ରକ୍ତଦାନ ପାଇଁ ବର୍ଷାରେ ଭିଜି ଭିଜି ୮୫ କିମି ଗଲେ ତିନି ସ୍ବେଛାସେବୀ, ହସ୍ପିଟାଲ୍ ବାରଣ୍ଡାରେ ରାତି କାଟିଲେ

The Sakala Picture
Published On

ଭବାନୀପାଟଣା: ଜଣେ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ରକ୍ତ ଦେବା ପାଇଁ ବର୍ଷାରେ ଭିଜି ଭିଜି ତିନି ଜଣ ସ୍ୱେଚ୍ଛାସେବୀ ୮୫ କିମି ମଟରସାଇକେଲରେ ଯିବା ଘଟଣା ଚର୍ଚ୍ଚାକୁ ଆସିଛି। ଏହି ସ୍ୱେଚ୍ଛାସେବୀ ମାନେ ହେଲେ କଳାହାଣ୍ଡି ଜିଲା ସୋସିଆଲ ୱେଲଫେୟାର ଅର୍ଗନାଇଜେସନର ଭବାନୀପାଟଣା ଟିମ ସଭାପତି ରାଜେଶ ଗୌଡ଼, ରାକେଶ ନାଏକ ଓ ଜଗନ୍ନାଥ ମାଝୀ। ଜଣେ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ରକ୍ତ ଦେବାକୁ ସେମାନେ ବର୍ଷା ସତ୍ୱେ ମଟରସାଇକେଲରେ ଭବାନୀପାଟଣାରୁ ବିଷମକଟକକୁ ଦୀର୍ଘ ୮୫ କିମି […]

ଭବାନୀପାଟଣା: ଜଣେ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ରକ୍ତ ଦେବା ପାଇଁ ବର୍ଷାରେ ଭିଜି ଭିଜି ତିନି ଜଣ ସ୍ୱେଚ୍ଛାସେବୀ ୮୫ କିମି ମଟରସାଇକେଲରେ ଯିବା ଘଟଣା ଚର୍ଚ୍ଚାକୁ ଆସିଛି। ଏହି ସ୍ୱେଚ୍ଛାସେବୀ ମାନେ ହେଲେ କଳାହାଣ୍ଡି ଜିଲା ସୋସିଆଲ ୱେଲଫେୟାର ଅର୍ଗନାଇଜେସନର ଭବାନୀପାଟଣା ଟିମ ସଭାପତି ରାଜେଶ ଗୌଡ଼, ରାକେଶ ନାଏକ ଓ ଜଗନ୍ନାଥ ମାଝୀ। ଜଣେ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ରକ୍ତ ଦେବାକୁ ସେମାନେ ବର୍ଷା ସତ୍ୱେ ମଟରସାଇକେଲରେ ଭବାନୀପାଟଣାରୁ ବିଷମକଟକକୁ ଦୀର୍ଘ ୮୫ କିମି ଯାତ୍ରା କରିଥିଲେ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ପ୍ରକାଶ ଯ, କେସିଙ୍ଗା ଅଞ୍ଚଳର ତ୍ରିଲୋଚନ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଗତ ବୁଧବାର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲ ଓ ପରେ ରାୟଗଡା ଜିଲା ବିଷମକଟକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ ୩ ୟୁନିଟ ରକ୍ତ ଦେବା ଜରୁରୀ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଥିଲେ। ଏହାପରେ ଏହି ସଂଗଠନକୁ ଯୋଗାଯୋଗ କରାଯାଇଥିଲା। ପରେ ଭବାନୀପାଟଣା ସଭାପତି ରାଜେଶ ଗୌଡ଼, ରାୟଗଡା ଓ ବିଷମକଟକ ଅଞ୍ଚଳର ସ୍ବେଚ୍ଛାସେବୀମାନଙ୍କୁ ଯୋଗାଯୋଗ କରିଥିଲେ। ହେଲା ସେଠାରେ ରକ୍ତ ମିଳିବା ସମ୍ଭବ ହୋଇପାରିନଥିଲା। ଏହାପରେ ସେ ସଂଗଠନର ଦୁଇଜଣ କର୍ମକର୍ତ୍ତାଙ୍କୁ ଯୋଗାଯୋଗ କରିଥିଲେ। ଏବଂ ବର୍ଷା ସତ୍ୱେ ସେମାନଙ୍କୁ ସାଙ୍ଗରେ ନେଇ ଗୁରୁବାର ମଟରସାଇକେଲ ଯୋଗେ ଅପରାହ୍ନରେ ଭବାନୀପାଟଣାରୁ ବିଷମକଟକ ଅଭିମୁଖେ ବାହାରିଥିଲେ। ସେମାନେ ବିଷମକଟକ ପହଁଚିବା ସନ୍ଧ୍ୟା ହୋଇଜିବାରୁ ସେଠି ବ୍ଲଡ଼ ବ୍ୟାଙ୍କ କର୍ମଚାରୀ ନ ଥିଲେ। ଓ ଶୁକ୍ରବାର ହିଁ ବ୍ଲଡ଼ ସଂଗ୍ରହ କରାଯିବ ବୋଲି ସେମାନଙ୍କୁ କୁହାଯାଇଥିଲା। ଏହାପରେ ଏହି ତିନିଜଣ ସ୍ବେଚ୍ଛାସେବୀ ହସ୍ପିଟାଲ ବାରଣ୍ଡାରେ ହିଁ ରାତି ବିତାଇଥିଲେ। ଓ ଶୁକ୍ରବାର ରକ୍ତ ଦାନ କରି ଭବାନୀପାଟଣା ଫେରିଛନ୍ତି। ଏହି ସଙ୍ଗଠନର କର୍ମକର୍ତ୍ତାଙ୍କ ସହଯୋଗ ମନୋବୃତି ଓ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ସୂଚନାଯୋଗ୍ୟ ଯେ ଏହି ସଂଗଠନର କର୍ମକର୍ତ୍ତା ଜିଲାର ଯେ କୌଣସି ହସ୍ପିଟାଲରେ ଭର୍ତ୍ତି ହୋଇ ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କୁ ବିନା ମୂଲ୍ୟରେ ରକ୍ତ ଦାନ କରୁଛନ୍ତି। ଫୋନ ପାଇବା ମାତ୍ରେ ସଙ୍ଗଠନ କର୍ମକର୍ତ୍ତା ହସ୍ପିଟାଲ କୁ ଯାଇ ରକ୍ତଦାନ କରୁଛନ୍ତି। ଏହା ବଦଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଆବଶ୍ୟକ ସମୟରେ ଜରୁରୀ ବ୍ୟକ୍ତିଙ୍କୁ ରକ୍ତଦାନ କରିବାକୁ ସଚେତନ ଓ ପରାମର୍ଶ ଦେଉଛନ୍ତି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

12 Jun 2021 By The Sakala

ରକ୍ତଦାନ ପାଇଁ ବର୍ଷାରେ ଭିଜି ଭିଜି ୮୫ କିମି ଗଲେ ତିନି ସ୍ବେଛାସେବୀ, ହସ୍ପିଟାଲ୍ ବାରଣ୍ଡାରେ ରାତି କାଟିଲେ

ଭବାନୀପାଟଣା: ଜଣେ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ରକ୍ତ ଦେବା ପାଇଁ ବର୍ଷାରେ ଭିଜି ଭିଜି ତିନି ଜଣ ସ୍ୱେଚ୍ଛାସେବୀ ୮୫ କିମି ମଟରସାଇକେଲରେ ଯିବା ଘଟଣା ଚର୍ଚ୍ଚାକୁ ଆସିଛି। ଏହି ସ୍ୱେଚ୍ଛାସେବୀ ମାନେ ହେଲେ କଳାହାଣ୍ଡି ଜିଲା ସୋସିଆଲ ୱେଲଫେୟାର ଅର୍ଗନାଇଜେସନର ଭବାନୀପାଟଣା ଟିମ ସଭାପତି ରାଜେଶ ଗୌଡ଼, ରାକେଶ ନାଏକ ଓ ଜଗନ୍ନାଥ ମାଝୀ। ଜଣେ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ରକ୍ତ ଦେବାକୁ ସେମାନେ ବର୍ଷା ସତ୍ୱେ ମଟରସାଇକେଲରେ ଭବାନୀପାଟଣାରୁ ବିଷମକଟକକୁ ଦୀର୍ଘ ୮୫ କିମି ଯାତ୍ରା କରିଥିଲେ।

ପ୍ରକାଶ ଯ, କେସିଙ୍ଗା ଅଞ୍ଚଳର ତ୍ରିଲୋଚନ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଗତ ବୁଧବାର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲ ଓ ପରେ ରାୟଗଡା ଜିଲା ବିଷମକଟକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ ୩ ୟୁନିଟ ରକ୍ତ ଦେବା ଜରୁରୀ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଥିଲେ। ଏହାପରେ ଏହି ସଂଗଠନକୁ ଯୋଗାଯୋଗ କରାଯାଇଥିଲା। ପରେ ଭବାନୀପାଟଣା ସଭାପତି ରାଜେଶ ଗୌଡ଼, ରାୟଗଡା ଓ ବିଷମକଟକ ଅଞ୍ଚଳର ସ୍ବେଚ୍ଛାସେବୀମାନଙ୍କୁ ଯୋଗାଯୋଗ କରିଥିଲେ। ହେଲା ସେଠାରେ ରକ୍ତ ମିଳିବା ସମ୍ଭବ ହୋଇପାରିନଥିଲା। ଏହାପରେ ସେ ସଂଗଠନର ଦୁଇଜଣ କର୍ମକର୍ତ୍ତାଙ୍କୁ ଯୋଗାଯୋଗ କରିଥିଲେ। ଏବଂ ବର୍ଷା ସତ୍ୱେ ସେମାନଙ୍କୁ ସାଙ୍ଗରେ ନେଇ ଗୁରୁବାର ମଟରସାଇକେଲ ଯୋଗେ ଅପରାହ୍ନରେ ଭବାନୀପାଟଣାରୁ ବିଷମକଟକ ଅଭିମୁଖେ ବାହାରିଥିଲେ। ସେମାନେ ବିଷମକଟକ ପହଁଚିବା ସନ୍ଧ୍ୟା ହୋଇଜିବାରୁ ସେଠି ବ୍ଲଡ଼ ବ୍ୟାଙ୍କ କର୍ମଚାରୀ ନ ଥିଲେ। ଓ ଶୁକ୍ରବାର ହିଁ ବ୍ଲଡ଼ ସଂଗ୍ରହ କରାଯିବ ବୋଲି ସେମାନଙ୍କୁ କୁହାଯାଇଥିଲା। ଏହାପରେ ଏହି ତିନିଜଣ ସ୍ବେଚ୍ଛାସେବୀ ହସ୍ପିଟାଲ ବାରଣ୍ଡାରେ ହିଁ ରାତି ବିତାଇଥିଲେ। ଓ ଶୁକ୍ରବାର ରକ୍ତ ଦାନ କରି ଭବାନୀପାଟଣା ଫେରିଛନ୍ତି। ଏହି ସଙ୍ଗଠନର କର୍ମକର୍ତ୍ତାଙ୍କ ସହଯୋଗ ମନୋବୃତି ଓ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସୂଚନାଯୋଗ୍ୟ ଯେ ଏହି ସଂଗଠନର କର୍ମକର୍ତ୍ତା ଜିଲାର ଯେ କୌଣସି ହସ୍ପିଟାଲରେ ଭର୍ତ୍ତି ହୋଇ ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କୁ ବିନା ମୂଲ୍ୟରେ ରକ୍ତ ଦାନ କରୁଛନ୍ତି। ଫୋନ ପାଇବା ମାତ୍ରେ ସଙ୍ଗଠନ କର୍ମକର୍ତ୍ତା ହସ୍ପିଟାଲ କୁ ଯାଇ ରକ୍ତଦାନ କରୁଛନ୍ତି। ଏହା ବଦଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଆବଶ୍ୟକ ସମୟରେ ଜରୁରୀ ବ୍ୟକ୍ତିଙ୍କୁ ରକ୍ତଦାନ କରିବାକୁ ସଚେତନ ଓ ପରାମର୍ଶ ଦେଉଛନ୍ତି।

https://www.thesakala.in/latest-odisha-news/subarnapur/three-volunteers-walked-85km-in-the-rain-to-donate-blood/article-2893
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର