ନୂଆବର୍ଷ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ୪୭ଛକ ଓ ସମ୍ବେଦନଶୀଳ ଜାଗାରେ ଜଗିବ ପୁଲିସ

The Sakala Picture
Published On

ଭୁବନେଶ୍ୱର : ରାତିପାହିଲେ ନୂଆବର୍ଷ । ହେଲେ ମହାମାରୀ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଆଖି ତରାଟିବା ଆରମ୍ଭ କରିଥିବାରୁ ଏଥର ରାଜଧାନୀରେ ନୂଆବର୍ଷ ନିରାଡ଼ମ୍ବର ଭାବେ ପାଳନ ହେବ । ବଣଭୋଜିଠୁ ଆରମ୍ଭ କରି ପର୍ଯ୍ୟଟନସ୍ଥଳୀରେ ଯେପରି ଭିଡ଼ ନ ଜମିବ, ସେଥିପାଇଁ କଟକଣା ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି । ଭୁବନେଶ୍ୱରର ବିଭିନ୍ନ ଏଣ୍ଟ୍ରି ଓ ଏକଜିଟ୍ ପଏଣ୍ଟ […]

ଭୁବନେଶ୍ୱର : ରାତିପାହିଲେ ନୂଆବର୍ଷ । ହେଲେ ମହାମାରୀ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଆଖି ତରାଟିବା ଆରମ୍ଭ କରିଥିବାରୁ ଏଥର ରାଜଧାନୀରେ ନୂଆବର୍ଷ ନିରାଡ଼ମ୍ବର ଭାବେ ପାଳନ ହେବ । ବଣଭୋଜିଠୁ ଆରମ୍ଭ କରି ପର୍ଯ୍ୟଟନସ୍ଥଳୀରେ ଯେପରି ଭିଡ଼ ନ ଜମିବ, ସେଥିପାଇଁ କଟକଣା ଲାଗିଛି ।

ଆହୁରି ପଢ଼ନ୍ତୁ: କାମ ଦେଲା ୪ ପିସିଆର୍‌‌ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି; ଭିଡ଼ହିଂସାରୁ ବର୍ତ୍ତିଗଲା ଯୁବକଙ୍କ ଜୀବନ

ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି । ଭୁବନେଶ୍ୱରର ବିଭିନ୍ନ ଏଣ୍ଟ୍ରି ଓ ଏକଜିଟ୍ ପଏଣ୍ଟ ସମେତ ୪୭ଟି ଛକ ଓ ସମ୍ବେଦନଶୀଳ ଜାଗାରେ ପୁଲିସ ମୁତୟନ ହେବେ । ୩ଜଣ ଅତିରିକ୍ତ ଡିସିପିଙ୍କ ତତ୍ତ୍ୱାବଧାନରେ ୮ଜଣ ଏସିପି, ୨୪ଜଣ ଇନ୍ସପେକ୍ଟର, ୪୭ ଏସଆଇ ଓ ଏଏସଆଇ, ୪୪ଜଣ ସଶସ୍ତ୍ର ପୁଲିସ ବାହିନୀ, ୨୪ଜଣ ମହିଳା କନେଷ୍ଟବଳ ଓ ୧୦୦ଜଣ ହୋମଗାର୍ଡ ମୁତୟନ ହେବ । ଏହା ସହିତ ୧୫ପ୍ଲାଟୁନ୍ ଫୋର୍ସ ମଧ୍ୟ ଛକ ସ୍ଥାନମାନଙ୍କରେ ରହିବେ । ଜିରୋ ନାଇଟ୍ ସେଲିବ୍ରେସନ୍ କଟକଣା ହୋଟେଲ୍, ବାର, ପବ ଗୁଡ଼ିକ ମାନୁଛନ୍ତି ନା ନାହିଁ ସେ ନେଇ ଯାଞ୍ଚ୍ କରିବ ପୁଲିସ । ନୂଆବର୍ଷ ଆସୁଥିବାରୁ ହୋଟେଲ୍ ଓ କ୍ଲବଗୁଡ଼ିକରେ ମଧ୍ୟ ସରପ୍ରାଇଜ୍ ଚେକିଂ କରାଯିବ । ସନ୍ଦିଗ୍ଧ ଗାଡ଼ି ସମେତ ଅମାନିଆ ଓ ନିଶା ସେବନ କରି ଚଳାଉଥିବା ଗାଡ଼ିଗୁଡ଼ିକ ଉପରେ କଡ଼ା ନଜର ରହିବ ।

ଆହୁରି ପଢ଼ନ୍ତୁ: ହଷ୍ଟେଲ ଛାତରୁ ଖସିପଡ଼ି ନାଇଜର ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ

ଅନ୍ୟପଟେ ଆଜି ଟୁଇନ ସିଟିର ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ଗତକାଲିଠୁ ଜୋରଦାର ଚେକିଂ କରିବ ପୁଲିସ। କଟକ-ଭୁବନେଶ୍ବରରେ ଥିବା ସମସ୍ତ ମଲ, ରେଷ୍‌ଟୁରାଣ୍ଟ, ବାର୍‌ ଓ କ୍ଲବ ଗୁଡିକ ଉପରେ ପୁଲିସ କଡା ନଜର ରଖିଛି। ନୂଆ ବର୍ଷ ପାଇଁ ଯେପରି ଭିଡ ନହୁଏ ତାହା ଉପରେ ସ୍ବତନ୍ତ୍ର ଧ୍ୟାନ ସହ ସେଠାକୁ ଆସୁଥିବା ସମସ୍ତ ଲୋକ ଯେପରି କୋଭିଡ ନିୟମ ପାଳନ କରନ୍ତି ତାହା ଧ୍ୟାନ ଦେବାକୁ କୁହାଯାଇଛି।ଏସଆରସିଙ୍କ ନିୟମ ଅନୁସାରେ ମାଲିକମାନେ କୋଭିଡ ନିୟମ ଠିକ୍ ଭାବରେ ପାଳନ କରନ୍ତୁ। ଗତକାଲିଠୁ ଚେକିଂକୁ ଜୋରଦାର କରାଯାଇଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ଜୋରଦାର ଚେକିଂ ଓ ବ୍ଳକିଙ୍ଗ କରାଯିବ। ନିୟମରେ ଖିଲାପ ହେଲେ ସମ୍ପୃକ୍ତ ଅନୁଷ୍ଠାନକୁ ସିଲ୍ କରାଯିବା ସହ ମୋଟା ଅଙ୍କର ଜରିମାନା ଆଦାୟ ହେବ। ଏମିତିକି ନିୟମ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସ୍ ଚିନ୍ତା: ଆକ୍ରାନ୍ତଙ୍କ ସଂଖ୍ୟା ୮୦୦ ପାର୍, ସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାଗର ନଜର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର