ଏମିତି ବି ମୃତ୍ୟୁ ଆସେ : ଷ୍ଟେଜରୁ ଦର୍ଶକଙ୍କୁ ଖୋକା ଭାଇଙ୍କ ଯାଯାବର ଗୀତ ଶୁଣାଇବା ପରେ ଚାଲିଗଲା ଜୀବନ

The Sakala Picture
Published On

ଜୟପୁର : କଥାରେ ଅଛି ଜୀବନକୁ କିଛି ଭରସା ନାହିଁ। କେତେବେଳେ ଜୀବନ ଚାଲିଯିବ ତାହା କହିବା ଅସମ୍ଭବ। ଜୀବନ ଅଛି ମାନେ ମୃତ୍ୟୁ ଅଛି କିନ୍ତୁ ବେଳେ ବେଳେ ଏପରି ଭାବେ ଜୀବନ ଚାଲିଯାଏ,ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦିଏ। ଆଉ ଏପରି ଭାବେ ମୃତ୍ୟୁକୁ ଦେଖି ଆମେ କହୁ ଏମିତି ବି ମୃତ୍ୟୁ ଆସେ…। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେରାପୁଟ ଜିଲ୍ଲା ଜୟପୁର ସହରର ରଜା ନଗରରେ। ମଞ୍ଚର ଉପରେ ଶୋ’ […]

ଜୟପୁର : କଥାରେ ଅଛି ଜୀବନକୁ କିଛି ଭରସା ନାହିଁ। କେତେବେଳେ ଜୀବନ ଚାଲିଯିବ ତାହା କହିବା ଅସମ୍ଭବ। ଜୀବନ ଅଛି ମାନେ ମୃତ୍ୟୁ ଅଛି କିନ୍ତୁ ବେଳେ ବେଳେ ଏପରି ଭାବେ ଜୀବନ ଚାଲିଯାଏ,ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦିଏ। ଆଉ ଏପରି ଭାବେ ମୃତ୍ୟୁକୁ ଦେଖି ଆମେ କହୁ ଏମିତି ବି ମୃତ୍ୟୁ ଆସେ…। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେରାପୁଟ ଜିଲ୍ଲା ଜୟପୁର ସହରର ରଜା ନଗରରେ। ମଞ୍ଚର ଉପରେ ଶୋ’ ଚାଲିଥିବା ବେଳେ ଚାଲିଯାଇଛି କଣ୍ଠଶିଳ୍ପୀଙ୍କ ଜୀବନ । ମୃତକ ହେଲେ ମୁରଲୀ ମହାପାତ୍ର । ଗୀତ ଗାଇବାର କିଛି ସମୟ ପରେ ତାଙ୍କ ସାଥୀ ଗୀତିକାର ଗୀତ ଗାଉଥିବା ଷ୍ଟେଜ ଉପରେ ଉପସ୍ଥିତ ରହି ଦେଖୁଥିଲେ ମୁରଲୀ । ହେଲେ ହଠାତ ଟଳି ପଡ଼ିଥିଲେ।

ଆହୁରି ପଢ଼ନ୍ତୁ: ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ, ମା' ଗୁରୁତର

ଗତକାଲି ରାତିରେ ସ୍ଥାନୀୟ ରାଜନଗରଠାରେ ଦୁର୍ଗାପୂଜା ଉପଲକ୍ଷେ ସଙ୍ଗୀତ ସଂଧ୍ୟାର ଆୟୋଜନ ହୋଇଥିଲା। ଏଥିରେ ଗୀତ ଗାଉଥିଲେ ମୁରଲୀ। ଷ୍ଟେଜ ଉପରେ ଗୀତ ଗାଇବା ଆରମ୍ଭ କରିବା ପୂର୍ବରୁ ନିଜ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ସେ ଦର୍ଶକଙ୍କୁ କହିଥିଲେ। ପରେ ସେ ସ୍ୱଗୀୟ ଅକ୍ଷୟ ମହାନ୍ତିଙ୍କ ଯାଯାବର ଗୀତ ଗାଇଥିଲେ। ଗୀତ ଗାଇବା ପରେ ଷ୍ଟେଜରେ ପଡ଼ିଥିବା ଚେୟାରରେ ବସିଥିଲେ। ଷ୍ଟେଜରେ ଆଉ ଜଣେ କଣ୍ଠଶିଳ୍ପୀ ଗୀତ ଗାଉଥିଲେ। ମୁରଲୀ ପଛରେ ବସି କଣ୍ଠଶିଳ୍ପୀଙ୍କ ଗୀତରେ ଝୁମୁଥିଲେ। ଏହି ସମୟରେ ହଠାତ୍ ସେ ଚେୟାରରୁ ଟଳି ପଡ଼ିଥିଲେ। ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ହେଲେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ।

ଆହୁରି ପଢ଼ନ୍ତୁ: ଟଙ୍କା ପାଇଁ ବ୍ୟାଙ୍କରେ କଙ୍କାଳ ରଖିବା ଘଟଣା: ଜିତୁ ମୁଣ୍ଡାଙ୍କୁ ଭେଟିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ମୁରଲୀ ଜଣେ ସରକାରୀ କର୍ମଚାରୀ ଥିଲେ। କିନ୍ତୁ ତାଙ୍କ ନିଶା ଥିଲା ଗୀତ ଗାଇବା। ଅକ୍ଷୟ ମହାନ୍ତିଙ୍କ ଗୀତ ଗାଇ ସେ ଜୟପୁରରେ ବେଶ୍ ପ୍ରସିଦ୍ଧି ଲାଭ କରିଥିଲେ। ତାଙ୍କ ଅକାଳ ବିୟୋଗରେ ସ୍ତବ୍ଧ ହୋଇଯାଇଛି ଜୟପୁର ସହର। ସାଧାରଣ ଲୋକ ଓ କଳାକାରଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ଜମା ଟଙ୍କା ପାଇଁ ଭଉଣୀ କଙ୍କାଳ ବ୍ୟାଙ୍କ୍‌କୁ ନେବା ଘଟଣା: ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ RDC

03 Oct 2022 By The Sakala

ଏମିତି ବି ମୃତ୍ୟୁ ଆସେ : ଷ୍ଟେଜରୁ ଦର୍ଶକଙ୍କୁ ଖୋକା ଭାଇଙ୍କ ଯାଯାବର ଗୀତ ଶୁଣାଇବା ପରେ ଚାଲିଗଲା ଜୀବନ

ଜୟପୁର : କଥାରେ ଅଛି ଜୀବନକୁ କିଛି ଭରସା ନାହିଁ। କେତେବେଳେ ଜୀବନ ଚାଲିଯିବ ତାହା କହିବା ଅସମ୍ଭବ। ଜୀବନ ଅଛି ମାନେ ମୃତ୍ୟୁ ଅଛି କିନ୍ତୁ ବେଳେ ବେଳେ ଏପରି ଭାବେ ଜୀବନ ଚାଲିଯାଏ,ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦିଏ। ଆଉ ଏପରି ଭାବେ ମୃତ୍ୟୁକୁ ଦେଖି ଆମେ କହୁ ଏମିତି ବି ମୃତ୍ୟୁ ଆସେ…। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେରାପୁଟ ଜିଲ୍ଲା ଜୟପୁର ସହରର ରଜା ନଗରରେ। ମଞ୍ଚର ଉପରେ ଶୋ’ ଚାଲିଥିବା ବେଳେ ଚାଲିଯାଇଛି କଣ୍ଠଶିଳ୍ପୀଙ୍କ ଜୀବନ । ମୃତକ ହେଲେ ମୁରଲୀ ମହାପାତ୍ର । ଗୀତ ଗାଇବାର କିଛି ସମୟ ପରେ ତାଙ୍କ ସାଥୀ ଗୀତିକାର ଗୀତ ଗାଉଥିବା ଷ୍ଟେଜ ଉପରେ ଉପସ୍ଥିତ ରହି ଦେଖୁଥିଲେ ମୁରଲୀ । ହେଲେ ହଠାତ ଟଳି ପଡ଼ିଥିଲେ।

ଗତକାଲି ରାତିରେ ସ୍ଥାନୀୟ ରାଜନଗରଠାରେ ଦୁର୍ଗାପୂଜା ଉପଲକ୍ଷେ ସଙ୍ଗୀତ ସଂଧ୍ୟାର ଆୟୋଜନ ହୋଇଥିଲା। ଏଥିରେ ଗୀତ ଗାଉଥିଲେ ମୁରଲୀ। ଷ୍ଟେଜ ଉପରେ ଗୀତ ଗାଇବା ଆରମ୍ଭ କରିବା ପୂର୍ବରୁ ନିଜ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ସେ ଦର୍ଶକଙ୍କୁ କହିଥିଲେ। ପରେ ସେ ସ୍ୱଗୀୟ ଅକ୍ଷୟ ମହାନ୍ତିଙ୍କ ଯାଯାବର ଗୀତ ଗାଇଥିଲେ। ଗୀତ ଗାଇବା ପରେ ଷ୍ଟେଜରେ ପଡ଼ିଥିବା ଚେୟାରରେ ବସିଥିଲେ। ଷ୍ଟେଜରେ ଆଉ ଜଣେ କଣ୍ଠଶିଳ୍ପୀ ଗୀତ ଗାଉଥିଲେ। ମୁରଲୀ ପଛରେ ବସି କଣ୍ଠଶିଳ୍ପୀଙ୍କ ଗୀତରେ ଝୁମୁଥିଲେ। ଏହି ସମୟରେ ହଠାତ୍ ସେ ଚେୟାରରୁ ଟଳି ପଡ଼ିଥିଲେ। ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ହେଲେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ।

ମୁରଲୀ ଜଣେ ସରକାରୀ କର୍ମଚାରୀ ଥିଲେ। କିନ୍ତୁ ତାଙ୍କ ନିଶା ଥିଲା ଗୀତ ଗାଇବା। ଅକ୍ଷୟ ମହାନ୍ତିଙ୍କ ଗୀତ ଗାଇ ସେ ଜୟପୁରରେ ବେଶ୍ ପ୍ରସିଦ୍ଧି ଲାଭ କରିଥିଲେ। ତାଙ୍କ ଅକାଳ ବିୟୋଗରେ ସ୍ତବ୍ଧ ହୋଇଯାଇଛି ଜୟପୁର ସହର। ସାଧାରଣ ଲୋକ ଓ କଳାକାରଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର