ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଯୋଦ୍ଧା ଘୋଡାର ମୂର୍ତ୍ତୀକୁ ଅନ୍ୟତ୍ର ସ୍ଥାନାନ୍ତର ନେଇ ତେଜିଲା ରାଜନୀତି

The Sakala Picture
Published On

ଭୁବନେଶ୍ୱର : ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଥିବା ଯୋଦ୍ଧା ଘୋଡା ସ୍ଥାନାନ୍ତର ପ୍ରକ୍ରିୟାକୁ ନେଇ ଆରମ୍ଭ ହୋଇଯାଇଛି । ସ୍ମାର୍ଟସିଟି ଯୋଜନାର କାର୍ଯ୍ୟକାରିତା ଯୋଗୁଁ ଏହି ଘୋଡ଼ା ସ୍ଥାନାନ୍ତର ହେବ। ହେଲେ ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ ବିରୋଧ କରିଛନ୍ତି । ଗୁରୁବାର ଉଭୟ କଂଗ୍ରେସ ଓ ବିଜେପି ନେତା ଭିନ୍ନଭିନ୍ନ ଭାବେ ଏଠାକୁ ଆସି ନିଜର ପ୍ରତିବାଦ ଜଣାଇଛନ୍ତି । ଦୀର୍ଘବର୍ଷ ଧରି ଏଠାରେ ରହିଥିବା ଯୋଦ୍ଧା ଘୋଡ଼ା ପ୍ରତିମୂର୍ତ୍ତିକୁ ରାଜଭବନ ଛକକୁ ଉଠାଇ ନେବାପାଇଁ ନିଆଯାଇଥିବା […]

ଭୁବନେଶ୍ୱର : ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଥିବା ଯୋଦ୍ଧା ଘୋଡା ସ୍ଥାନାନ୍ତର ପ୍ରକ୍ରିୟାକୁ ନେଇ ଆରମ୍ଭ ହୋଇଯାଇଛି । ସ୍ମାର୍ଟସିଟି ଯୋଜନାର କାର୍ଯ୍ୟକାରିତା ଯୋଗୁଁ ଏହି ଘୋଡ଼ା ସ୍ଥାନାନ୍ତର ହେବ। ହେଲେ ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ ବିରୋଧ କରିଛନ୍ତି । ଗୁରୁବାର ଉଭୟ କଂଗ୍ରେସ ଓ ବିଜେପି ନେତା ଭିନ୍ନଭିନ୍ନ ଭାବେ ଏଠାକୁ ଆସି ନିଜର ପ୍ରତିବାଦ ଜଣାଇଛନ୍ତି । ଦୀର୍ଘବର୍ଷ ଧରି ଏଠାରେ ରହିଥିବା ଯୋଦ୍ଧା ଘୋଡ଼ା ପ୍ରତିମୂର୍ତ୍ତିକୁ ରାଜଭବନ ଛକକୁ ଉଠାଇ ନେବାପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ତୁରନ୍ତ ଖାରଜ କରିବା ପାଇଁ ସେମାନେ ବାବି କରିଛନ୍ତି। ସ୍ମାର୍ଟ ଜନପଥ ନିର୍ମାଣ ପାଇଁ ଏହି ଘୋଡ଼ାକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପରି ନିଆଯାଇଛି। ଏଥିପାଇଁ ସ୍ମାର୍ଟସିଟି ପକ୍ଷରୁ ଅନୁରୋଧ କରାଯିବା ପରେ ରାଜ୍ୟ ସଂସ୍କୃତି ବିଭାଗ ଏହି ନିଷ୍ପତିରେ ରାଜି ହୋଇଛି । ହେଲେ ବିରୋଧ ତୀବ୍ର ହେବା ପରେ ଜନପଥ ନିର୍ମାଣ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ କଂଗ୍ରେସର ନେତାମାନେ ଘୋଡ଼ା ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି। ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଏହି ଯୋଦ୍ଧା ଘୋଡ଼ା ପ୍ରତିମୂର୍ତ୍ତି ରାଜ୍ୟ ସରକାରଙ୍କ ଏକ ସିମ୍ବଲ। ଓଡ଼ିଶାର ଐତିହ୍ୟ ଏବଂ କୀର୍ତ୍ତିରାଜୀକୁ ଚିହ୍ନଟ କରୁଥିବା ଏହି ଘୋଡ଼ା ମୂର୍ତ୍ତି କୁ ସ୍ଥାନାନ୍ତର କରିବାକୁ ଦିଆଯିବ ନାହିଁ ବୋଲି ସୁର କହିଛନ୍ତି। ସ୍ଥାନାନ୍ତର ବେଳେ ତୀବ୍ର ବିରୋଧ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ୧୯୮୮ମସିହାରେ ମାଷ୍ଟର କ୍ୟାଣ୍ଟିନ ଛକରେ ସ୍ଥାପନ କରାଯାଇଥିବା ଏହି ଯୋଦ୍ଧା ଓ ଘୋଡା ମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସ୍ମାର୍ଟସିଟି ଓ ବିଏମସି ପକ୍ଷରୁ 6ମାସ ପୂର୍ବେ ସଂସ୍କୃତି ବିଭାଗକୁ ଚିଠି ଲେଖାଯାଇଥିଲା। ଯାହା ଉପରେ ସଂସ୍କୃତି ବିଭାଗ ମୋହର ମାରିଛି। ଏହା ସହ ସ୍ମାର୍ଟ ଜନପଥ କାର୍ଯ୍ୟରେ ମାଷ୍ଟରକ୍ୟାଣ୍ଟିନ ଠାରେ ମଲଟି ମୋଡେଲ ହବ୍ ହେବା ନେଇ ଯୋଜନାଥିବାରୁ ଏହାର ସ୍ଥାନାନ୍ତରଣ କରାଯିବା ଜରୁରୀ ବୋଲି ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଛି। କାରଣ ମଲଟି ମୋଡାଲ ହବ୍ ହେବା ପରେ ମାଷ୍ଟର କ୍ୟାଣ୍ଟିନ ଛକରେ ଏହି ଘୋଡାର ଭିଜିବିଲିଟି କମିଯିବା ସହ ଏହି ସ୍ଥପତ୍ୟ ଲୁଚିଯିବାର ସମ୍ଭାବନା ଥିବାରୁ ଏହାକୁ ସ୍ଥାନାନ୍ତରଣ କରାଯିବା ପାଇଁ ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର