ରାଜ୍ୟରେ ବଢୁଛି ସାପ କାମୁଡା ମୃତ୍ୟୁ, ୨ ବର୍ଷରେ ସାପ ଚୋଟରେ ୧୮୫୯ ଜଣଙ୍କ ଗଲାଣି ଜୀବନ

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ ବଢୁଛି ସାପ କାମୁଡା ମୃତ୍ୟୁ। ଦୁଇ ବର୍ଷରେ ସମୁଦାୟ ୧୮୫୯ ଜଣ ଲୋକ ସାପ ଚୋଟରେ ମୃତ୍ଯୁ ବରଣ କରିଛନ୍ତି। ବିଧାନସଭାରେ ବିଧାୟିକା ସୁବାସିନୀ ଜେନାଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ରାଜସ୍ୱ ଓ ବିପର୍ୟ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସୂଚନା ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରେ ୧୧୫୦ଜଣ ସାପ କାମୁଡାରେ ପ୍ରାଣ ହରାଇଛନ୍ତି। ଏଥିରେ ୧୦୨୨ ଜଣ ପରିବାରକୁ ଅନୁକମ୍ପା ରାଶି ମିଳିଛି। ୨୦୨୩-୨୪ରେ ବାଲେଶ୍ୱରରେ ସର୍ବାଧିକ ସାପ କମୁଡ଼ା ମୃତ୍ୟୁ ଘଟିଛି। […]

ଭୁବନେଶ୍ବର: ରାଜ୍ୟରେ ବଢୁଛି ସାପ କାମୁଡା ମୃତ୍ୟୁ। ଦୁଇ ବର୍ଷରେ ସମୁଦାୟ ୧୮୫୯ ଜଣ ଲୋକ ସାପ ଚୋଟରେ ମୃତ୍ଯୁ ବରଣ କରିଛନ୍ତି। ବିଧାନସଭାରେ ବିଧାୟିକା ସୁବାସିନୀ ଜେନାଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ରାଜସ୍ୱ ଓ ବିପର୍ୟ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେବାର ଆଶଙ୍କା

ସୂଚନା ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରେ ୧୧୫୦ଜଣ ସାପ କାମୁଡାରେ ପ୍ରାଣ ହରାଇଛନ୍ତି। ଏଥିରେ ୧୦୨୨ ଜଣ ପରିବାରକୁ ଅନୁକମ୍ପା ରାଶି ମିଳିଛି। ୨୦୨୩-୨୪ରେ ବାଲେଶ୍ୱରରେ ସର୍ବାଧିକ ସାପ କମୁଡ଼ା ମୃତ୍ୟୁ ଘଟିଛି। ତା’ ପଛକୁ କଟକ ଓ ଗଞ୍ଜାମ ଜିଲ୍ଲା ରହିଛନ୍ତି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ସେହିପରି ୨୦୨୪-୨୫ରେ ୭୦୯ ଜଣଙ୍କ ଜୀବନ ଯାଇଛି ସାପ କାମୁଡ଼ାରେ। ଏଥି ମଧ୍ଯରୁ ୪୩୫ ଜଣଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ୨୦୨୪-୨୫ରେ କଟକରେ ସର୍ବାଧିକ ଲୋକ ସାପ କାମୁଡାରେ ମୃତ୍ଯୁ ବରଣ କରିଛନ୍ତି। ତା’ ପଛକୁ ରହିଛନ୍ତି ଗଞ୍ଜାମ ଓ କେନ୍ଦୁଝର ଜିଲ୍ଲା।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ବଡ଼ ପ୍ରସ୍ତୁତି, ମୁତୟନ ହେବେ ୨୦୫ ଟିମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର