ଓଡିଶା କୃଷି ଶିଳ୍ପ ନିଗମ ଲିମିଟେଡ ଓ ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ

The Sakala Picture
Published On

ଭୁବନେଶ୍ବର : ସମବାୟ ବିଭାଗ ଅଧୀନସ୍ଥ ରାଜ୍ୟ ସମବାୟ ବ୍ୟାଙ୍କ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ଓଡିଶା କୃଷି ଶିଳ୍ପ ନିଗମ ଲିମିଟେଡ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ଠାରେ ଏହି ଲାଭାଂଶ ଚେକ୍‌ ଗ୍ରହଣ କରିଥିଲେ । ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୯ କୋଟି ୭୫ ଲକ୍ଷ ୨୪ ହଜାର ଟଙ୍କାର […]

ଭୁବନେଶ୍ବର : ସମବାୟ ବିଭାଗ ଅଧୀନସ୍ଥ ରାଜ୍ୟ ସମବାୟ ବ୍ୟାଙ୍କ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ଓଡିଶା କୃଷି ଶିଳ୍ପ ନିଗମ ଲିମିଟେଡ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ଠାରେ ଏହି ଲାଭାଂଶ ଚେକ୍‌ ଗ୍ରହଣ କରିଥିଲେ ।

ଆହୁରି ପଢ଼ନ୍ତୁ: ପୁଣି ମୈଦାନକୁ ଓଲ୍ହାଇବେ ସୁର, ଜଟଣୀରୁ ନିର୍ବାଚନ ଲଢ଼ିବା ନେଇ ଦେଲେ ସଂକେତ

ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୯ କୋଟି ୭୫ ଲକ୍ଷ ୨୪ ହଜାର ଟଙ୍କାର ଏକ ଚେକ୍‌ ଲାଭାଂଶ ବାବଦରେ ବିଭାଗୀୟ ମନ୍ତ୍ରୀ  ଅତନୁ ସବ୍ୟସାଚୀ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସମବାୟ ବିଭାଗର କମିଶନର-ତଥା-ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ଓ ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି  ଟି. ପ୍ରସାଦ ରାଓ ଦୋରା ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ବଢ଼ିଲା ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା, ବରିଷ୍ଠତା ଭିତ୍ତିରେ ୨୦ହଜାରରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

ସେହିପରି ଓଡିଶା କୃଷି ଶିଳ୍ପ ନିଗମ ପକ୍ଷରୁ ୨୦୨୦-୨୧ ଏବଂ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସମୁଦାୟ ୫ କୋଟି ୬୨ ଲକ୍ଷ ୫୩ ହଜାର ୭୯୪ ଟଙ୍କା ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ ଯେ   ଓଡିଶା କୃଷି ଶିଳ୍ପ ନିଗମ ୨୦୧୫-୧୬ ବର୍ଷ ଠାରୁ ରାଜ୍ୟ ସରକାରଙ୍କୁ ତାର ଲାଭାଂଶ ପ୍ରଦାନ କରିଆସୁଛି।   କୃଷି ନିର୍ଦ୍ଦେଶକ ତଥା ନିଗମର ପରିଚାଳନା ନିର୍ଦ୍ଦେଶକ ପ୍ରେମଚାନ୍ଦ ଚୌଧୁରୀ ଏହି ଚେକ୍‌ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।

ଆହୁରି ପଢ଼ନ୍ତୁ: ଆଉ ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ କରିବିନି, କିନ୍ତୁ ଆଇଟମ୍‌ ନାଚିବି; ଜାମିନ ମିଳିବା ପରେ କହିଲେ ନିଶା ମହାରଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp