ନିଷ୍ପତ୍ତି ନେଉନାହାନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ: ଦ୍ୱୈତ ଡିଗ୍ରି ବ୍ୟବସ୍ଥାରୁ ବଞ୍ଚିତ ଛାତ୍ରଛାତ୍ରୀ, ତେଜୁଛି ଅସନ୍ତୋଷ

The Sakala Picture
Published On

ଭୁବନେଶ୍ୱର: ଉଚ୍ଚଶିକ୍ଷାରେ ଛାତ୍ରଛାତ୍ରୀ ଏକକାଳୀନ ଦୁଇଟି ଡିଗ୍ରି ହାସଲ କରିପାରିବେ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ମାର୍ଗଦର୍ଶିକା ଜାରି କରିଛନ୍ତି। ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଉ ନ ଥିବାରୁ ଛାତ୍ରଛାତ୍ରୀମାନେ ଏହି ସୁଯୋଗରୁ ବଞ୍ଚିତ ହୋଇଛନ୍ତି। ୟୁଜିସିର ନିଷ୍ପତ୍ତି ଅନୁଯାୟୀ ଡିପ୍ଲୋମା, ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି)ରେ ଏକକାଳୀନ ଦ୍ୱୈତ ଡ଼ିଗ୍ରୀ ବ୍ୟବସ୍ଥା ଲାଗୁ ହୋଇପାରିବ। ଆକାଂକ୍ଷୀ ଛାତ୍ରଛାତ୍ରୀମାନେ ଏକ ସମୟରେ ଦୁଇଟି ପାଠ୍ୟକ୍ରମରେ ଶିକ୍ଷାଲାଭ କରିପାରିବେ। ଏପରିକି ନିୟମିତ ଭାବରେ […]

ଭୁବନେଶ୍ୱର: ଉଚ୍ଚଶିକ୍ଷାରେ ଛାତ୍ରଛାତ୍ରୀ ଏକକାଳୀନ ଦୁଇଟି ଡିଗ୍ରି ହାସଲ କରିପାରିବେ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ମାର୍ଗଦର୍ଶିକା ଜାରି କରିଛନ୍ତି। ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଉ ନ ଥିବାରୁ ଛାତ୍ରଛାତ୍ରୀମାନେ ଏହି ସୁଯୋଗରୁ ବଞ୍ଚିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଗ୍ୟାସ୍ କଳାବଜାରୀ: ଗ୍ୟାରେଜରୁ ୧୬୧ ଗ୍ୟାସ୍ ସିଲିଣ୍ଡର୍ ଜବତ, ମାଲିକ ଚମ୍ପଟ୍

ୟୁଜିସିର ନିଷ୍ପତ୍ତି ଅନୁଯାୟୀ ଡିପ୍ଲୋମା, ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି)ରେ ଏକକାଳୀନ ଦ୍ୱୈତ ଡ଼ିଗ୍ରୀ ବ୍ୟବସ୍ଥା ଲାଗୁ ହୋଇପାରିବ। ଆକାଂକ୍ଷୀ ଛାତ୍ରଛାତ୍ରୀମାନେ ଏକ ସମୟରେ ଦୁଇଟି ପାଠ୍ୟକ୍ରମରେ ଶିକ୍ଷାଲାଭ କରିପାରିବେ। ଏପରିକି ନିୟମିତ ଭାବରେ ଏହି ଶିକ୍ଷା ଲାଭ ମଧ୍ୟ କରାଯାଇପାରିବ ବୋଲି କୁହାଗଲା। ଦୁଇଟି ରେଗୁଲାର୍‍ ପାଠ୍ୟକ୍ରମ ପାଇଁ ଅଲଗା ଅଲଗା କ୍ଲାସ ସମୟ ଅର୍ଥାତ ଗୋଟିଏ କୋର୍ସ ପାଇଁ ସକାଳ ସମୟରେ କ୍ଲାସ ହେଉଥିଲେ ଅନ୍ୟଟି ସଂଧ୍ୟା ସମୟରେ ହେବା ଜରୁରୀ। ଅନଲାଇନ୍‍ ଓ ଦୂର ନିରନ୍ତର ପାଇଁ ସମୟର ପ୍ରତିବନ୍ଧକ ରହିବ ନାହିଁ। ଡିପ୍ଲୋମା, ୟୁଜି ଓ ପିଜି ଆଦି ଡିଗ୍ରୀସ୍ତରରେ ଏହି ବ୍ୟବସ୍ଥା ଲାଗୁ ହେବାକୁ ଥିବାବେଳେ ଏମଫିଲ୍‍ ଓ ପିଏଚ୍‍ଡିରେ ଦ୍ୱୈତ ଡିଗ୍ରି ବ୍ୟବସ୍ଥା ଲାଗୁ ହେବ ନାହିଁ ବୋଲି ୟୁଜିସି ପକ୍ଷରୁ କୁହାଯାଇଥିଲା।
‘ଜାତୀୟ ଶିକ୍ଷା ନୀତି ୨୦୨୦’ ଶିକ୍ଷାଦାନକୁ ଅଧିକ ଅଭିଜ୍ଞ, ସାମଗ୍ରିକ, ସମନ୍ୱିତ, ଅନୁସନ୍ଧାନ ଓ ଗବେଷଣା ଭିତ୍ତିକ ଆଦି ସହିତ ବିଭିନ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶ ଲାଗି ଗୁରୁତ୍ୱ ଦେଉଛି। ଉଚ୍ଚଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ଏବଂ ନିୟମିତ ଷ୍ଟ୍ରିମ୍‍ରେ ସିଟ୍‍ ଉପଲବ୍ଧତା ସହିତ ଅନେକ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଛାତ୍ରଛାତ୍ରୀଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ଓପନ୍‍ ଏବଂ ଦୂରନିରନ୍ତର ଶିକ୍ଷା (ଓଡିଏଲ୍‍) ମାଧ୍ୟମରେ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଆସନ୍ତା ଶିକ୍ଷା ବର୍ଷରୁ ଏହି ବ୍ୟବସ୍ଥାକୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଉଚ୍ଚତର ପ୍ରତିଷ୍ଠାନରେ ଲାଗୁ କରିବା ପାଇଁ ୟୁଜିସି ସଚିବ ରଜନୀଶ ଜୈନ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖିଥିଲେ। ମାତ୍ର ରାଜ୍ୟର କୋଣସି ବିଶ୍ୱବିଦ୍ୟାଳୟ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିନାହାନ୍ତି। ଫଳରେ ଦ୍ୱୈତ ଡିଗ୍ରୀରେ ନାମଲେଖା ପାଇଁ ଆଶାୟୀ ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ହେଉଛନ୍ତି। ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଗତ ୨୧ ତାରିଖରେ କୁଳପତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ନୂଆ ଶିକ୍ଷାନୀତି ସମ୍ପର୍କରେ ଆଲୋଚନା କରାଯିବା ସହ ଦ୍ୱୈତ ଡିଗ୍ରୀ ସମ୍ପର୍କରେ ଆଲୋଚନା କରାଯାଇଛି। ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତେବେ ଚଳିତ ବର୍ଷରୁ ରାଜ୍ୟରେ ଦ୍ୱୈତ ଡିଗ୍ରୀପାଠ୍ୟକ୍ରମ ଆରମ୍ଭ ହେବା ଆଶା କ୍ଷୀଣ, ଆସନ୍ତା ବର୍ଷରୁ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

26 Oct 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର