ସବୁଠାରୁ ଛୋଟ ଭେକ୍ୟୁମ କ୍ଲିନର ତିଆରିକରି ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ ନବମ ଶ୍ରେଣୀର ଛାତ୍ର ଶୁଭମ

The Sakala Picture
Published On

ଭଦ୍ରକ:ପ୍ରତିଭା ଦେଖେନି ଧନୀ ଦରିଦ୍ର। ପ୍ରତିଭା ଆଗରେ ହାର ମାନେ ଦୁନିଆର ସବୁ ପ୍ରତିବନ୍ଧକ। ଏପରି ଏକ ବିରଳ ପ୍ରତିଭାର ଅଧିକାରୀ ମେଧାବୀ ଛାତ୍ରକୁ ମିଳିଛି ପୃଥିବୀର କ୍ଷୁଦ୍ରତମ ଭ୍ୟାକ୍ୟୁମ କ୍ଲିନର ତିଆରି କରିବାର ରେକର୍ଡ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖେରଙ୍ଗ ପଞ୍ଚାୟତ ରାଉତ ସାହି ଗାଁର ନବମ ଶ୍ରେଣୀର ଛାତ୍ର ଶୁଭମ ରାଉତ ଛୋଟ ଭ୍ୟାକ୍ୟୁମ କ୍ଲିନର ତିଆରିକରୀ ଇଣ୍ଡିଆ ବୁକ୍ ଅଫ୍ ରେକଡ଼ର୍ ଅଧିକାରୀ ହୋଇଛନ୍ତି । ଶୁଭମ୍ ସଫଳତା ପାଇଁ […]

ଭଦ୍ରକ:ପ୍ରତିଭା ଦେଖେନି ଧନୀ ଦରିଦ୍ର। ପ୍ରତିଭା ଆଗରେ ହାର ମାନେ ଦୁନିଆର ସବୁ ପ୍ରତିବନ୍ଧକ। ଏପରି ଏକ ବିରଳ ପ୍ରତିଭାର ଅଧିକାରୀ ମେଧାବୀ ଛାତ୍ରକୁ ମିଳିଛି ପୃଥିବୀର କ୍ଷୁଦ୍ରତମ ଭ୍ୟାକ୍ୟୁମ କ୍ଲିନର ତିଆରି କରିବାର ରେକର୍ଡ ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖେରଙ୍ଗ ପଞ୍ଚାୟତ ରାଉତ ସାହି ଗାଁର ନବମ ଶ୍ରେଣୀର ଛାତ୍ର ଶୁଭମ ରାଉତ ଛୋଟ ଭ୍ୟାକ୍ୟୁମ କ୍ଲିନର ତିଆରିକରୀ ଇଣ୍ଡିଆ ବୁକ୍ ଅଫ୍ ରେକଡ଼ର୍ ଅଧିକାରୀ ହୋଇଛନ୍ତି । ଶୁଭମ୍ ସଫଳତା ପାଇଁ ପରିବାର ଲୋକ ବେଶ ଖୁସିଥିବା ବେଳେ ସେ ଜିଲ୍ଲା ଓ ନିଜ ଅଞ୍ଚଳର ସୁନାମ୍ ବଢାଇଛନ୍ତି । ଶୁଭମ୍ ବାସୁଦେବପୁର ନବୋଦୟ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢେ। ସେ ପାଠ ପଢିବା ସହିତ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରିବା ତାଙ୍କର ନିଶା । ଏହି ଇଣ୍ଡିଆ ବୁକ୍ ରେକର୍ଡ ପାଇବା ପାଇଁ ସେ ଅନଲାଇନରେ ଆବେଦନ କରିଥିଲେ। ଇଣ୍ଡିଆ ବୁକ୍ ଅପ୍ ରେକର୍ଡ ତରଫରୁ ଭୁବନେଶ୍ୱର ଓ ପରେ ଘରେ ବସି ଲାଇଭିରେ ଶୁଭମ୍ ତିଆରି କରିଥିବା ସବୁଠାରୁ ଛୋଟ ଛୋଟ ଭ୍ୟାକ୍ୟୁମ କ୍ଲିନର ଯାହାର ଲମ୍ବ ୧.୨୧ ସେଣ୍ଟିମିଟର ତାହା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ରେ ଚୟନ ହେବାପରେ ତାଙ୍କୁ ପଦକ ଓ ସାର୍ଟିଫିକେଟ ପ୍ରଧାନ କରାଯାଇଛି ।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ଏହାକୁ ନେଇ ବେଶ୍ ଖୁସି ଅଛନ୍ତି ଶୁଭମ୍ । ଅଦରକାରୀ ମୋବାଇଲ ଭାଇବ୍ରେଟର, ମୋଟର, ପ୍ଲାଷ୍ଟିକ ଶିରିଞ୍ଜ ଓ ଅନ୍ୟାନ୍ୟ ଛୋଟ ଛୋଟ ଅଦରକାରୀ ଜିନିଷକୁ ନେଇ ଏହି ଛୋଟ ଭ୍ୟାକ୍ୟୁମ କ୍ଲିନର ତିଆରି କରିଛନ୍ତି । ଗରିବ ଘରର ଶୁଭମର ଏପ୍ରକାର କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ହେଲେ ଦାରିଦ୍ରତା ପ୍ରତିମୁହୂର୍ତ୍ତରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ପାଠ ପଢ଼ା ପାଇଁ ଅଧିକ ଅର୍ଥ ଆବଶ୍ୟକ ହେଉଥିବା ବେଳେ ପରିବାରର ଦାରିଦ୍ର୍ୟତା ଯୋଗୁଁ ବାପା ଅର୍ଥ ଯୋଗାଡ଼ କରିପାରୁନାହାଁନ୍ତି କିନ୍ତୁ ହାରି ଯାଇନି ଶୁଭମ। ଚାନ୍ଦବାଲି ଅଞ୍ଚଳର ଶିକ୍ଷୟିତ୍ରୀ ନିର୍ଲିପିତା ମିଶ୍ରଙ୍କ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ପରେ ଶୁଭମ ଗିନିଜ ବୁକ ଅଫ ରେକର୍ଡ଼ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି। ହେଲେ ପାଠ ପଢ଼ା ପାଇଁ ଆବଶ୍ୟକ ହେଉଥିବା ଅର୍ଥ ଯୋଗାଡ଼ କରି ପାରୁ ନ ଥିବାରୁ “ଗରିବ ହୋଇଥିବାରୁ ମୁଁ କଣ ପାଠ ପଢ଼ି କିଛି କରିପାରିବି ନାହିଁ” ବୋଲି ହତାଶା ଭାବ ପ୍ରକାଶ କରିଛନ୍ତି ଶୁଭମ। ଯଦି କୌଣସି ସହୃଦୟ ବ୍ୟକ୍ତି ବା ଅନୁଷ୍ଠାନ ସହଯୋଗର ହାତ ବଢାନ୍ତି ତେବେ ଶୁଭମ ରାଜ୍ୟ ପାଇଁ ଗୌରବ ଆଣି ପାରନ୍ତା ବୋଲି ଗ୍ରାମବାସୀ ମାନେ ନିବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର