ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ବୁଲିବେ ଜିଲ୍ଲା, ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି

The Sakala Picture
Published On

ଭୁବନେଶ୍ବର: ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ବୁଲିବେ ଜିଲ୍ଲା । କିଏ କେଉଁ ଜିଲ୍ଲା ବୁଲିବେ ସେ ନେଇ ତାଲିକା ପ୍ରକାଶ କରିଛି ଯୋଜନା ଓ ସଂଯୋଜନ ବିଭାଗ । ଜିଲ୍ଲାସ୍ତରରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ କିପରି ଚାଲିଛି ସେ ନେଇ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ତଦାରଖ କରିବେ । ଏହି ତାଲିକା ପ୍ରତିମାସରେ ବଦଳିବ ବୋଲି କୁହାଯାଇଛି । ଗ୍ରାଉଣ୍ଡରେ କିପରି ଲୋକ ସହାୟତା ଓ ସୁଫଳ ପାଉଛନ୍ତି ସେ […]

ଭୁବନେଶ୍ବର: ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ବୁଲିବେ ଜିଲ୍ଲା । କିଏ କେଉଁ ଜିଲ୍ଲା ବୁଲିବେ ସେ ନେଇ ତାଲିକା ପ୍ରକାଶ କରିଛି ଯୋଜନା ଓ ସଂଯୋଜନ ବିଭାଗ । ଜିଲ୍ଲାସ୍ତରରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ କିପରି ଚାଲିଛି ସେ ନେଇ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ତଦାରଖ କରିବେ । ଏହି ତାଲିକା ପ୍ରତିମାସରେ ବଦଳିବ ବୋଲି କୁହାଯାଇଛି । ଗ୍ରାଉଣ୍ଡରେ କିପରି ଲୋକ ସହାୟତା ଓ ସୁଫଳ ପାଉଛନ୍ତି ସେ ନେଇ ତଦାରଖ କରିବେ ଅଧିକାରୀ । ଏଥିରେ ବେଶୀ ଫୋକସ ଆଦିବାସୀ ଓ ଅପହଞ୍ଚ ଇଲାକାକୁ ରଖାଯାଇଛି । ଅଧିକାରୀମାନେ ଧାର୍ଯ୍ୟ ମୂଲ୍ଯ ଦେଇ ଏସସି/ଏସଟି ଛାତ୍ରାବାସ କିମ୍ବା ସ୍କୁଲରେ ମଧ୍ଯାହ୍ନ ଭୋଜନ ଖାଇ ମାନ ପରଖିବେ । ଆହାର କେନ୍ଦ୍ରରେ ବି ମାନ ପରୀକ୍ଷା କରିବାକୁ କୁହାଯାଇଛି । ପରିଦର୍ଶନ ସମୟରେ ସରକାରୀ ଚିକିତ୍ସାଳୟରେ ରୋଗୀ, ଅଙ୍ଗନବାଡ଼ି ହିତାଧିକାରୀ, ବିଦ୍ଯାଳୟ ଓ ଛାତ୍ରୀନିବାସର ବାଳିକାମାନଙ୍କ ସହ କଥାବାର୍ତ୍ତା କରି ଫିଡବ୍ଯାକ ନେବେ । ଆଠଟି ମୁଖ୍ଯ ଡିଏମଏଫ ଜିଲ୍ଲାରେ ଖଣିଜ ପାଣ୍ଠିର ବିନିଯୋଗ ସମ୍ବନ୍ଧରେ ସମୀକ୍ଷା କରିବେ ।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୧୫ ସୁଦ୍ଧା ଗ୍ରାହାମ ଷ୍ଟେନ୍ସ ହତ୍ୟାକାଣ୍ଡର ଦୋଷୀ ଦାରା ସିଂହଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଏହାପରେ ସେମାନେ ଜିଲ୍ଲାପାଳଙଅକ ସହ ଆଲୋଚନା କରି ସମସ୍ଯାର ସମାଧାନ ଦିଗରେ ପରାମର୍ଶ ଦେବେ । ନୂତନ ପ୍ରକଳ୍ପର ମଧ୍ଯ ସମୀକ୍ଷା କରିବେ । ଆକାଂକ୍ଷୀ ଜିଲ୍ଲାଗୁଡିକର ପ୍ରଗତି ନେଇ ସମୀକ୍ଷା କରିବେ । ୨୯ ଗୋଟି ଆକାଂକ୍ଷୀ ବ୍ଲକଗୁଡିକର ବିକାଶ କାମ ତଦାରଖ କରିବେ । ଅଧିକାରୀମାନେ ପରିଦର୍ଶନ ପରେ ପ୍ରତିଟି ପରିଦର୍ଶନର ସାରାଂଶ ମୁଖ୍ଯ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କ ନିକଟରେ ଦାଖଲ କରିବେ ବୋଲି କୁହାଯାଇଛି ।    ଅତିରିକ୍ତ ମୁଖ୍ଯ ଶାସନ ସଚିବ ସତ୍ଯବ୍ରତ ସାହୁ ଜଗତସିଂହପୁର ଜିଲ୍ଲା ପରିଦର୍ଶନ କରିବେ ବୋଲି କୁହାଯାଇଛି ।

ଆହୁରି ପଢ଼ନ୍ତୁ: ପୁରୀ ରଥଯାତ୍ରାରେ ବିଦେଶୀ ଭକ୍ତଙ୍କ ଭିଡ଼: ଶୃଙ୍ଖଳା ଓ ଭକ୍ତିଭାବ ଦେଖି ବିମୋହିତ ହେଲେ ପର୍ଯ୍ୟଟକ

ସେହିପରି ଦେଓରଂଜନ ସିଂହ ଅନୁଗୁଳ, ସୁରେନ୍ଦ୍ର କୁମାର କଟକ, ଜି, ମାଥିଭାତନାନ କେନ୍ଦ୍ରାପଡ଼ା, ହେମନ୍ତ ଶର୍ମା କେନ୍ଦୁଝର, ବିଷ୍ଣୁପଦ ସେଠୀ ମାଲକାନଗିରି, ଚିତ୍ରା ଆରୁମୁଗମ କୋରାପୁଟ, ସୁଶୀଲ କୁମାର ଲୋହାନୀ କଳାହାଣ୍ଡି, ଅରବିନ୍ଦ ପାଢୀ ଖୋର୍ଦ୍ଧା, ଶାଶ୍ବତ ମିଶ୍ର ବରଗଡ଼, ବୀର ବିକ୍ରମ ଯାଦବବ ବଲାଙ୍ଗୀର, ବିଶାଳ କୁମାର ଦେବ ନୂଆପଡ଼ା, ଉଷା ପାଢୀ କନ୍ଧମାଳ, ସଞ୍ଜୟ କୁମାର ସିଂହ ମୟୂରଭଞ୍ଜ, ସୁରେଶ କୁମାର ବଶିଷ୍ଠ ପୁରୀ, ଶୁଭା ଶର୍ମା ଗଜପତି, ଭାସ୍କର ଜ୍ଯୋତି ଶର୍ମା ନବରଙ୍ଗପୁର, ଶାଳିନୀ ପଣ୍ଡିତ ରାୟଗଡ଼ା, ଅଶ୍ବଥି ଏସ ସୁନ୍ଦରଗଡ଼, ପାଟିଲ ରାଜେଶ ପ୍ରଭାକର ଦେବଗଡ, ଅରବିନ୍ଦ ଅଗ୍ରୱାଲ ସମ୍ବଲପୁର, ବଲୱନ୍ତ ସିଂହ ଗଞ୍ଜାମ, ଭୂପେନ୍ଦ୍ର ଏସ ପୁନିଆ ଝରସୁଗୁଡ଼ା, ଯାମିନୀ ଷଡ଼ଙ୍ଗୀ ସୋନପୁର, ଗୁହା ପୁନମ ତାପସ କୁମାର ଭଦ୍ରକ, ବିଜୟ କେତନ ଉପାଧ୍ଯାୟ ବୌଦ୍ଧ, ଡି, ପ୍ରଶଆନ୍ତ କୁମାର ରେଡ୍ଡୀ ବାଲେଶ୍ବର, ଏନ. ଥିରୁମାଲା ନାଏକ ନୟାଗଡ଼, ସୁଧାଂଶୁ ମୋହନ ସାମଲ ଢେଙ୍କାନାଳ, ରଶ୍ମିତା ପଣ୍ଡା ଯାଜପୁର ପରିଦର୍ଶନ କରିବେ ବୋଲି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଆହୁରି ପଢ଼ନ୍ତୁ: ଚିଲିକା ବକ୍ଷରେ ମହାପ୍ରଭୁଙ୍କ ଅନନ୍ୟ ‘ଜଳ ରଥଯାତ୍ରା’: ଦିବ୍ୟ ନୌକା ବିହାର ଦେଖିଲେ ଶ୍ରଦ୍ଧାଳୁ

04 Sep 2024 By The Sakala

ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ବୁଲିବେ ଜିଲ୍ଲା, ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ବର: ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ବୁଲିବେ ଜିଲ୍ଲା । କିଏ କେଉଁ ଜିଲ୍ଲା ବୁଲିବେ ସେ ନେଇ ତାଲିକା ପ୍ରକାଶ କରିଛି ଯୋଜନା ଓ ସଂଯୋଜନ ବିଭାଗ । ଜିଲ୍ଲାସ୍ତରରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ କିପରି ଚାଲିଛି ସେ ନେଇ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ତଦାରଖ କରିବେ । ଏହି ତାଲିକା ପ୍ରତିମାସରେ ବଦଳିବ ବୋଲି କୁହାଯାଇଛି । ଗ୍ରାଉଣ୍ଡରେ କିପରି ଲୋକ ସହାୟତା ଓ ସୁଫଳ ପାଉଛନ୍ତି ସେ ନେଇ ତଦାରଖ କରିବେ ଅଧିକାରୀ । ଏଥିରେ ବେଶୀ ଫୋକସ ଆଦିବାସୀ ଓ ଅପହଞ୍ଚ ଇଲାକାକୁ ରଖାଯାଇଛି । ଅଧିକାରୀମାନେ ଧାର୍ଯ୍ୟ ମୂଲ୍ଯ ଦେଇ ଏସସି/ଏସଟି ଛାତ୍ରାବାସ କିମ୍ବା ସ୍କୁଲରେ ମଧ୍ଯାହ୍ନ ଭୋଜନ ଖାଇ ମାନ ପରଖିବେ । ଆହାର କେନ୍ଦ୍ରରେ ବି ମାନ ପରୀକ୍ଷା କରିବାକୁ କୁହାଯାଇଛି । ପରିଦର୍ଶନ ସମୟରେ ସରକାରୀ ଚିକିତ୍ସାଳୟରେ ରୋଗୀ, ଅଙ୍ଗନବାଡ଼ି ହିତାଧିକାରୀ, ବିଦ୍ଯାଳୟ ଓ ଛାତ୍ରୀନିବାସର ବାଳିକାମାନଙ୍କ ସହ କଥାବାର୍ତ୍ତା କରି ଫିଡବ୍ଯାକ ନେବେ । ଆଠଟି ମୁଖ୍ଯ ଡିଏମଏଫ ଜିଲ୍ଲାରେ ଖଣିଜ ପାଣ୍ଠିର ବିନିଯୋଗ ସମ୍ବନ୍ଧରେ ସମୀକ୍ଷା କରିବେ ।

ଏହାପରେ ସେମାନେ ଜିଲ୍ଲାପାଳଙଅକ ସହ ଆଲୋଚନା କରି ସମସ୍ଯାର ସମାଧାନ ଦିଗରେ ପରାମର୍ଶ ଦେବେ । ନୂତନ ପ୍ରକଳ୍ପର ମଧ୍ଯ ସମୀକ୍ଷା କରିବେ । ଆକାଂକ୍ଷୀ ଜିଲ୍ଲାଗୁଡିକର ପ୍ରଗତି ନେଇ ସମୀକ୍ଷା କରିବେ । ୨୯ ଗୋଟି ଆକାଂକ୍ଷୀ ବ୍ଲକଗୁଡିକର ବିକାଶ କାମ ତଦାରଖ କରିବେ । ଅଧିକାରୀମାନେ ପରିଦର୍ଶନ ପରେ ପ୍ରତିଟି ପରିଦର୍ଶନର ସାରାଂଶ ମୁଖ୍ଯ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କ ନିକଟରେ ଦାଖଲ କରିବେ ବୋଲି କୁହାଯାଇଛି ।    ଅତିରିକ୍ତ ମୁଖ୍ଯ ଶାସନ ସଚିବ ସତ୍ଯବ୍ରତ ସାହୁ ଜଗତସିଂହପୁର ଜିଲ୍ଲା ପରିଦର୍ଶନ କରିବେ ବୋଲି କୁହାଯାଇଛି ।

ସେହିପରି ଦେଓରଂଜନ ସିଂହ ଅନୁଗୁଳ, ସୁରେନ୍ଦ୍ର କୁମାର କଟକ, ଜି, ମାଥିଭାତନାନ କେନ୍ଦ୍ରାପଡ଼ା, ହେମନ୍ତ ଶର୍ମା କେନ୍ଦୁଝର, ବିଷ୍ଣୁପଦ ସେଠୀ ମାଲକାନଗିରି, ଚିତ୍ରା ଆରୁମୁଗମ କୋରାପୁଟ, ସୁଶୀଲ କୁମାର ଲୋହାନୀ କଳାହାଣ୍ଡି, ଅରବିନ୍ଦ ପାଢୀ ଖୋର୍ଦ୍ଧା, ଶାଶ୍ବତ ମିଶ୍ର ବରଗଡ଼, ବୀର ବିକ୍ରମ ଯାଦବବ ବଲାଙ୍ଗୀର, ବିଶାଳ କୁମାର ଦେବ ନୂଆପଡ଼ା, ଉଷା ପାଢୀ କନ୍ଧମାଳ, ସଞ୍ଜୟ କୁମାର ସିଂହ ମୟୂରଭଞ୍ଜ, ସୁରେଶ କୁମାର ବଶିଷ୍ଠ ପୁରୀ, ଶୁଭା ଶର୍ମା ଗଜପତି, ଭାସ୍କର ଜ୍ଯୋତି ଶର୍ମା ନବରଙ୍ଗପୁର, ଶାଳିନୀ ପଣ୍ଡିତ ରାୟଗଡ଼ା, ଅଶ୍ବଥି ଏସ ସୁନ୍ଦରଗଡ଼, ପାଟିଲ ରାଜେଶ ପ୍ରଭାକର ଦେବଗଡ, ଅରବିନ୍ଦ ଅଗ୍ରୱାଲ ସମ୍ବଲପୁର, ବଲୱନ୍ତ ସିଂହ ଗଞ୍ଜାମ, ଭୂପେନ୍ଦ୍ର ଏସ ପୁନିଆ ଝରସୁଗୁଡ଼ା, ଯାମିନୀ ଷଡ଼ଙ୍ଗୀ ସୋନପୁର, ଗୁହା ପୁନମ ତାପସ କୁମାର ଭଦ୍ରକ, ବିଜୟ କେତନ ଉପାଧ୍ଯାୟ ବୌଦ୍ଧ, ଡି, ପ୍ରଶଆନ୍ତ କୁମାର ରେଡ୍ଡୀ ବାଲେଶ୍ବର, ଏନ. ଥିରୁମାଲା ନାଏକ ନୟାଗଡ଼, ସୁଧାଂଶୁ ମୋହନ ସାମଲ ଢେଙ୍କାନାଳ, ରଶ୍ମିତା ପଣ୍ଡା ଯାଜପୁର ପରିଦର୍ଶନ କରିବେ ବୋଲି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର