ଏଣିକି ଘରକୁ ଘର ବୁଲି ବିଦ୍ୟୁତ ବିଲ୍‌ ଆଦାୟ କରିବେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା

The Sakala Picture
Published On

ଭୁବନେଶ୍ବର : ଏଣିକି ସ୍ୱଂୟସହାୟିକା ଗୋଷ୍ଠୀଙ୍କ ଦ୍ୱାରା ବିଦ୍ୟୁତ ବିଲ୍ ଆଦାୟ କରାଯିବ । ଘରକୁ ଘର ବୁଲି ବିଦ୍ୟୁତ ବିଲ୍ ଆଦାୟ କରିବେ ଏସଏଚଜି ସଦସ୍ୟା । ଏଥି ସହିତ ଏଣିକି ବିଦ୍ୟୁତ୍ ପାଇଁ ପ୍ରିପେଡ ସ୍ମାର୍ଟ ମିଟର ଲାଗିବ ଏବଂ ଗ୍ରାହକ ଚାହିଁଲେ ଲଗେଇପାରିବେ ସ୍ମାର୍ଟ ମିଟର । ସିମ କାର୍ଡ ଜରିଆରେ ଜଣେ ଯେତିକି ପେମେଣ୍ଟ କରିବ, ସେତିକି ବିଦ୍ୟୁତ୍ ବ୍ୟବହାର କରିବ ବୋଲି ନିଷ୍ପତ୍ତି ହୋଇଛି। ବିଧାନସଭା ଶକ୍ତି ବିଭାଗ ଷ୍ଟାଣ୍ଟିଂ […]

ଭୁବନେଶ୍ବର : ଏଣିକି ସ୍ୱଂୟସହାୟିକା ଗୋଷ୍ଠୀଙ୍କ ଦ୍ୱାରା ବିଦ୍ୟୁତ ବିଲ୍ ଆଦାୟ କରାଯିବ । ଘରକୁ ଘର ବୁଲି ବିଦ୍ୟୁତ ବିଲ୍ ଆଦାୟ କରିବେ ଏସଏଚଜି ସଦସ୍ୟା । ଏଥି ସହିତ ଏଣିକି ବିଦ୍ୟୁତ୍ ପାଇଁ ପ୍ରିପେଡ ସ୍ମାର୍ଟ ମିଟର ଲାଗିବ ଏବଂ ଗ୍ରାହକ ଚାହିଁଲେ ଲଗେଇପାରିବେ ସ୍ମାର୍ଟ ମିଟର । ସିମ କାର୍ଡ ଜରିଆରେ ଜଣେ ଯେତିକି ପେମେଣ୍ଟ କରିବ, ସେତିକି ବିଦ୍ୟୁତ୍ ବ୍ୟବହାର କରିବ ବୋଲି ନିଷ୍ପତ୍ତି ହୋଇଛି। ବିଧାନସଭା ଶକ୍ତି ବିଭାଗ ଷ୍ଟାଣ୍ଟିଂ କମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଆହୁରି ପଢ଼ନ୍ତୁ: ଜଳିବ ଅଭ୍ୟନ୍ତର, ସିଝିବ ଉପକୂଳ; ୪୪ଡିଗ୍ରୀ ମଧ୍ୟ ଛୁଇଁପାରେ ଦିନ ତାପମାତ୍ରା

ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଶକ୍ତି ବିଭାଗର ଷ୍ଟାଣ୍ଡିଂ ହାଉସ କମିଟିର ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଟାଟା ପାୱାର ସାଉଥକୋର ସିଇଓ ଓ ଶକ୍ତି ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ଏଥିରେ କେତୋଟି ଦିଗ ଉପରେ ଆଲୋଚନା କରାଯାଇଛି। ଯେଉଁ ଅଞ୍ଚଳରେ ଠିକ୍ ଭାବେ ବିଦ୍ୟୁତ୍ ଯୋଗାଣ ହୋଇପାରିନି, ସେଠି କେମିତି ତାହାର ଉପଯୁକ୍ତ ବ୍ୟବସ୍ଥା ହେବ, ସେଥିନେଇ ଆଲୋଚନା ହୋଇଛି। ଯେଉଁଠି ଘରକୁ ବିଦ୍ୟୁତ ସଂଯୋଗ ହୋଇନାହିଁ , ତୁରନ୍ତ ଯୋଗାଇ ଦିଆଯିବ । ପାୱାର କଟ ପୂର୍ବରୁ ଗାଁ ଗଣ୍ଡାରେ ପ୍ରଚାର ହେବା ଦରକାର। ଯେଉଁମାନେ ଆଉଟସୋର୍ସରେ କାମ କରୁଛନ୍ତି, ଟେକ୍ନିକାଲ ହେଉ ବା ନନ୍ ଟେକ୍ନିକାଲ, ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ୟ୍ୟ ମଜୁରି ଦରରେ ଅର୍ଥ ପାଇବେ। ପ୍ରତିମାସ ଶେଷରେ ଗ୍ରାହକଙ୍କୁ ବିଲ୍ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଫକୀର ମୋହନ କଲେଜରେ ପୁଣି ଜଣେ ଅଧ୍ୟାପକଙ୍କ ନାମରେ ସାଂଘାତିକ ଅଭିଯୋଗ, HOD ପଦରୁ ହେଲେ ବହିଷ୍କାର

ଆହୁରି ପଢ଼ନ୍ତୁ: ଖୁବ୍‌ଶୀଘ୍ର ସ୍ଲଟ୍‌ ବୁକିଂ ମାଧ୍ୟମରେ ଆରମ୍ଭ ହେବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା: ଆଇନ ମନ୍ତ୍ରୀ

05 Oct 2021 By The Sakala

ଏଣିକି ଘରକୁ ଘର ବୁଲି ବିଦ୍ୟୁତ ବିଲ୍‌ ଆଦାୟ କରିବେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା

ଭୁବନେଶ୍ବର : ଏଣିକି ସ୍ୱଂୟସହାୟିକା ଗୋଷ୍ଠୀଙ୍କ ଦ୍ୱାରା ବିଦ୍ୟୁତ ବିଲ୍ ଆଦାୟ କରାଯିବ । ଘରକୁ ଘର ବୁଲି ବିଦ୍ୟୁତ ବିଲ୍ ଆଦାୟ କରିବେ ଏସଏଚଜି ସଦସ୍ୟା । ଏଥି ସହିତ ଏଣିକି ବିଦ୍ୟୁତ୍ ପାଇଁ ପ୍ରିପେଡ ସ୍ମାର୍ଟ ମିଟର ଲାଗିବ ଏବଂ ଗ୍ରାହକ ଚାହିଁଲେ ଲଗେଇପାରିବେ ସ୍ମାର୍ଟ ମିଟର । ସିମ କାର୍ଡ ଜରିଆରେ ଜଣେ ଯେତିକି ପେମେଣ୍ଟ କରିବ, ସେତିକି ବିଦ୍ୟୁତ୍ ବ୍ୟବହାର କରିବ ବୋଲି ନିଷ୍ପତ୍ତି ହୋଇଛି। ବିଧାନସଭା ଶକ୍ତି ବିଭାଗ ଷ୍ଟାଣ୍ଟିଂ କମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଶକ୍ତି ବିଭାଗର ଷ୍ଟାଣ୍ଡିଂ ହାଉସ କମିଟିର ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଟାଟା ପାୱାର ସାଉଥକୋର ସିଇଓ ଓ ଶକ୍ତି ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ଏଥିରେ କେତୋଟି ଦିଗ ଉପରେ ଆଲୋଚନା କରାଯାଇଛି। ଯେଉଁ ଅଞ୍ଚଳରେ ଠିକ୍ ଭାବେ ବିଦ୍ୟୁତ୍ ଯୋଗାଣ ହୋଇପାରିନି, ସେଠି କେମିତି ତାହାର ଉପଯୁକ୍ତ ବ୍ୟବସ୍ଥା ହେବ, ସେଥିନେଇ ଆଲୋଚନା ହୋଇଛି। ଯେଉଁଠି ଘରକୁ ବିଦ୍ୟୁତ ସଂଯୋଗ ହୋଇନାହିଁ , ତୁରନ୍ତ ଯୋଗାଇ ଦିଆଯିବ । ପାୱାର କଟ ପୂର୍ବରୁ ଗାଁ ଗଣ୍ଡାରେ ପ୍ରଚାର ହେବା ଦରକାର। ଯେଉଁମାନେ ଆଉଟସୋର୍ସରେ କାମ କରୁଛନ୍ତି, ଟେକ୍ନିକାଲ ହେଉ ବା ନନ୍ ଟେକ୍ନିକାଲ, ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ୟ୍ୟ ମଜୁରି ଦରରେ ଅର୍ଥ ପାଇବେ। ପ୍ରତିମାସ ଶେଷରେ ଗ୍ରାହକଙ୍କୁ ବିଲ୍ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର