ବାତ୍ୟା ‘ଗୁଲାବ’କୁ ନେଇ ସତର୍କ ରାଜ୍ୟ ସରକାର, ପ୍ରଭାବିତ ହେବାକୁ ଥିବା ୭ ଜିଲ୍ଲାରେ ନିୟୋଜିତ ହେବେ ୪୨ ଓଡ୍ରାଫ, ୨୪ ଏନଡିଆରଏଫ ଟିମ

The Sakala Picture
Published On

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ଗୁଲାବ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ। ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ଓଡିଶା ଉପରେ ଏହାର ପ୍ରଭାବ ପଡିବ। ରାଜ୍ୟର ୭ ଜିଲ୍ଲାରେ ଏହାର ପ୍ରଭାବରୁ ପ୍ରବଳ ବର୍ଷା ହେବା ସହ ପାହାଡ଼ିଆ ଅଞ୍ଚଳରେ ଭୁସ୍ଖଳନ ହୋଇପାରେ, ତଳିଆ ଅଞ୍ଚଳରେ ପାଣି ଜମିପାରେ। ଏନେଇ ସତର୍କ ସୂଚନା ଜାରି କରିଛନ୍ତି ଏସଆରସି ପ୍ରଦୀପ ଜେନା। Latest @Indiametdept message below. pic.twitter.com/u0fkTE2nHL — Pradeep Jena […]

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ଗୁଲାବ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ। ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ଓଡିଶା ଉପରେ ଏହାର ପ୍ରଭାବ ପଡିବ। ରାଜ୍ୟର ୭ ଜିଲ୍ଲାରେ ଏହାର ପ୍ରଭାବରୁ ପ୍ରବଳ ବର୍ଷା ହେବା ସହ ପାହାଡ଼ିଆ ଅଞ୍ଚଳରେ ଭୁସ୍ଖଳନ ହୋଇପାରେ, ତଳିଆ ଅଞ୍ଚଳରେ ପାଣି ଜମିପାରେ। ଏନେଇ ସତର୍କ ସୂଚନା ଜାରି କରିଛନ୍ତି ଏସଆରସି ପ୍ରଦୀପ ଜେନା।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ବାତ୍ୟା ଗୁଲାବକୁ ନେଇ ଏସଆରସିଙ୍କ ଜରୁରୀ ପ୍ରେସମିଟ କରିବା ସହ ରାଜ୍ୟର ୭ ଜିଲ୍ଲାରେ ଏହାର ପ୍ରଭାବ ଅଧିକ ରହିବା ନେଇ ସତର୍କ ସୂଚନା ଜାରି କରିଛନ୍ତି। ସେପଟେ ବାତ୍ୟା ଗୁଲାବକୁ ଆଖି ଆଗରେ ରଖି ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ବୈଠକ କରିଛନ୍ତି ଏସଆରସି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କ ମଧ୍ୟରେ ରହିଛି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କନ୍ଧମାଳ ଓ ନୟାଗଡ଼ । ଏହି ସମସ୍ତ ଜିଲ୍ଲାରେ ଆଗୁଆ ସତର୍କତା କରାଯାଇଛି । ଜିଲ୍ଲାପାଳମାନଙ୍କୁ ମଧ୍ୟ ସଜାଗ ରହିବା ପାଇଁ କୁହାଯାଇଛି । ଏହି ସମସ୍ତ ଜିଲ୍ଲାକୁ ୪୨ ଓଡ୍ରାଫ, ୨୪ ଏନଡିଆରଏଫ ଟିମ ପଠାଯିବା ପାଇଁ ବ୍ୟବସ୍ଥା ହୋଇଥିବା ସୂଚନା ପ୍ରଦାନ କରିଛନ୍ତି ଏସଆରସି । ସେପଟେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କନ୍ଧମାଳ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ମଧ୍ୟ କହିଛନ୍ତି ପ୍ରଦୀପ ଜେନା ।

ବାତ୍ୟା ଗୁଲାବ ପ୍ରଭାବରେ ଆଜିଠୁ ବର୍ଷା ଆରମ୍ଭ ହେଉଥିବା ବେଳେ ଆସନ୍ତାକାଲି ଅର୍ଥାତ ରବିବାର ପାଇଁ ୭ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ମୁଖ୍ୟତଃ ତିନୋଟି ଦିଗକୁ ନେଇ ଜିଲ୍ଲାବାସୀ ସତର୍କ ରହିବାର ଅଛି । ଭୁସ୍କଳନ, ତଳିଆ ଅଞ୍ଚଳରେ ପାଣି ଜମିବା ଏବଂ ପବନ ପ୍ରତି ଆଗୁଆ ସଜାଗ ରହିବାର ଆବଶ୍ୟକତା ରହିଛି । ଏହି ସମସ୍ତ ଜିଲ୍ଲାର ପ୍ରଭାବିତ ହେବାକୁ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ ।ଏହାଛଡା ଉପକୂଳରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । କେନ୍ଦ୍ରାପଡା, କଟକ, ପୁରୀ, ଜଗତସିଂହପୁରରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଏସଆରସି ।

ସେପଟେ ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ଜିଲ୍ଲାକୁ ଏନଡିଆରଏଫ ଏବଂ ଓଡ୍ରାଫ ଟିମ ବଣ୍ଟନ କରାଯାଇଛି । ଏହି କ୍ରମରେ ଗଞ୍ଜାମ ଜିଲ୍ଲାକୁ ୧୫ଟି ଓଡ୍ରାଫ ଟିମ, ୬ଟି ଏନଡିଆରଏଫ ଟିମ ପ୍ରଦାନ କରାଯାଇଛି । ସେହିପରି ଗଜପତିକୁ ୬ଟି ଓଡ୍ରାଫ, ୪ଟି ଏନଡିଆରଏଫ ଟିମ, ରାୟଗଡ଼ାକୁ ୬ଟି ଓଡ୍ରାଫ ୪ଟି ଏନଡିଆରଏଫ ଟିମ୍, କୋରାପୁଟକୁ ୩ଟି ଓଡ୍ରାଫ ୪ଟି ଏନଡିଆରଏଫ, ମାଲକାନଗିରିକୁ ୬ଟି ଓଡ୍ରାଫ, ୨ଟି ଏନଡିଆରଏଫ, ନବରଙ୍ଗପୁରକୁ ୩ଟି ଓଡ୍ରାଫ, କନ୍ଧମାଳକୁ ୩ଟି ଓଡ୍ରାଫ ଟିମ ଏବଂ ନୟାଗଡ଼କୁ ୪ଟି ଏନଡିଆରଏଫ ଟିମ ପଠାଯିବ ବୋଲି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

25 Sep 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର