ବରିଷ୍ଠ ନାଗରିକଙ୍କ ପାଇଁ ବିଏମସିର ସ୍ବତନ୍ତ୍ର ପଦକ୍ଷେପ: ୧୯୨୯କୁ କଲ୍ କଲେ ପାଖରେ ପାଇବେ ଟେଷ୍ଟିଂ ଓ ଟିକାକରଣ ସୁବିଧା

The Sakala Picture
Published On

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ବରିଷ୍ଠ ନାଗରିକଙ୍କ ପାଇଁ ବଡ଼ ପଦକ୍ଷେପ ନେଇଛି ବିଏମସି । ୬୦ରୁ ଅଧିକ ବୟସ୍କ ଯେଉଁମାନେ ଟେଷ୍ଟିଂ ସେଣ୍ଟରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରକୁ ବିଏମସି ପଠାଇବ ମୋବାଇଲ୍ ଟିମ୍ । ଟେଷ୍ଟିଂ ଭଳି ଟିକାକରଣ ପାଇଁ ମଧ୍ୟ ଟିିିିିକାକେନ୍ଦ୍ରକୁ ଆଣି ଟିକା ଦେଇ ଘରେ ଛାଡ଼ିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଆସନ୍ତା ସୋମବାରରୁ ଏହି ସୁବିଧା କାର୍ଯ୍ୟକ୍ଷମ ହେବ ବୋଲି ବିଏମସିର ନୂତନ କମିଶନର ସଞ୍ଜୟ ସିଂହ […]

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ବରିଷ୍ଠ ନାଗରିକଙ୍କ ପାଇଁ ବଡ଼ ପଦକ୍ଷେପ ନେଇଛି ବିଏମସି । ୬୦ରୁ ଅଧିକ ବୟସ୍କ ଯେଉଁମାନେ ଟେଷ୍ଟିଂ ସେଣ୍ଟରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରକୁ ବିଏମସି ପଠାଇବ ମୋବାଇଲ୍ ଟିମ୍ । ଟେଷ୍ଟିଂ ଭଳି ଟିକାକରଣ ପାଇଁ ମଧ୍ୟ ଟିିିିିକାକେନ୍ଦ୍ରକୁ ଆଣି ଟିକା ଦେଇ ଘରେ ଛାଡ଼ିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଆସନ୍ତା ସୋମବାରରୁ ଏହି ସୁବିଧା କାର୍ଯ୍ୟକ୍ଷମ ହେବ ବୋଲି ବିଏମସିର ନୂତନ କମିଶନର ସଞ୍ଜୟ ସିଂହ ପ୍ରେସମିଟରେ ସୂଚନା ଦେଇଛନ୍ତି । ଲକଡାଉନ୍ ଓ ସଟଡାଉନ୍ ମାନି ଚଳିବା । କରୋନାର କୌଣସି ଲକ୍ଷଣ ଦେଖାଗଲେ ଏଡ଼ାଇ ଯାଆନ୍ତୁ ନାହିଁ । ବିଏମସିର ୧୯୨୯ କଲ୍ ସେଣ୍ଟର କାର୍ଯ୍ୟକ୍ଷମ ରହିଛି । ୧୯୨୯ରେ କଲ୍ କରି ଡାକ୍ତରଙ୍କ ପରାମର୍ଶ ନେଇ ପାରିବେ ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ଗସ୍ତ ନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଜାରି

ଟିକାକରଣ ଚାଲିଥିବା ବେଳେ ଟିକାକେନ୍ଦ୍ର ବଢ଼ାଇବାକୁ ବିଏମସି ଯୋଜନା କରିଛି । ଟେଷ୍ଟିଂ ପାଇଁ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ସେହିଭଳି ଏକାକୀ ରହୁଥିବା ବରିଷ୍ଠ ନାଗରିକ ଟିକାକରଣ ପାଇଁ ୧୯୨୯ରେ କଲ୍ କରିବେ । ଆମେ ତାଙ୍କୁ ଘରୁ ନେଇ ଟିକାକରଣ କେନ୍ଦ୍ରରେ ଟିକା ଦେବା ପରେ ଘରେ ଛାଡ଼ିବା ବ୍ୟବସ୍ଥା କରୁଛୁ ବୋଲି କହିଛନ୍ତି ବିଏମସି କମିଶନର ।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ସ୍କୁଲରେ ରକ୍ତପାତ: ବାର୍ଷିକୋତ୍ସବ ବେଳେ ନବମ ଶ୍ରେଣୀ ଛାତ୍ରକୁ ଖଣ୍ଡାରେ ହାଣିଲା ଦଶମ ଶ୍ରେଣୀ ଛାତ୍ର

ଡ୍ରାଇଭ୍-ଇନ୍ ଭ୍ୟାକ୍ସିନ୍ କାର୍ଯ୍ୟକ୍ରମ ଜାରି ରହିବ । ସେଥିପାଇଁ କୋୱିନ୍ ପୋର୍ଟାଲରେ ସ୍ଲଟ୍ ବୁକିଂ ଆରମ୍ଭ ହେବ । ସଂକ୍ରମଣ ମାମଲାକୁ ଦେଖି ବେଡ୍ ସଂଖ୍ୟା ବୃଦ୍ଧି କରାଯାଉଥିବା କମିଶନର ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଅନ୍ତସାରଶୂନ୍ୟ ବଜେଟ; ସାଧାରଣ ଓ ମଧ୍ୟବିତ୍ତ ନିରାଶ: ମାନସ ମଙ୍ଗରାଜ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp