କରୋନା ମୁକାବିଲା: ଔଷଧ ଓ ଅନ୍ୟ ଉପକରଣ କଳାବଜାରୀ ରୋକିବାକୁ ରାଜ୍ୟସ୍ତରୀୟ କମିଟି ଗଠନ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କୋଭିଡ୍ ଚିକିତ୍ସା ଓ ସଂକ୍ରମଣରୁ ରକ୍ଷା ଲାଗି ବ୍ୟବହୃତ ସାମଗ୍ରୀ ଓ ଔଷଧ କଳାବଜାରୀ ହେବାରେ ଲାଗିଛି । କୋଭିଡ୍ ଚିକିତ୍ସା ସମ୍ପର୍କିତ ଔଷଧ ଓ ଅନ୍ୟ ଜରୁରୀ ସାମଗ୍ରୀର ବେଆଇନ୍ ମହଜୁଦ୍ ଓ ଔଷଧ କଳାବଜାରୀ ରୋକିବାକୁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏକ କମିଟି ଗଠନ କରିଛନ୍ତି। ଅତିରିକ୍ତ ଡିଜି କ୍ରାଇମବ୍ରାଞ୍ଚଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି । ଏହି କମିଟିରେ ସ୍ୱାସ୍ଥ୍ୟ […]

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କୋଭିଡ୍ ଚିକିତ୍ସା ଓ ସଂକ୍ରମଣରୁ ରକ୍ଷା ଲାଗି ବ୍ୟବହୃତ ସାମଗ୍ରୀ ଓ ଔଷଧ କଳାବଜାରୀ ହେବାରେ ଲାଗିଛି । କୋଭିଡ୍ ଚିକିତ୍ସା ସମ୍ପର୍କିତ ଔଷଧ ଓ ଅନ୍ୟ ଜରୁରୀ ସାମଗ୍ରୀର ବେଆଇନ୍ ମହଜୁଦ୍ ଓ ଔଷଧ କଳାବଜାରୀ ରୋକିବାକୁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏକ କମିଟି ଗଠନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଅତିରିକ୍ତ ଡିଜି କ୍ରାଇମବ୍ରାଞ୍ଚଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି । ଏହି କମିଟିରେ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ରାଙ୍କରୁ ଉପରିସ୍ଥ ଜଣେ ଅଧିକାରୀଙ୍କ ସହ ଓଡ଼ିଶା ଡ୍ରଗ୍ସ କଣ୍ଟ୍ରୋଲରର ଜଣେ ଆବାହକ ସଦସ୍ୟ ଅଛନ୍ତି। କମିଟି ଜିଲ୍ଲା ସ୍ତରରେ ଜରୁରୀ ମେଡିକାଲ୍ ସାମଗ୍ରୀର ବିତରଣ ଓ ଉପଲବ୍ଧତା ଉପରେ ନଜର ରଖିବ ।

ଆହୁରି ପଢ଼ନ୍ତୁ: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ବିଦ୍ୟାଳୟର ତାଲା ପକାଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ମାଡ

ଏଥିସହ କଳାବଜାରୀ ଓ ମହୁଜୁଦ୍ ହେଲେ ରେଡ୍, ସର୍ଚ୍ଚ ଅପରେସନ୍ କରି ଜବତ କରିବାକୁ କ୍ଷମତା ଦିଆଯାଇଛି । ଏଥିରେ କମିଟିକୁ ଅନ୍ୟ ସଂସ୍ଥା ସହ ମୁଖ୍ୟତଃ ପୁଲିସ ସହଯୋଗ କରି କଳାବଜାରୀ ଓ ମହଜୁଦ୍ ରୋକିବ ।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି: ଇରାନ ଓ ଇସ୍ରାଏଲ ଆକାଶପଥ ବନ୍ଦ, ମଝି ଆକାଶରୁ ଫେରିଲା ଏୟାର ଇଣ୍ଡିଆ ବିମାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp