ମହାବିଷୁବ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି; ଶ୍ରୀହନୁମାନଙ୍କୁ ରତ୍ନ ସିଂହାସନକୁ ଆଣି ଆଜ୍ଞାମାଳ ପ୍ରଦାନ କଲେ ସେବାୟତ

The Sakala Picture
Published On

ପୁରୀ: ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିରୁ ନୂଆ ପାଞ୍ଜି ପ୍ରଚଳନ ହୁଏ । ତୁଳସୀ ଚଉରା ଉପରେ ଚାଞ୍ଚେରା ବାନ୍ଧି ଠେକିରେ ପାଣି ଭରି ଜଳ ଅର୍ପଣ କରାଯାଏ । ଛେନା, କ୍ଷୀର, ଗୁଡ଼ ଆଦି ମିଶ୍ରଣରେ ପ୍ରସ୍ତୁତ ପଣା ଠାକୁରଙ୍କୁ ଲାଗି କରାଯାଏ । ଆଜିଠୁ ରାସ୍ତାକଡ଼ରେ ପଥିକଙ୍କ ପାଇଁ ଖୋଲେ ଜଳଛତ୍ର । ଆଜି ମହାବୀର ଜୟନ୍ତୀ ମଧ୍ୟ ପାଳନ କରାଯାଏ । ଶ୍ରୀହନୁମାନଙ୍କ ନାମ ଜପ, ଚାଳିଶା ପାଠ କଲେ ସକଳ […]

ପୁରୀ: ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିରୁ ନୂଆ ପାଞ୍ଜି ପ୍ରଚଳନ ହୁଏ । ତୁଳସୀ ଚଉରା ଉପରେ ଚାଞ୍ଚେରା ବାନ୍ଧି ଠେକିରେ ପାଣି ଭରି ଜଳ ଅର୍ପଣ କରାଯାଏ । ଛେନା, କ୍ଷୀର, ଗୁଡ଼ ଆଦି ମିଶ୍ରଣରେ ପ୍ରସ୍ତୁତ ପଣା ଠାକୁରଙ୍କୁ ଲାଗି କରାଯାଏ । ଆଜିଠୁ ରାସ୍ତାକଡ଼ରେ ପଥିକଙ୍କ ପାଇଁ ଖୋଲେ ଜଳଛତ୍ର । ଆଜି ମହାବୀର ଜୟନ୍ତୀ ମଧ୍ୟ ପାଳନ କରାଯାଏ । ଶ୍ରୀହନୁମାନଙ୍କ ନାମ ଜପ, ଚାଳିଶା ପାଠ କଲେ ସକଳ ବ୍ୟାଧିରୁ ମୁକ୍ତି ମିଳେ ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ହୁଏ । ସକାଳ ଧୂପ ନୀତି ପରେ ଦକ୍ଷିଣ ଘରେ ଥିବା ଶ୍ରୀହନୁମାନଙ୍କୁ ରତ୍ନ ସିଂହାସନକୁ ଅଣାଯାଇ ଆଜ୍ଞାମାଳ ପ୍ରଦାନ କରିଛନ୍ତି ସେବାୟତ । ପରେ ମୁକ୍ତିମଣ୍ଡପ ତଳେ ଥିବା ବିମାନରେ ବସାଇ ଶ୍ରୀହନୁମାନଙ୍କୁ ବିଜେ କରାଯିବ । ବିମାନ ବଡ଼ୁ ସେବକ ଜଗନ୍ନାଥ ବହ୍ଲବ ମଠକୁ ନିଅନ୍ତି । ସବୁ ନୀତିକାନ୍ତି ସରିବା ପରେ ଶ୍ରୀହନୁମାନଙ୍କ ବାହୁଡ଼ା ବିଜେ କରି ଦେଉଳକୁ ଅଣାଯାଏ । ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଆନନ୍ଦ ଉଲ୍ଲାସର ଦିନ ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

14 Apr 2023 By The Sakala

ମହାବିଷୁବ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି; ଶ୍ରୀହନୁମାନଙ୍କୁ ରତ୍ନ ସିଂହାସନକୁ ଆଣି ଆଜ୍ଞାମାଳ ପ୍ରଦାନ କଲେ ସେବାୟତ

ପୁରୀ: ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିରୁ ନୂଆ ପାଞ୍ଜି ପ୍ରଚଳନ ହୁଏ । ତୁଳସୀ ଚଉରା ଉପରେ ଚାଞ୍ଚେରା ବାନ୍ଧି ଠେକିରେ ପାଣି ଭରି ଜଳ ଅର୍ପଣ କରାଯାଏ । ଛେନା, କ୍ଷୀର, ଗୁଡ଼ ଆଦି ମିଶ୍ରଣରେ ପ୍ରସ୍ତୁତ ପଣା ଠାକୁରଙ୍କୁ ଲାଗି କରାଯାଏ । ଆଜିଠୁ ରାସ୍ତାକଡ଼ରେ ପଥିକଙ୍କ ପାଇଁ ଖୋଲେ ଜଳଛତ୍ର । ଆଜି ମହାବୀର ଜୟନ୍ତୀ ମଧ୍ୟ ପାଳନ କରାଯାଏ । ଶ୍ରୀହନୁମାନଙ୍କ ନାମ ଜପ, ଚାଳିଶା ପାଠ କଲେ ସକଳ ବ୍ୟାଧିରୁ ମୁକ୍ତି ମିଳେ ।

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ହୁଏ । ସକାଳ ଧୂପ ନୀତି ପରେ ଦକ୍ଷିଣ ଘରେ ଥିବା ଶ୍ରୀହନୁମାନଙ୍କୁ ରତ୍ନ ସିଂହାସନକୁ ଅଣାଯାଇ ଆଜ୍ଞାମାଳ ପ୍ରଦାନ କରିଛନ୍ତି ସେବାୟତ । ପରେ ମୁକ୍ତିମଣ୍ଡପ ତଳେ ଥିବା ବିମାନରେ ବସାଇ ଶ୍ରୀହନୁମାନଙ୍କୁ ବିଜେ କରାଯିବ । ବିମାନ ବଡ଼ୁ ସେବକ ଜଗନ୍ନାଥ ବହ୍ଲବ ମଠକୁ ନିଅନ୍ତି । ସବୁ ନୀତିକାନ୍ତି ସରିବା ପରେ ଶ୍ରୀହନୁମାନଙ୍କ ବାହୁଡ଼ା ବିଜେ କରି ଦେଉଳକୁ ଅଣାଯାଏ । ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଆନନ୍ଦ ଉଲ୍ଲାସର ଦିନ ।

https://www.thesakala.in/latest-odisha-news/special-rituals-performs-in-puri-jagannath-temple-for-mahabisuba-sankrati/article-20732
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର