ସିକିମ ସ୍ୱତ୍ୱ ରୟତ ଚାଷୀଙ୍କୁ ମିଳିଲା ଜମି ପଟ୍ଟା, ପ୍ରଥମ ଦିନରେ ପଟ୍ଟା ପାଇଲେ ଦଶ ହଜାର ହିତାଧିକାରୀ

The Sakala Picture
Published On

ଭୁବନେଶ୍ବର : ଦୀର୍ଘ ବର୍ଷର ଜମିଜମା ସମସ୍ୟାର ହେଲା ସମାଧାନ। ସିକିମ ସ୍ୱତ୍ୱ ରୟତ ଚାଷୀଙ୍କୁ ମିଳିଲା ଜମି ପଟ୍ଟା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ସ୍ୱତନ୍ତ୍ର ସମାରୋହରେ ପ୍ରଥମ ଦିନରେ ୨୬ଟି ଜିଲ୍ଲାର ଦଶ ହଜାର ସିକିମ ରୟତ ଚାଷୀମାନଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଜନସାଧାରଣଙ୍କ ସମସ୍ୟାର ସମାଧାନ ଉପରେ ତାଙ୍କ ସରକାର ସର୍ବାଧିକ ପ୍ରାଥମିକତା ଦେଇ ଆସିଛି। ସିକିମ ରୟତମାନଙ୍କର ସମସ୍ୟା ବହୁ ଦିନର ସମସ୍ୟା ଥିଲା। […]

ଭୁବନେଶ୍ବର : ଦୀର୍ଘ ବର୍ଷର ଜମିଜମା ସମସ୍ୟାର ହେଲା ସମାଧାନ। ସିକିମ ସ୍ୱତ୍ୱ ରୟତ ଚାଷୀଙ୍କୁ ମିଳିଲା ଜମି ପଟ୍ଟା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ସ୍ୱତନ୍ତ୍ର ସମାରୋହରେ ପ୍ରଥମ ଦିନରେ ୨୬ଟି ଜିଲ୍ଲାର ଦଶ ହଜାର ସିକିମ ରୟତ ଚାଷୀମାନଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି।

ଆହୁରି ପଢ଼ନ୍ତୁ: ୧୦୮ ଆମ୍ବୁଲାନ୍ସରେ ସୁରକ୍ଷିତ ପ୍ରସବ: ଇ.ଏମ.ଟିଙ୍କ ତତ୍ପରତାରେ ମା' ଓ ଶିଶୁଙ୍କ ଜୀବନ ରକ୍ଷା

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଜନସାଧାରଣଙ୍କ ସମସ୍ୟାର ସମାଧାନ ଉପରେ ତାଙ୍କ ସରକାର ସର୍ବାଧିକ ପ୍ରାଥମିକତା ଦେଇ ଆସିଛି। ସିକିମ ରୟତମାନଙ୍କର ସମସ୍ୟା ବହୁ ଦିନର ସମସ୍ୟା ଥିଲା। ଜମି ଉପରେ ସେମାନଙ୍କ ଅଧିକାର ନ ଥିବାରୁ ସେମାନଙ୍କର ଆର୍ଥିକ ଓ ସାମାଜିକ ଜୀବନ ପ୍ରଭାବିତ ହେଉଥିଲା । ସରକାରଙ୍କ ବିଭିନ୍ନ କୃଷି ବିକାଶ କାର୍ଯ୍ୟକ୍ରମରେ ମଧ୍ୟ ସେମାନେ ଲାଭ ପାଇପାରୁନଥିଲେ। ସିକିମ ରୟତମାନଙ୍କର ଶହ ଶହ ବର୍ଷର ସମସ୍ୟାର ସମାଧାନକୁ ଏକ ଐତିହାସିକ ପଦକ୍ଷେପ ଭାବରେ ବର୍ଣ୍ଣନା କରି ଲୋକମାନଙ୍କର ଖୁସି ହିଁ ତାଙ୍କର ସବୁଠାରୁ ବଡ ପୁରସ୍କାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଖୋଲିବ ହୀରାକୁଦ ଗେଟ୍, ଡ୍ୟାମ୍‌ରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ମୁଖ୍ୟମନ୍ତ୍ରୀ କହିଥିଲେ 5T ଓ ନବୀନ ଓଡିଶା ଅଧ୍ୟକ୍ଷଙ୍କ କେନ୍ଦ୍ରାପଡା ଜିଲ୍ଲା ଗସ୍ତ ଅବସରରେ ସିକିମ ରୟତମାନେ ତାଙ୍କୁ ଭେଟି ସେମାନଙ୍କର ଅସୁବିଧା ବିଷୟରେ ଜଣାଇଥିଲେ । 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗଂଜାମ ଜିଲ୍ଲାରେ ଗ୍ରାମକଣ୍ଠ ଓ ପରମ୍ବୋକ ଜମି ସମସ୍ୟାର ମଧ୍ୟ କିଛି ଦିନ ତଳେ ସମାଧାନ କରାଯାଇଥିଲା। ଜନସାଧାରଣଙ୍କ ସମସ୍ୟାର ସମାଧାନ ପ୍ରତି ଏହା ତାଙ୍କ ସରକାରଙ୍କ ପ୍ରତିବଦ୍ଧତା ଓ ନିଷ୍ଠାର ପରିଚୟ ବୋଲି ସେ କହିଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ୪ ବର୍ଷିଆ ITEP ନାମଲେଖା ପାଇଁ ପ୍ରଥମ ମେରିଟ୍ ତାଲିକା ପ୍ରକାଶ, ୧୪୬୩ ଛାତ୍ରଛାତ୍ରୀ ମନୋନୀତ

ରାଜ୍ୟ ସରକାରଙ୍କ ଏହି ଆଇନଗତ ପଦକ୍ଷେପ ବଳରେ ସିକିମ ଜମି ଉପରେ ଜମି ସ୍ୱତ୍ୱ ଥିବା ରୟତମାନେ ବଂଶାନୁକ୍ରମିକ ଓ ହସ୍ତାନ୍ତରଯୋଗ୍ୟ ଅଧିକାର ପ୍ରାପ୍ତ ହେଲେ। ଏଥି ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିଜ ଆଡୁ ମକଦମା କରି ଏହି ସବୁ ସିକିମ ଜମି ସମସ୍ୟାର ସମାଧାନ କରିଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରି କହିଥିଲେ ଯେ ଏହି ସିକିମ ରୟତ ସମସ୍ୟା ଦୀର୍ଘ ୫୦ ବର୍ଷରୁ ଅଧିକ ବର୍ଷର ସମସ୍ୟା ହୋଇ ରହିଥିଲା। ଜିଲ୍ଲାଗସ୍ତ ସମୟରେ କେନ୍ଦ୍ରାପଡା ଜିଲ୍ଲାରୁ ପ୍ରଥମେ ଏହି ଆବେଦନ ଆସିଥିଲା। ଖୁବ ଶୀଘ୍ର ଏହାର ସମାଧାନ କରାଗଲା। ବାକି ରହିଯାଇଥିବା ଜମି ପଟ୍ଟା ପ୍ରଦାନ କାର୍ଯ୍ୟକୁ ଶୀଘ୍ର ଶେଷ କରି ସ୍ୱଚ୍ଛତା ଓ ସମ୍ମାନର ସହ ବଣ୍ଟନ କରିବା ପାଇଁ ଜିଲ୍ଲା ପ୍ରଶାସନମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ ଗଂଜାମ ଜିଲ୍ଲାର ୧୦୦ ବର୍ଷରୁ ଉର୍ଦ୍ଧ୍ୱ ଗ୍ରାମକଣ୍ଠ ପରମ୍ବୋକ ସମସ୍ୟା ରହିଥିଲା । ୨୦୦୯ ବର୍ଷରେ ଆଇନ ବଦଳାଇ ମୁଖ୍ୟମନ୍ତ୍ରୀ ତା’ର ସଂଶୋଧନ କଲେ। ଆପଣମାନେ ସମସ୍ତେ ଏହାର ଉପକୃତ ହେଲେ। ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ଚକ ଜମି ବିକ୍ରୀ ଅସୁବିଧାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦୂର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିରେ ଲୋକଙ୍କ ସେବା ପାଇଁ, ଲୋକଙ୍କୁ ସଶକ୍ତ କରିବ ପାଇଁ ଆଇନ ରହିଛି। ଲୋକଙ୍କ ହିତ ପାଇଁ ଆଇନକୁ ମଧ୍ୟ ସଂଶୋଧନ କରାଯିବ ବୋଲି ସେ କହିଥିଲେ।

କେନ୍ଦ୍ରାପଡାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସାବ୍ୟସାଚୀ ନାୟକ, ଜଗତସିଂହପୁରରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, କଟକରେ ବିଧାୟକ  ପ୍ରତାପ କୁମାର ଜେନା, ବାଲେଶ୍ୱରରେ ବିଧାୟକ  ସ୍ୱରୂପ ଦାସ, ଖୋର୍ଦ୍ଧାରେ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଗଂଜାମରେ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଓ ପୁରୀରେ ରାଜ୍ୟ ଯୋଜନା ବୋର୍ଡ ପୂର୍ବତନ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ପ୍ରମୁଖ ଆୟୋଜିତ ଜିଲ୍ଲା ସ୍ତରୀୟ ସମାରୋହରେ ଉପସ୍ଥିତ ରହି ସିକିମ ରୟତ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସିକିମ ରୟତ ପଟ୍ଟା ବଣ୍ଟନ କରିଥିଲେ।

କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ଓ ଦୂରଦର୍ଶୀ ନେତୃତ୍ୱ ଯୋଗୁ ବହୁ ବର୍ଷର ସମସ୍ୟା ହୋଇ ପଡିରହିଥିବା ଏହି ସିକିମ ରୟତ ସମସ୍ୟାର ଆଜି ସମାଧାନ ହୋଇଛି। ଏଥି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ୍‌ ହେବ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଲୋକମାନଙ୍କଠାରୁ ସିକିମ ସ୍ୱତ୍ୱ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ନିବେଦନ ପତ୍ର ପାଇଥିଲେ । ସିକିମ ସ୍ୱତ୍ୱ ଭାବରେ ରେକର୍ଡ ହୋଇଥିବା ଜମିକୁ ଦଖଲକରୁଥିବା ବ୍ୟକ୍ତିମାନଙ୍କୁ ଉପ-ରୟତ କିମ୍ବା ଅଧସ୍ତନ-ରୟତ କୁହାଯାଏ । ଓଡିଶା ଭୂ-ସଂସ୍କାର ଆଇନ, ୧୯୬୦ ଅନୁଯାୟୀ ସିକିମ ଜମିରେ ରୟତି ଘୋଷଣା ନିମନ୍ତେ ଆବେଦନ କରିବାର ଶେଷ ଅବଧି ୧୯୭୭ ମସିହା ପର୍ଯ୍ୟନ୍ତ ଥିଲା । ସମସ୍ତ ସିକିମ ଚାଷୀ ଏହି ସମୟ ଅବଧି ଭିତରେ ଆବେଦନ କରିପାରି ନ ଥିଲେ । ଏହି ସବୁ ନିବେଦନ ପତ୍ରକୁ ଅନୁଧ୍ୟାନ କରି ସିକିମ ସ୍ୱତ୍ୱ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ରାଜସ୍ୱ ଟାସ୍କଫୋର୍ସକୁ ଏହା ପ୍ରେରଣ କରାଯାଇଥିଲା। ରାଜସ୍ୱ ଟାସ୍କଫୋର୍ସ ରାଜସ୍ୱ ଆୟୁକ୍ତ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ରାଜସ୍ୱ ବିଭାଗର କାର୍ଯ୍ୟରତ ବରିଷ୍ଠ ଅଧିକାରୀ ତଥା ବିଭିନ୍ନ ବିଶେଷଜ୍ଞ ମାନେ ବ୍ୟାପକ ବିଚାର ବିମର୍ଶ କରି ଓଡିଶା ଭୂ-ସଂସ୍କାର ଆଇନକୁ ସଂଶୋଧନ କରିବା ପାଇଁ ପରାମର୍ଶ ଦେଇଥିଲେ। ଯାହା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ତ୍ୱରିତ ସଂଶୋଧିତ ହୋଇଥିଲା ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜସ୍ବ ବିଭାଗ ତରଫରୁ ସ୍ଵତଃସ୍ପୂର୍ତ suo moto ଭାବେ ସିକିମ ରୟତ ମାନଙ୍କ ତରଫରୁ ଦରଖାସ୍ତ ଆବେଦନ କରାଯାଇ ବହୁ ସିକିମ ପଟ୍ଟା ସିକିମ ରୟତ କିମ୍ବା ସେମାନଙ୍କର ଉତ୍ତରାଧିକାରୀମାନଙ୍କ ନାମରେ ସଂଶୋଧିତ ହୋଇସାରିଛି। ଏହି ଐତିହାସିକ ପଦକ୍ଷେପ ଫଳରେ ଓଡ଼ିଶାର ପ୍ରାୟ 2,50,000 ସିକିମ ରୟତ ଓ ତାଙ୍କ ଉତ୍ତରାଧିକାରୀ ଉପକୃତ ହେବେ । କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ଦେଇ ସିକିମ ସତ୍ତ୍ଵ ସମସ୍ୟା ଓ ବିଭାଗ ପକ୍ଷରୁ ଏହାର ସମାଧାନ ନିମନ୍ତେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ।

20 Feb 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର