ସୁନାବେଶ ଓ ଅଧରପଣା ପାଇଁ ସ୍ୱତନ୍ତ୍ର ଟ୍ରେନ୍, ରାଜ୍ୟର ବିଭିନ୍ନ ସ୍ଥାନରୁ ପୁରୀକୁ କରିବ ଚଳାଚଳ

The Sakala Picture
Published On

ଭୁବନେଶ୍ବର : ଆଜି ମହାପ୍ରଭୁଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମ ମଧ୍ୟରେ ଜନ୍ମବେଦୀରେ ଲୀଳାଖେଳା କରି ଚତୁର୍ଦ୍ଧାବିଗ୍ରହ ରତ୍ନବେଦୀକୁ ବାହୁଡିଛନ୍ତି। ରଥାରୁଢ ଚତୁର୍ଦ୍ଧା ମୂର୍ତ୍ତୀଙ୍କ ଦୁର୍ଲଭ ଦର୍ଶନ ପାଇଁ କାହିଁ କେଉଁ ଦୁରଦୁରାନ୍ତରରୁ ଶ୍ରୀକ୍ଷେତ୍ରକୁ ଛୁଟିଆସୁଛନ୍ତି ଶ୍ରଦ୍ଧାଳୁ । କାଳିଆକୁ ଦେଖିବା ପାଇଁ କେବଳ ରାଜ୍ୟ କିମ୍ବା ଦେଶରୁ ନୁହେଁ ବିଦେଶରୁ ବି ଭକ୍ତଙ୍କ ସମାଗମ ହେଉଛି । ତେବେ ଆଗକୁ ରହିଛି ଅଧରପଣା ନୀତି ଓ ସୁନାବେଶ, ଏହାକୁ ଦୃଷ୍ଟିରେ ରଖି […]

ଭୁବନେଶ୍ବର : ଆଜି ମହାପ୍ରଭୁଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମ ମଧ୍ୟରେ ଜନ୍ମବେଦୀରେ ଲୀଳାଖେଳା କରି ଚତୁର୍ଦ୍ଧାବିଗ୍ରହ ରତ୍ନବେଦୀକୁ ବାହୁଡିଛନ୍ତି। ରଥାରୁଢ ଚତୁର୍ଦ୍ଧା ମୂର୍ତ୍ତୀଙ୍କ ଦୁର୍ଲଭ ଦର୍ଶନ ପାଇଁ କାହିଁ କେଉଁ ଦୁରଦୁରାନ୍ତରରୁ ଶ୍ରୀକ୍ଷେତ୍ରକୁ ଛୁଟିଆସୁଛନ୍ତି ଶ୍ରଦ୍ଧାଳୁ । କାଳିଆକୁ ଦେଖିବା ପାଇଁ କେବଳ ରାଜ୍ୟ କିମ୍ବା ଦେଶରୁ ନୁହେଁ ବିଦେଶରୁ ବି ଭକ୍ତଙ୍କ ସମାଗମ ହେଉଛି । ତେବେ ଆଗକୁ ରହିଛି ଅଧରପଣା ନୀତି ଓ ସୁନାବେଶ, ଏହାକୁ ଦୃଷ୍ଟିରେ ରଖି ପୁରୀକୁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି ।

ଆହୁରି ପଢ଼ନ୍ତୁ: ବୁର୍ଲା ଭିସୁଟ୍‌ରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ: ନିମ୍ନମାନର ହଷ୍ଟେଲ ଖାଦ୍ୟ ସହ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଧାରଣା

ତୀର୍ଥଯାତ୍ରୀ ଓ ଭକ୍ତ ମାନଙ୍କର ସୁବିଧା ପାଇଁ ପୁରୀକୁ ନିୟମିତ ଟ୍ରେନ୍ ବ୍ୟତୀତ, ସୁନାବେଶ ପାଇଁ ୪୩ଟି ସ୍ୱତନ୍ତ୍ର ଟ୍ରେନ୍ ଏବଂ ଅଧରପଣା ପାଇଁ ୩୩ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଉଛି। ପ୍ରଥମ ଥର ପାଇଁ ପୂର୍ବତଟ ରେଳପଥ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରୁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରି ଯାତ୍ରୀମାନଙ୍କୁ ତୀର୍ଥସ୍ଥାନ ପରିଦର୍ଶନ କରାଇବାରେ ସୁବିଧା ପ୍ରଦାନ କରିଛି।

ଆହୁରି ପଢ଼ନ୍ତୁ: ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଛାତ୍ର ଓ ଯୁବ ବିଜେଡିର ବିକ୍ଷୋଭ

ପୂର୍ବତଟ ରେଳପଥ ପୁରୀରେ ରଥଯାତ୍ରା ମହୋତ୍ସବ ପାଇଁ ୩୧୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ଘୋଷଣା କରିଥିଲା। ଜୁଲାଇ ୫ରୁ ଜୁଲାଇ ୧୫ ମଧ୍ୟରେ ପୂର୍ବତଟ ରେଳପଥ ପୁରୀକୁ ଓ ପୁରୀ ଠାରୁ ଗୁଣ୍ଡିଚା ଯାତ୍ରା ଠାରୁ ବାହୁଡା ଯାତ୍ରା ମଧ୍ୟରେ ୨୩୯ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିସାରିଛି।

ଆହୁରି ପଢ଼ନ୍ତୁ: ଆଜି ବାହୁଡ଼ିବେ ମହାବାହୁ: ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ମଧ୍ୟରେ ବାହୁଡ଼ା ପହଣ୍ଡି, ଅପରାହ୍ଣ ୪ଟାରେ ରଥଟଣା

ସୁନାବେଶ ପାଇଁ ପୂର୍ବତଟ ରେଳପଥ ପାରାଦୀପ, ଅନୁଗୁଳ, ଭଦ୍ରକ, ଜୁନାଗଡ଼ ରୋଡ୍, ଖୋର୍ଦ୍ଧା ରୋଡ୍, ଦଶପଲ୍ଲା, ସୋମପେଟା, ପଲାସା, କେନ୍ଦୁଝରଗଡ, ଗୁଣୁପୁର, ଜଗଦଳପୁର, ସୋନପୁର, ସମ୍ବଲପୁରରୁ ସ୍ୱତନ୍ତ୍ର ଟ୍ରେନ ଗୁଡିକ ପୁରୀକୁ ଚଳାଚଳ କରିବ। ସେହିଭଳି ପାରାଦୀପ, ଅନୁଗୁଳ, ଭଦ୍ରକ, ଦଶପଲ୍ଲା, ପଲାସା, କେନ୍ଦୁଝରଗଡ ଏବଂ ଖୋର୍ଦ୍ଧା ରୋଡରୁ ଟ୍ରେନ୍ ଗୁଡିକ ଅଧରପଣା ପାଇଁ ପୁରୀ ଅଭିମୁଖେ ଯାତ୍ରା କରିବ।

ଯାତ୍ରୀଙ୍କର ଅତିରିକ୍ତ ଭିଡକୁ ଦୂର କରିବା ପାଇଁ ପୂର୍ବତଟ ରେଳପଥ ଭଦ୍ରକ, ପାରାଦୀପ, ଅନୁଗୁଳ, ପଲାସା, କେନ୍ଦୁଝରଗଡ, ଦଶପଲ୍ଲା, ବ୍ରହ୍ମପୁରକୁ ପୁରୀ ଠାରୁ ଓ ତା’ପରଦିନ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ଯୋଜନା ରଖିଛି।ଭକ୍ତ ଏବଂ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ବିଭିନ୍ନ ସୁବିଧା ଯୋଗାଇ ଦେଇଛି। ଯାତ୍ରୀମାନଙ୍କ ସମସ୍ୟା ତଥା ଟ୍ରେନ୍ ଚଳାଚଳ ସୁଗମ କରାଇବା ପାଇଁ ୨୪ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। ଷ୍ଟେସନରେ ବ୍ୟାପକ ଘୋଷଣା ଏବଂ ଅତିରିକ୍ତ ଟିକେଟ୍ ବୁକିଂ କାଉଣ୍ଟର ମାଧ୍ୟମରେ ଟିକେଟ୍ ସୁଗମ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

15 Jul 2024 By The Sakala

ସୁନାବେଶ ଓ ଅଧରପଣା ପାଇଁ ସ୍ୱତନ୍ତ୍ର ଟ୍ରେନ୍, ରାଜ୍ୟର ବିଭିନ୍ନ ସ୍ଥାନରୁ ପୁରୀକୁ କରିବ ଚଳାଚଳ

ଭୁବନେଶ୍ବର : ଆଜି ମହାପ୍ରଭୁଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମ ମଧ୍ୟରେ ଜନ୍ମବେଦୀରେ ଲୀଳାଖେଳା କରି ଚତୁର୍ଦ୍ଧାବିଗ୍ରହ ରତ୍ନବେଦୀକୁ ବାହୁଡିଛନ୍ତି। ରଥାରୁଢ ଚତୁର୍ଦ୍ଧା ମୂର୍ତ୍ତୀଙ୍କ ଦୁର୍ଲଭ ଦର୍ଶନ ପାଇଁ କାହିଁ କେଉଁ ଦୁରଦୁରାନ୍ତରରୁ ଶ୍ରୀକ୍ଷେତ୍ରକୁ ଛୁଟିଆସୁଛନ୍ତି ଶ୍ରଦ୍ଧାଳୁ । କାଳିଆକୁ ଦେଖିବା ପାଇଁ କେବଳ ରାଜ୍ୟ କିମ୍ବା ଦେଶରୁ ନୁହେଁ ବିଦେଶରୁ ବି ଭକ୍ତଙ୍କ ସମାଗମ ହେଉଛି । ତେବେ ଆଗକୁ ରହିଛି ଅଧରପଣା ନୀତି ଓ ସୁନାବେଶ, ଏହାକୁ ଦୃଷ୍ଟିରେ ରଖି ପୁରୀକୁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି ।

ତୀର୍ଥଯାତ୍ରୀ ଓ ଭକ୍ତ ମାନଙ୍କର ସୁବିଧା ପାଇଁ ପୁରୀକୁ ନିୟମିତ ଟ୍ରେନ୍ ବ୍ୟତୀତ, ସୁନାବେଶ ପାଇଁ ୪୩ଟି ସ୍ୱତନ୍ତ୍ର ଟ୍ରେନ୍ ଏବଂ ଅଧରପଣା ପାଇଁ ୩୩ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଉଛି। ପ୍ରଥମ ଥର ପାଇଁ ପୂର୍ବତଟ ରେଳପଥ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରୁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରି ଯାତ୍ରୀମାନଙ୍କୁ ତୀର୍ଥସ୍ଥାନ ପରିଦର୍ଶନ କରାଇବାରେ ସୁବିଧା ପ୍ରଦାନ କରିଛି।

ପୂର୍ବତଟ ରେଳପଥ ପୁରୀରେ ରଥଯାତ୍ରା ମହୋତ୍ସବ ପାଇଁ ୩୧୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ଘୋଷଣା କରିଥିଲା। ଜୁଲାଇ ୫ରୁ ଜୁଲାଇ ୧୫ ମଧ୍ୟରେ ପୂର୍ବତଟ ରେଳପଥ ପୁରୀକୁ ଓ ପୁରୀ ଠାରୁ ଗୁଣ୍ଡିଚା ଯାତ୍ରା ଠାରୁ ବାହୁଡା ଯାତ୍ରା ମଧ୍ୟରେ ୨୩୯ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିସାରିଛି।

ସୁନାବେଶ ପାଇଁ ପୂର୍ବତଟ ରେଳପଥ ପାରାଦୀପ, ଅନୁଗୁଳ, ଭଦ୍ରକ, ଜୁନାଗଡ଼ ରୋଡ୍, ଖୋର୍ଦ୍ଧା ରୋଡ୍, ଦଶପଲ୍ଲା, ସୋମପେଟା, ପଲାସା, କେନ୍ଦୁଝରଗଡ, ଗୁଣୁପୁର, ଜଗଦଳପୁର, ସୋନପୁର, ସମ୍ବଲପୁରରୁ ସ୍ୱତନ୍ତ୍ର ଟ୍ରେନ ଗୁଡିକ ପୁରୀକୁ ଚଳାଚଳ କରିବ। ସେହିଭଳି ପାରାଦୀପ, ଅନୁଗୁଳ, ଭଦ୍ରକ, ଦଶପଲ୍ଲା, ପଲାସା, କେନ୍ଦୁଝରଗଡ ଏବଂ ଖୋର୍ଦ୍ଧା ରୋଡରୁ ଟ୍ରେନ୍ ଗୁଡିକ ଅଧରପଣା ପାଇଁ ପୁରୀ ଅଭିମୁଖେ ଯାତ୍ରା କରିବ।

ଯାତ୍ରୀଙ୍କର ଅତିରିକ୍ତ ଭିଡକୁ ଦୂର କରିବା ପାଇଁ ପୂର୍ବତଟ ରେଳପଥ ଭଦ୍ରକ, ପାରାଦୀପ, ଅନୁଗୁଳ, ପଲାସା, କେନ୍ଦୁଝରଗଡ, ଦଶପଲ୍ଲା, ବ୍ରହ୍ମପୁରକୁ ପୁରୀ ଠାରୁ ଓ ତା’ପରଦିନ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ଯୋଜନା ରଖିଛି।ଭକ୍ତ ଏବଂ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ବିଭିନ୍ନ ସୁବିଧା ଯୋଗାଇ ଦେଇଛି। ଯାତ୍ରୀମାନଙ୍କ ସମସ୍ୟା ତଥା ଟ୍ରେନ୍ ଚଳାଚଳ ସୁଗମ କରାଇବା ପାଇଁ ୨୪ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। ଷ୍ଟେସନରେ ବ୍ୟାପକ ଘୋଷଣା ଏବଂ ଅତିରିକ୍ତ ଟିକେଟ୍ ବୁକିଂ କାଉଣ୍ଟର ମାଧ୍ୟମରେ ଟିକେଟ୍ ସୁଗମ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର