରଶାସନ ଯଦି ପୁଅର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତେ ତେବେ ମାନସିକ ଆକ୍ରାନ୍ତ ପୁଅ ଅନ୍ତକୁ ଅନ୍ୟତ୍ର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କଲେ ଭଲ ହୋଇଯିବ ବୋଲି ଆଶା କରାଯାଉଛି କ୍ଷଅନ୍ୟ ପକ୍ଷରେ କୌଣସି ସୂତ୍ରରୁ ଖବର ପାଇ ପ୍ରଶାସନ ତରଫରୁ ସ୍ବାସ୍ଥ୍ୟ କର୍ମଚାରୀ ଓ ସ୍ବେଚ୍ଛାସେବୀ ତାଙ୍କ ଘରକୁ ଆସି ମାନସିକ ରୋଗୀ ଅନ୍ତର ଚିକିତ୍ସା ଆରମ୍ଭ କରିଥିବା ପରିବାର ପକ୍ଷରୁ ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର