ରାଜ୍ୟ ସରକାର ଚାଷୀକୂଳକୁ ପ୍ରତାରଣା କରିଛନ୍ତି, କେବଳ ଭୋଟ ହାତେଇବା ପାଇଁ ବିଜେପି ମିଥ୍ୟା ପ୍ରତିଶ୍ରୁତି ଦେଇଥିଲା: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ଧାନ କିଣାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ଚାଷ ଉପରେ ନିର୍ଭର କରୁଥିବା ପ୍ରାୟ ୭୦ ପ୍ରତିଶତ ଲୋକ ଆଜି ରାଜ୍ୟ ସରକାରଙ୍କ ପ୍ରତାରଣାର ଶିକାର ହୋଇଛନ୍ତି ବୋଲି ବିଜୁ ଜନତା ଦଳ କହିଛି । ଶଙ୍ଖ ଭବନରେ ମଙ୍ଗଳବାର ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ସଞ୍ଜୟ ଦାସବର୍ମା, ଗଣମାଧ୍ୟମ ସଂଯୋଜକ ତଥା ଦଳର ମୁଖପାତ୍ର ଡ. ଲେନିନ ମହାନ୍ତି ଓ ଗଣମାଧ୍ୟମ ସଂଯୋଜକ ଡ. ପ୍ରିୟବ୍ରତ ମାଝୀ ଧାନ କିଣାରେ ଅବ୍ୟବସ୍ଥା ଓ ଚାଷୀକୂଳ ପ୍ରତି ସରକାରଙ୍କ ଉଦାସୀନତା ଉପରେ ବର୍ଷିଥିଲେ । 

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସଞ୍ଜୟ ଦାସବର୍ମା କହିଥିଲେ, ଓଡ଼ିଶାର ପ୍ରାୟ ୭୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରୁଥିବାରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । କିନ୍ତୁ, ଦୁଃଖ ଓ ପରିତାପର ବିଷୟ ଯେ, ଚଳିତ ବର୍ଷ ଧାନ ସଂଗ୍ରହ କାର୍ଯ୍ୟ ସମ୍ପୂର୍ଣ୍ଣ ଅବ୍ୟବସ୍ଥିତ ହୋଇ ପଡିଛି । ନିର୍ବାଚନ ସମୟରେ ବିଜେପି ଚାଷୀକୂଳକୁ ଆଶ୍ୱସ୍ତ କରିଥିଲା ଯେ ରାଜ୍ୟର ସମସ୍ତ ବଳକା ଧାନ କିଣା ଯିବ । କିନ୍ତୁ, ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ନିର୍ଦ୍ଧାରିତ ହୋଇଥିବା ଧାନ ସଂଗ୍ରହ ହେଉ ନାହିଁ । ରାଜ୍ୟର ଧାନ ସଂଗ୍ରହ ସମ୍ପର୍କିତ ତଥ୍ୟ ଉପରେ ନଜର ପକାଇଲେ, ନିସନେ୍ଦହରେ କୁହାଯାଇ ପାରିବ ଯେ, ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ।  

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ଶ୍ରୀ ଦାସବର୍ମା କହିଥିଲେ, ରାଜ୍ୟରେ ୧୯, ୬୬,୧୮୧ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ, ଏବେ ସୁଧା ମାତ୍ର ୩, ୪୦, ୨୯୪ ଚାଷୀ ଧାନ ବିକ୍ରି ପାଇଁ ସକ୍ଷମ ହୋଇଛନ୍ତି । ଡିସେମ୍ୱର ୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମୀକ୍ଷା କରିଥିଲେ ଓ ଜାନୁଆରୀ ୧୦ ତାରିଖ ସୁଧା ରାଜ୍ୟର ସମସ୍ତ ଜିଲ୍ଲାରେ ମଣ୍ଡି ଖୋଲାଯିବ । କିନ୍ତୁ, ଆଜି ସୁଧା ୮ଟି ଜିଲ୍ଲାରେ, ଯଥା ପୁରୀ, ବାଲେଶ୍ୱର, ଭଦ୍ରକ, ଜଗତସିଂପୁର, କେନ୍ଦ୍ରାପଡା, ନୟାଗଡ଼, ଯାଜପୁର ଓ କନ୍ଧମାଳରେ ମଣ୍ଡି ଖୋଲାଯାଇପାରି ନାହିଁ । ମୁଖ୍ୟ ଶାସନ ସଚିବ ମଧ୍ୟ ଜାନୁଆରି ୩ ତାରିଖ ଦିନ ସମୀକ୍ଷା କରି ସମାନ ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ, ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ନିଦେ୍ର୍ଦଶ ଆଜି ପାଣିର ଗାର ପାଲଟିଛି । ଓଡିଶାର ଟାର୍ଗେଟ ୭୩ ଲକ୍ଷ ମେଟ୍ରିକ ଟନ ଥିଲା ବେଳେ ଏବେ ସୁଧା ମାତ୍ର ୧୭.୮୫ ଲକ୍ଷ ଟନ ଧାନ ସଂଗ୍ରହ ହୋଇ ପାରିଛି । ଅପରପକ୍ଷରେ, ଛତିଶଗଡ଼ରେ ୮୦ ଲକ୍ଷ ଟନ ଧାନ କିଣା ଟାର୍ଗେଟ ଥିଲା ବେଳେ ଏବେ ସୁଧା ୯୭ ଲକ୍ଷ ଟନ ଧାନ କିଣା ଯାଇ ସାରିଛି । ଏହି ତଥ୍ୟ ପ୍ରମାଣିତ କରୁଛି, ଧାନ ସଂଗ୍ରହ ବ୍ୟାପାରରେ, ପଡୋଶୀ ଛତିଶଗଡ଼ ତୁଳନାରେ ଆମ ରାଜ୍ୟ ଓଡିଶାର ସ୍ଥିତି ସଙ୍ଗୀନ ରହିଛି ।  

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ଶ୍ରୀ ଦାସବର୍ମା ଆହୁରି କହିଥିଲେ, ରାଜ୍ୟ ଯୋଗାଣ ମନ୍ତ୍ରୀ ନିକଟରେ ଦେଇଥିବା ମନ୍ତବ୍ୟ ଯେ, ଗୋଟିଏ ଚାଷୀଙ୍କ ଠାରୁ ମାତ୍ର ୧୫୦ କୁଇଣ୍ଟାଲ ଧାନ ୩୧୦୦ ଟଙ୍କାରେ କିଣାଯିବ ଓ ବାକି ଧାନକୁ ସେ ବାହାରେ ବିକିବ । ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଦୁର୍ଭାଗ୍ୟଜନକ । ଏଥିରୁ ସ୍ପଷ୍ଟ ହେଉଛି, କେବଳ ଭୋଟ ହାତେଇବା ପାଇଁ ବିଜେପି ତରଫରୁ ଏପରି ମିଛ ପ୍ରତିଶ୍ରୁତି ଦେଇଥିଲେ । ଓଡ଼ିଶାର ଚାଷୀକୂଳ କେବେବି ଏପରି ପ୍ରତାରିତ ହୋଇ ନଥିଲେ । ଏହାଛଡା, ଧାନ କିଣା ପାଇଁ ଏମଏସପି ୨୩୦୦ ଟଙ୍କାରୁ ୨୩୬୯ ଟଙ୍କାକୁ ବୃଦ୍ଧି କରିଥିବାରୁ ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପରିବର୍ତ୍ତେ ୩୧୬୯ ଟଙ୍କା ପ୍ରଦାନ କରିବା କଥା । କିନ୍ତୁ, ରାଜ୍ୟ ସରକାର ୩୧୦୦ ଟଙ୍କା ଦେଉଛନ୍ତି, ଯାହା ଚାଷୀକୂଳ ପାଇଁ ଆଉ ଏକ ପ୍ରତାରଣା । 

ଡ. ଲେନିନ ମହାନ୍ତି କହିଥିଲେ, ବିଜୁ ଜନତା ଦଳ ରାଜ୍ୟର ଚାଷୀକୂଳଙ୍କ ସହିତ ରହିଛି । ଧାନ ସଂଗ୍ରହ କ୍ଷେତ୍ରରେ ଅବ୍ୟବସ୍ତାକୁ ନେଉ ବିଜେଡ଼ି ତରଫରୁ ଚାଷୀକୂଳଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆନେ୍ଦାଳନାତ୍ମକ କାର୍ଯ୍ୟକ୍ରମ ଜାରି ରହିଛି । ଚାଷୀକୂଳଙ୍କ ସମସ୍ୟାକୁ ରାଜ୍ୟ ସରକାର ତୁରନ୍ତ ସମାଧାନ ନକଲେ, ବିଜେଡି ରାଜ୍ୟବ୍ୟାପୀ ଆନେ୍ଦାଳନ କରିବ ବୋଲି ଡ. ପ୍ରିୟବ୍ରତ ମାଝୀ କହିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର