ରାଜ୍ୟର ଚାଷୀକୁଳଙ୍କୁ ହତାଶ କରିଛନ୍ତି ରାଜ୍ୟ ସରକାର, ସମ୍ପୂର୍ଣ୍ଣ ବାଟବଣା ହୋଇଛି ଧାନକିଣା: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟର ୧୩ଟି ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଥିବା ବେଳେ ଏହି ଧାନ କିଣା ବ୍ୟବସ୍ଥା ଚଳିତ ବର୍ଷ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡିଛି । ୮୦୦ ଟଙ୍କା ଇନ୍‌ପୁଟ୍‌ ସବସିଡ଼ି ପ୍ରଦାନ କରି ବାହାବା ନେଉଥିବା ରାଜ୍ୟ ସରକାର ବାସ୍ତବରେ ଚାଷୀଙ୍କ ପ୍ରତି ପ୍ରତାରାଣା କରୁଛନ୍ତି ବୋଲି କହିଛି ବିଜେଡି। ମଙ୍ଗଳବାର ଶଙ୍ଖ ଭବନଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳ ଉପନେତା ତଥା ବିଜେଡି କୃଷକ ସେଲର ଆବାହକ ପ୍ରସନ୍ନ ଆଚାର୍ଯ୍ୟ ଓ ଉପସଭାପତି ସଞ୍ଜୟ କୁମାର ଦାସବର୍ମା ରାଜ୍ୟର ଚାଷୀକୁଳଙ୍କୁ ରାଜ୍ୟ ସରକାର ହତାଶ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଯେ ଡବଲ ବିକାଶ ନାରା ଦେଇ ଆସିଥିବା ସରକାର ବାସ୍ତବରେ ଚଳିତ ବର୍ଷ ଧାନ କିଣା ବ୍ୟାପାରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟରେ ଧାନ କିଣା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି ।  ନିକଟରେ କେନ୍ଦ୍ର ସରକାରଙ୍କ  ବୈଠକରେ ଧାନ କିଣା ପାଇଁ ରଖାଯାଇଥିବା ଲକ୍ଷ୍ୟରେ ଆଶ୍ଚର୍ଯ୍ୟଜନକ ଭାବେ ଓଡିଶା ଠାରୁ ଛତିଶଗଡ଼ରେ ଅଧିକ ରହିଛି। ଛତିଶଗଡ଼ ଓଡ଼ିଶାଠାରୁ  କମ୍‌ ଧାନ ଉତ୍ପାଦନ କରୁଛି। ମାତ୍ର ଓଡ଼ିଶା ପାଇଁ ୭୩ ଲକ୍ଷ ମେଟ୍ରିକ ଟନ ଧାନକିଣା ଲକ୍ଷ୍ୟ ଥିବାବେଳେ ଛତିଶଗଡ଼ରେ ଏହି ପରିମାଣ ୮୦ ଲକ୍ଷ ଟନ୍‌। ଓଡ଼ିଶା ସରକାର ଏ ପ୍ରସଙ୍ଗରେ ନିରବ ରହିଛନ୍ତି। ଛତିଶଗଡ଼ରେ ଧାନ ସଂଗ୍ରହ ପ୍ରକ୍ରିୟା ଆଗେଇ ଚାଲିଥିବା ବେଳେ ଓଡ଼ିଶାରେ ଧାନ କିଣା ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ରାଜ୍ୟ ଯୋଗାଣ ନିଗମ ଉପରେ ଋଣ ଭାର ୧୮,୮୮୬ କୋଟି ଟଙ୍କା ଓ ଧାନ କିଣା ବାବଦରେ କେନ୍ଦ୍ର ସରକାରଙ୍କ ନିକଟରୁ ୮୧୨୧ କୋଟି ଟଙ୍କା ଓଡ଼ିଶା ପାଇବାର ଅଛି।  ପଞ୍ଜିକରଣ ପ୍ରକ୍ରିୟାକୁ ଅଧିକ ଜଟିଳ କରିବା ଦ୍ୱାରା ରାଜ୍ୟର ସମସ୍ତ ଚାଷୀଙ୍କର ପଞ୍ଜିକରଣ ହୋଇପାରିଲା ନାହିଁ। ପଞ୍ଜିକରଣ ନହେଲେ ଚାଷୀ ଧାନ ମଣ୍ଡିରେ ବିକ୍ରି କରିପାରିବ ନାହିଁ। ସରକାର ଦାରୁଭୂତ ମୁରାରୀ ହୋଇ ବସି ରହିଛନ୍ତି । ଚାଷୀଙ୍କୁ ଶୋଷଣ କରିବାର ସମସ୍ତ ଉପାୟ ସରକାର ଅବଲମ୍ୱନ କରୁଛନ୍ତି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଶ୍ରୀ ଦାସବର୍ମା  କହିଛନ୍ତି ଯେ ଯେଉଁ ୮୦୦ ଟଙ୍କା ଇନପୁଟ ସବସିଡି କଥା କହିଥିଲେ ତାହା ପ୍ରଦାନ ନକରିବା ଉଦ୍ଦେଶ୍ୟରେ ଧାନ କିଣାରେ ଟାଳଟୁଳ ନୀତି ରାଜ୍ୟ ସରକାର ଅବଲମ୍ୱନ କରୁଛନ୍ତି । ଯୋଗାଣ ମନ୍ତ୍ରୀ ଧାର୍ଯ୍ୟ  ଲକ୍ଷ୍ୟଠାରୁ ଅଧିକ ଧାନ କିଣା ଯିବ ନାହିଁ ବୋଲି କହିଥିବା ବେଳେ କ୍ୟାବିନେଟ ବୈଠକରେ ସମସ୍ତ ବଳକା ଧାନ କିଣାଯିବା ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ମାତ୍ର ୮ ପ୍ରତିଶତ ଚାଷୀ ଧାନ ବିକିବା ପାଇଁ ସକ୍ଷମ ହୋଇଥିଲା ବେଳେ ଛତିଶଗଡ଼ରେ ୪୦ ପ୍ରତିଶତ ଚାଷୀ ଧାନ ବିକ୍ରି କରିସାରିଲେଣି । କିନ୍ତୁ ରାଜ୍ୟ ସରକାର ନିଦାବିଷ୍ଣୁ । ରାଜ୍ୟର କୃଷକ ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଜେଡି ସ୍ୱର ଉଠାଇବ ଓ ଖୁବଶୀଘ୍ର ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର