ଆଜି ଶ୍ରୀଲିଙ୍ଗରାଜଙ୍କ ବାହାଘର, ଦେବ ବିବାହରେ ସାମିଲ ହେବେ ୨୦୦ ବରଯାତ୍ରୀ…

The Sakala Picture
Published On

ଭୁବନେଶ୍ୱର: ଆଜି ଶ୍ରୀ ଲିଙ୍ଗରାଜଙ୍କ ଦେବ ବିବାହ। ମାଆ ଗୌରୀଙ୍କୁ ବିବାହ କରିବେ ଶ୍ରୀଲିଙ୍ଗରାଜ। ଏଥିପାଇଁ ବିଭିନ୍ନ ମନ୍ଦିର ପ୍ରଶାସନ ସମେତ ସେବାୟତଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଲିଙ୍ଗରାଜଙ୍କ ବାହାଘରକୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି। ସମଗ୍ର ଏକାମ୍ର କ୍ଷେତ୍ରରେ ଆଲୋକ ସଜ୍ଜା ହୋଇଥିବା ବେଳେ ପାରମ୍ପରିକ ଭାବେ ମନ୍ଦିର ଏବଂ ବାହାରକୁ ସଜ୍ଜା ଯାଇଛି। ବରବେଶ ହୋଇ ବରଯାତ୍ରୀଙ୍କୁ ଧରି ୪୦ ପ୍ରକାରର ବାଦ୍ୟ ନୃତ୍ୟ କରି କେଦାରଗୌରୀ ମନ୍ଦିରକୁ […]

ଭୁବନେଶ୍ୱର: ଆଜି ଶ୍ରୀ ଲିଙ୍ଗରାଜଙ୍କ ଦେବ ବିବାହ। ମାଆ ଗୌରୀଙ୍କୁ ବିବାହ କରିବେ ଶ୍ରୀଲିଙ୍ଗରାଜ। ଏଥିପାଇଁ ବିଭିନ୍ନ ମନ୍ଦିର ପ୍ରଶାସନ ସମେତ ସେବାୟତଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଲିଙ୍ଗରାଜଙ୍କ ବାହାଘରକୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି। ସମଗ୍ର ଏକାମ୍ର କ୍ଷେତ୍ରରେ ଆଲୋକ ସଜ୍ଜା ହୋଇଥିବା ବେଳେ ପାରମ୍ପରିକ ଭାବେ ମନ୍ଦିର ଏବଂ ବାହାରକୁ ସଜ୍ଜା ଯାଇଛି। ବରବେଶ ହୋଇ ବରଯାତ୍ରୀଙ୍କୁ ଧରି ୪୦ ପ୍ରକାରର ବାଦ୍ୟ ନୃତ୍ୟ କରି କେଦାରଗୌରୀ ମନ୍ଦିରକୁ ଯାତ୍ରା କରିବେ ପ୍ରଭୁ ଲିଙ୍ଗରାଜ। ଠାକୁରଙ୍କର ସମସ୍ତ ନିତୀକାନ୍ତି କରାଯିବା ପରେ ସନ୍ଧ୍ୟା ସାଢେ଼ ୬ଟାରୁ ୮ ଟା ପର୍ଯ୍ୟନ୍ତ ଠାକୁରଙ୍କ ବେଶ କରାଯିବ। ସନ୍ଧ୍ୟା ଧୂପ ପରେ ବିମାନ ଓ ପାଲିଙ୍କିରେ ଦିଅଁ ବିଜେ କରିବେ। ରାତି ସାଢେ଼ ୯ଟାରୁ ସାଢେ଼ ୧୦ଟା ଭିତରେ ବରଯାତ୍ରୀ ଭୋଜି ଖାଇ ସାରିବା ପରେ ରାତିି ୧୧ଟାରେ ବରାନୁଗମନ କରାଯିବ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ଗୁରୁବାର ପୂଜାପଣ୍ଡା ସେବକ ଦିଅଁଙ୍କ ମଙ୍ଗନ ହାଣ୍ଡି ବସାଇଥିଲେ। ଦିଅଁଙ୍କୁ ମଙ୍ଗନ ହାଣ୍ଡି ଭୋଗ ଲାଗି ହେବା ପରେ ମହାସୁଆର ସେବକ ମଙ୍ଗନ ହାଣ୍ଡି ମନ୍ଦିର ବେଢ଼ା ଭିତରେ ପରିକ୍ରମା କରିବା ପରେ ଠାକୁରଙ୍କ ବାହାଘରରେ ସାମିଲ ହେବା ପାଇଁ ବିନ୍ଧ୍ୟବାସିନୀ, ମୋହିନୀ, ଉତ୍ତରୟଣୀ, କପାଳୀ, ଦୂଆରବାସିନୀ, ରାମାୟଣୀ, ଗୌରୀ, ଅମ୍ବିକା ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ କରି ଆସିଥିଲେ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର