ସିଦ୍ଧେଶ୍ବରସାହି ହତ୍ୟାକାଣ୍ଡ : ମାମୁର ଭୁଜାଲି ମାଡ଼ରେ ଭଣଜା ମୃତ, ୭ ଗିରଫ

The Sakala Picture
Published On

କଟକ : ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଲାଲବାଗ ଥାନା ସିଦ୍ଧେଶ୍ବରସାହିରେ ଗତକାଲି ଘଟିଥିଲା ଗୋଷ୍ଠୀ ସଂଘର୍ଷ। ଏହାକୁ କେନ୍ଦ୍ରକରି ମାମୁଁର ଭୁଜାଲି ମାଡ଼ରେ ଭଣଜାର ମୃତ୍ୟୁ ଘଟିଥିଲା। ମୃତକ ଜଣକ ହେଲେ ଦୀପକ ସାମଲ(୨୯)। ଏହି ଘଟଣାରେ ଉଭୟ ପକ୍ଷରୁ ୮ରୁ ଅଧିକ ଲୋକେ ଗୁରୁତର ଭାବେ ଆହତ ହୋଇଥିଲେ। ଆଜି ଲାଲବାଗ ପୁଲିସ ୭ ଜଣଙ୍କୁ ଗିରଫ କରି ପଚରାଉଚରା ଚଳାଇଛି। ସୋମବାର ସେମାନଙ୍କୁ କୋର୍ଟଚାଲଣ କରାଯିବ ବୋଲି ଆଇଆଇସି ରବୀନାରାୟଣ ଭଞ୍ଜ କହିଛନ୍ତି। ସୂଚନା […]

କଟକ : ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଲାଲବାଗ ଥାନା ସିଦ୍ଧେଶ୍ବରସାହିରେ ଗତକାଲି ଘଟିଥିଲା ଗୋଷ୍ଠୀ ସଂଘର୍ଷ। ଏହାକୁ କେନ୍ଦ୍ରକରି ମାମୁଁର ଭୁଜାଲି ମାଡ଼ରେ ଭଣଜାର ମୃତ୍ୟୁ ଘଟିଥିଲା। ମୃତକ ଜଣକ ହେଲେ ଦୀପକ ସାମଲ(୨୯)। ଏହି ଘଟଣାରେ ଉଭୟ ପକ୍ଷରୁ ୮ରୁ ଅଧିକ ଲୋକେ ଗୁରୁତର ଭାବେ ଆହତ ହୋଇଥିଲେ। ଆଜି ଲାଲବାଗ ପୁଲିସ ୭ ଜଣଙ୍କୁ ଗିରଫ କରି ପଚରାଉଚରା ଚଳାଇଛି। ସୋମବାର ସେମାନଙ୍କୁ କୋର୍ଟଚାଲଣ କରାଯିବ ବୋଲି ଆଇଆଇସି ରବୀନାରାୟଣ ଭଞ୍ଜ କହିଛନ୍ତି। ସୂଚନା ମୁତାବକ, ସିଦ୍ଧେଶ୍ବର ସାହି ଅଞ୍ଚଳରେ ପ୍ରଦୀପ ସାମଲ ପରିବାର ସହ ରହୁଛନ୍ତି। ନିକଟରେ ତାଙ୍କ ଭଉଣୀ ଜୟଶ୍ରୀ ସାମଲ ମଧ୍ୟ ରହନ୍ତି। ତେବେ ଜମିବାଡ଼ି ଭାଗବଣ୍ଟାକୁ ନେଇ ପ୍ରଦୀପ ଓ ତାଙ୍କ ଭଣଜାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଅନେକ ସମୟରେ ଦୁଇ ପରିବାର ଭିତରେ ଗଣ୍ଡଗୋଳ ହୋଇଥଲା।

ଆହୁରି ପଢ଼ନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ୨ ଯୁବ ଆଥଲେଟଙ୍କ ମୃତ୍ୟୁ

ତେବେ ଏହା ଆପୋଷ ବୁଝାମଣାରେ ସମାଧାନ କରାଯାଉଥିଲା। ଶନିବାର ହଠାତ ପ୍ରଦୀପ ଓ ଭଉଣୀ ଜୟଶ୍ରୀଙ୍କ ମଧ୍ୟରେ ପୂର୍ବ ବିବାଦକୁ କେନ୍ଦ୍ର କରି ପାଟିତୁଣ୍ଡ ହୋଇଥିଲା। କଥା କଟାକଟି ପରେ ଘଟଣାଟି ଉଗ୍ରରୂପ ଧାରଣ କରିଥିଲା। ପ୍ରଦୀପ ନିଜ ଭଉଣୀ ଉପରେ ହାତ ଉଠାଇବାରୁ ଭଣଜା ଦୀପକ ତାହାକୁ ସହ୍ୟ କରିପାରି ନଥିଲା। ଏନେଇ ଦୀପକ ବାହାରିବାରୁ ମାମୁଁ ଓ ଭଣଜା ଭିତରେ ମାରପିଟ ଆରମ୍ଭ ହୋଇଥିଲା। ମାମୁଁ ସପକ୍ଷରେ ସାହିର କିଛି ଲୋକ ବାହାରିବା ବେଳେ ଦୀପକ ମଧ୍ୟ ତା’ର ସାଙ୍ଗଙ୍କୁ ଡକାଇ ଦେଇଥିଲା ଫଳରେ ଗୋଷ୍ଠୀ ସଂଘର୍ଷର ସୁତ୍ରପାତ ହୋଇଥିଲା। ଘଟଣାସ୍ଥଳ ରଣକ୍ଷେତ୍ରରେ ପରିଣତ ହୋଇଥିଲା। ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଢେଲା ପଥର ମାଡ଼ କରିବା ସହ ଲୁହା ରଡ୍‌ରେ ଆକ୍ରମଣ ଓ ପ୍ରତିଆକ୍ରମଣ କରିଥିଲେ। ଇତି ମଧ୍ୟରେ ପ୍ରଦୀପ ଘରୁ ଗୋଟିଏ ଭୁଜାଲି ଆଣି ଦୀପକକୁ ଆକ୍ରମଣ କରିଥିଲା।

ଆହୁରି ପଢ଼ନ୍ତୁ: OUSSSC ପକ୍ଷରୁ ୭୨୬୮ କନେଷ୍ଟବଳ ଏବଂ ଅଗ୍ନିଶମ କର୍ମଚାରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ଦୀପକର ମୁଣ୍ଡରେ ଚୋଟ ବାଜିବାରୁ ସେ ଗୁରୁତର ହୋଇପଡ଼ିଥିଲା। ଗୋଷ୍ଠୀ ସଂଘର୍ଷ ସଂକ୍ରାନ୍ତରେ ସୂଚନା ପାଇ ଲାଲବାଗ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଉଭୟ ପକ୍ଷରୁ ଆହତ ହୋଇଥିବା ୮ଜଣଙ୍କୁ ମେଡିକାଲ ପଠାଇଥିଲା। ତେବେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦୀପକର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସିଦ୍ଧେଶ୍ବରସାହିରେ ତୀବ୍ର ଉତ୍ତେଜନା ଲାଗି ରହିଥିଲା। ସମ୍ପୃକ୍ତ ଅଞ୍ଚଳ ଅଶାନ୍ତ ହୋଇପଡ଼ିବାରୁ ଗତକାଲିଠାରୁ ସେଠାରେ ପୁଲିସ ଫୋର୍ସ ମୃତୟନ କରାଯାଇଛି। ଏନେଇ ଦୀପକର ବାପା ଅଭିଯୋଗ କରିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିବାର ପକ୍ଷରୁ ୧୬ ଜଣଙ୍କ ନାଁ ଏତଲାରେ ଦର୍ଶାଯାଇଛି। ସେହିପରି ଅପରପକ୍ଷରୁ ମଧ୍ୟ ଏକ ପାଲଟା ଅଭିଯୋଗ ହୋଇଛି। ପୁଲିସ ଦୁଇଟି ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ସୁଦୃଶ୍ୟ ଲଘୁଚାପ, ଆଜି ନେବ ଅବପାତର ରୂପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର