ବାଲିଡିହା ଡେମ୍ରେ ଗାଧୋଇବା ବେଳେ ଭାସିଯାଇ ଛାତ୍ର ନିଖୋଜ
ବାରିପଦା : ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ଅଧୀନ ବାଲଡିହା ଡେମରେ ରବିବାର ସାଙ୍ଗ ମାନଙ୍କ ସହିତ ଗାଧୋଇବା ବେଳେ ଜଣେ ଛାତ୍ର ଭାସିଯାଇ ନିଖୋଜ ଅଛନ୍ତି । ନିଖୋଜ ଛାତ୍ର ଜଣଙ୍କ ବାରିପଦା ସରକାରୀ ଆଇଟିଆଇର ଛାତ୍ର ଅନୁପମ ଧୀର(୧୭) । ତାଙ୍କ ଘର ଶୁଳିଆପଦା ଅଞ୍ଚଳରେ । ବାରିପଦାରୁ ୪ଜଣ ସାଙ୍ଗଙ୍କ ସହିତ ସେ ଯାଇଥିବା ବେଳେ ବନ୍ଧ ତଳକୁ ଗାଧେଇବା ପାଇଁ ଯାଇଥିଲେ । ତେବେ ଅପରାହ୍ନ ସମୟରେ ଜଳସ୍ରୋତରେ ଛାତ୍ର ଜଣଙ୍କ […]
ବାରିପଦା : ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ଅଧୀନ ବାଲଡିହା ଡେମରେ ରବିବାର ସାଙ୍ଗ ମାନଙ୍କ ସହିତ ଗାଧୋଇବା ବେଳେ ଜଣେ ଛାତ୍ର ଭାସିଯାଇ ନିଖୋଜ ଅଛନ୍ତି । ନିଖୋଜ ଛାତ୍ର ଜଣଙ୍କ ବାରିପଦା ସରକାରୀ ଆଇଟିଆଇର ଛାତ୍ର ଅନୁପମ ଧୀର(୧୭) । ତାଙ୍କ ଘର ଶୁଳିଆପଦା ଅଞ୍ଚଳରେ । ବାରିପଦାରୁ ୪ଜଣ ସାଙ୍ଗଙ୍କ ସହିତ ସେ ଯାଇଥିବା ବେଳେ ବନ୍ଧ ତଳକୁ ଗାଧେଇବା ପାଇଁ ଯାଇଥିଲେ । ତେବେ ଅପରାହ୍ନ ସମୟରେ ଜଳସ୍ରୋତରେ ଛାତ୍ର ଜଣଙ୍କ ଭାସି ଯାଇଥିଲେ। ଏହା ପରେ ସ୍ଥାନୀୟ ଲୋକେ ପୁଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ଖୋଜାଖୋଜି ପ୍ରକ୍ରିୟା ଜାରି ରଖିଛନ୍ତି।
ଖବର ଲେଖା ଯିବା ପର୍ଯ୍ୟନ୍ତ ଛାତ୍ର ଜଣଙ୍କ ନିଖୋଜ ଥିବା ନେଇ ସୂଚନା ମିଳିଛି। ବର୍ଷା ଯୋଗୁ ଉକ୍ତ ବାଲଢ଼ିଆ ଡ୍ୟାମରେ ଜଳରାଶି ବୃଦ୍ଧି ପାଇଥିବା ବେଳେ ଆଗନ୍ତୁକଙ୍କ ସୁଅ ଛୁଟୁଛି। ତେବେ ସେଠାରେ କୋଣସି ପ୍ରକାରର ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏହିପରି ଅଘଟଣ ବହୁବାର ଦେଖିବାକୁ ମିଳୁଛି।