ଚିନ୍ତା ବଢ଼ାଉଛି ଡ୍ରପ୍‍ଆଉଟ୍‍ ସମସ୍ୟା; କରୋନା କାଳରେ ପାଠ ଛାଡ଼ିଛନ୍ତି ୫୦୪ ଜଣ ଛାତ୍ରଛାତ୍ରୀ

The Sakala Picture
Published On

ଭୁବନେଶ୍ୱର: କରୋନା ସ୍ଥିତିରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡ଼ିଥିବାବେଳେ ଛାତ୍ରଛାତ୍ରୀଙ୍କ ସ୍କୁଲ ଡ୍ରପ୍‍ଆଉଟ୍‍ ହାର ଏବେ ଚିନ୍ତାର କାରଣ ସାଜିଛି। ବିଶେଷତଃ ରାଜଧାନୀର ସ୍ଥିତି ଉଦ୍‍ବେଗଜନକ ରହିଛି। ଓସେପାର ପ୍ରାଥମିକ ଆକଳନ ଅନୁଯାୟୀ ଭୁବନେଶ୍ୱରରେ କେବଳ ୫୦୪ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଥିବା ସୂଚନା ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କ ମଧ୍ୟରେ ସର୍ବାଧିକ ଛାତ୍ରଛାତ୍ରୀ ଭୁବନେଶ୍ୱରର ବସ୍ତି ଅଞ୍ଚଳର ବୋଲି ଜଣାପଡ଼ିଛି। ମହାମାରୀ କରୋନା ବିଗତ ଦୁଇବର୍ଷ ହେଲା […]

ଭୁବନେଶ୍ୱର: କରୋନା ସ୍ଥିତିରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡ଼ିଥିବାବେଳେ ଛାତ୍ରଛାତ୍ରୀଙ୍କ ସ୍କୁଲ ଡ୍ରପ୍‍ଆଉଟ୍‍ ହାର ଏବେ ଚିନ୍ତାର କାରଣ ସାଜିଛି। ବିଶେଷତଃ ରାଜଧାନୀର ସ୍ଥିତି ଉଦ୍‍ବେଗଜନକ ରହିଛି। ଓସେପାର ପ୍ରାଥମିକ ଆକଳନ ଅନୁଯାୟୀ ଭୁବନେଶ୍ୱରରେ କେବଳ ୫୦୪ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଥିବା ସୂଚନା ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କ ମଧ୍ୟରେ ସର୍ବାଧିକ ଛାତ୍ରଛାତ୍ରୀ ଭୁବନେଶ୍ୱରର ବସ୍ତି ଅଞ୍ଚଳର ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ବଲାଙ୍ଗିରରେ ଚାଞ୍ଚଲ୍ୟ: ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ଠାବ, ସନ୍ଦେହରେ ଜଣେ ଅଟକ

ମହାମାରୀ କରୋନା ବିଗତ ଦୁଇବର୍ଷ ହେଲା ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ଥ କରିଥିବାବେଳେ ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କ ସଂଖା ଅପେକ୍ଷାକୃତ ବୃଦ୍ଧି ପାଇଛି। ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ବ୍ଲକରୁ ୨୬୨ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଥିବାବେଳେ ମହାନଗର ନିଗମ ଅଞ୍ଚଳରୁ ୨୪୨ ଜଣ ଛାତ୍ରଛାତ୍ରୀ କରୋନା ସ୍ଥିତିରେ ଅଧାରୁ ପାଠ ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ବସ୍ତି ଅଞ୍ଚଳର ରହିଛନ୍ତି। ଅନ୍ୟ ଏକ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି, ଡ୍ରପ ଆଉଟ୍‍ ପିଲାଙ୍କ ମଧ୍ୟରେ ବିଭିନ୍ନ ଅଞ୍ଚଳରୁ ଆସି ରାଜାଧାନୀରେ ରହି ପାଠ ପଢ଼଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ମୋଟ୍‍ ଡ୍ରପଆଉଟ୍‍ ସଂଖ୍ୟାର ପ୍ରାୟ ୪୦ରୁ ୫୦ ପ୍ରତିଶତ। ତେବେ କରୋନା ଯୋଗୁଁ ସେମାନେ ଭୁବନେଶ୍ୱର ଛାଡ଼ି ପଳାଇଥିବାରୁ ସେମାନେ ଆଉ ଫେରି ପାରିନାହାନ୍ତି। ଫଳରେ ପ୍ରବାସୀ ଶ୍ରମିକଙ୍କ ଭଳି ସେମାନଙ୍କ ପିଲାମାନେ ମଧ୍ୟ ପାଠପଢ଼଼ାରୁ ବଞ୍ଚିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଘୁର୍ଣ୍ଣିବଳୟ ପ୍ରଭାବରେ କାଲିଠୁ ରାଜ୍ୟରେ ପୁଣି ବଢିବ ବର୍ଷା, ଉପକୂଳ ଓଡିଶାରେ ବିଜୁଳି ଘଡଘଡି ସହ ଆଶଙ୍କା

ସୂଚନାଯୋଗ୍ୟ, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସର୍ବଭାରତୀୟ ସ୍ତରରେ ସ୍କୁଲ ଡ୍ରପଆଉଟକୁ ନେଇ ଉଦ୍‍ବେଗ ପ୍ରକାଶ ପରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଏହାକୁ ରୋକିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଶେଷତଃ ମାହାମାରୀ ଯୋଗୁଁ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହେବା ସହ ଶିଶୁ ଶ୍ରମିକ ବଢ଼଼ିବା ତଥା ସ୍କୁଲ ଡ୍ରପ୍‍ଆଉଟ ପିଲାଙ୍କ ସଂଖ୍ୟା ବଢ଼଼ୁଥିବା ମନ୍ତ୍ରଣାଳୟ ଦର୍ଶାଇଥିଲା। ତେବେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରତି ଜିଲ୍ଲାସ୍ତରରେ ସ୍କୁଲ ଡ୍ରପଆଉଟ ପିଲାଙ୍କ ତଥ୍ୟ ଦେବା ଲାଗି ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦେଇଥିଲା। ବିଭାଗର ନିର୍ଦ୍ଦେଶକ୍ରମେ ଅଧାରୁ ପାଠ ଛାଡ଼ିଥିବା ତଥା ଆଦୌ ସ୍କୁଲ ଯାଇ ନ ଥିବା ପିଲାଙ୍କ ତଥ୍ୟ ସହିତ ବିଗତ ଦୁଇବର୍ଷ ମଧ୍ୟରେ କେଉଁ ଜିଲ୍ଲାରେ କେତେ ସଂଖ୍ୟକ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି ତାହାର ଏକ ଡାଟାବେସ୍‍ ପ୍ରସ୍ତୁତ କରି ବିଭାଗ ନିକଟରେ ଦାଖଲ କରିଛି।

ଆହୁରି ପଢ଼ନ୍ତୁ: ଆସନ୍ତା ୩୧ ଓ ସେପ୍ଟେମ୍ବର ୧ ତାରିଖରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି

ତେବେ ଭୁବନେଶ୍ୱର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ବ୍ଲକ ଓ ମହାନଗର ନିଗମରେ ମୋଟ୍‍ ୫୦୪ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି। ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ବ୍ଲକ ସ୍ତରରେ ଘରକୁଘର ବୁଲି ପିଲାଙ୍କ ତଥ୍ୟ ସଂଗ୍ରହ କରିଥିବାବେଳେ କ୍ଲଷ୍ଟରସ୍ତରୀୟ ଅଧିକାରୀମାନେ ଗୁରୁ ଦାୟିତ୍ୱ ବହନ କରିଥିଲେ। ତେବେ ଭୁବନେଶ୍ୱର ମହାନଗର ନିଗମର କ୍ଲଷ୍ଟରଗୁଡ଼ିକ ମଧ୍ୟରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସେକ୍ସନ୍‍-୬ରେ ଅଧିକ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଥିବାବେଳେ ଭୁବନେଶ୍ୱର ବ୍ଲକର କଳାରାହାଙ୍ଗ ଓ କଣ୍ଟାବାଡ଼ କ୍ଲଷ୍ଟରରୁ ଅଧିକ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି। ମୁଖ୍ୟତଃ ଅଷ୍ଟମରୁ ଦଶମ ଶ୍ରେଣୀ ମଧ୍ୟରେ ପାଖାପାଖି ୭୦ ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲ ଛାଡ଼ିଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।

ଅପରପକ୍ଷେ ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ ପୁନଃ ଶିକ୍ଷା ସହିତ ଯୋଡ଼ିବା ତଥା ମୁଖ୍ୟସ୍ରୋତରେ ସାମିଲ୍‍ କରିବା ପାଇଁ ଭୁବନେଶ୍ୱର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ଅଭିନବ ପଦକ୍ଷେପ ଗ୍ରହଣ କରିଛି। ପିଲାଙ୍କ ତାଲିକା ପ୍ରସ୍ତୁତ କରିବା ସହିତ ସେମାନଙ୍କୁ ବୁଝାସୁଝା କରି ନିକଟସ୍ଥ ସ୍କୁଲରେ ପୁଣି ଥରେ ନାମ ଲେଖାଇବା ବ୍ୟବସ୍ଥା କରାଯାଉଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ପ୍ରଜ୍ଞା ପରମିତା ଜେନା କହିଛନ୍ତି। ସେହିପରି ଭୁବନେଶ୍ୱରରୁ ବାହାରେ ଥିବା ଡ୍ରପ୍‍ଆଉଟ୍‍ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ସହିତ ଯୋଗାଯୋଗ କରାଯାଉଥିବା ସେ କହିଛନ୍ତି।

21 Aug 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର