୭ ଦିନ ଭିତରେ ଏସ୍‌‌ସିବି ଆସିବ ‘ବୋନ୍‌‌ ବ୍ୟାଙ୍କ’ ମେସିନ୍‌‌, ମାସକ ଭିତରେ କାର୍ଯ୍ୟକ୍ଷମ କରାଇବାକୁ ଲକ୍ଷ୍ୟ

The Sakala Picture
Published On

କଟକ : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ ଏକ ଅଧ୍ୟାୟ ଯୋଡ଼ିବାକୁ ପ୍ରସ୍ତୁତ ହେଉଛି ଏସ୍‌‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ। ଓଡ଼ିଶାର ପ୍ରଥମ ସରକାରୀ ହସ୍ପିଟାଲ ଭାବେ ଏସ୍‌‌ସିବିରେ ବୋନ୍‌‌ ବ୍ୟାଙ୍କ ପ୍ରତିଷ୍ଠା କରାଯିବ। ଏଥି ନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। ଏସ୍‌‌ସିବିର ଅସ୍ଥିଶଲ୍ୟ ବିଭାଗରେ ଭିତ୍ତିଭୂମି ପ୍ରସ୍ତୁତ ହୋଇରହିଛି। କେବଳ ମେସିନ ଅଣାଯିବାକୁ ଅପେକ୍ଷା। ଆସନ୍ତା ଏକ ସପ୍ତାହ ମଧ୍ୟରେ ବୋନ୍‌‌ ବ୍ୟାଙ୍କ ନିମନ୍ତେ ଉଦ୍ଦିଷ୍ଟ ସମସ୍ତ ମେସିନ ଅଣାଯିବ ବୋଲି ବିଭାଗର ବରିଷ୍ଠ […]

କଟକ : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ ଏକ ଅଧ୍ୟାୟ ଯୋଡ଼ିବାକୁ ପ୍ରସ୍ତୁତ ହେଉଛି ଏସ୍‌‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ। ଓଡ଼ିଶାର ପ୍ରଥମ ସରକାରୀ ହସ୍ପିଟାଲ ଭାବେ ଏସ୍‌‌ସିବିରେ ବୋନ୍‌‌ ବ୍ୟାଙ୍କ ପ୍ରତିଷ୍ଠା କରାଯିବ। ଏଥି ନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। ଏସ୍‌‌ସିବିର ଅସ୍ଥିଶଲ୍ୟ ବିଭାଗରେ ଭିତ୍ତିଭୂମି ପ୍ରସ୍ତୁତ ହୋଇରହିଛି। କେବଳ ମେସିନ ଅଣାଯିବାକୁ ଅପେକ୍ଷା। ଆସନ୍ତା ଏକ ସପ୍ତାହ ମଧ୍ୟରେ ବୋନ୍‌‌ ବ୍ୟାଙ୍କ ନିମନ୍ତେ ଉଦ୍ଦିଷ୍ଟ ସମସ୍ତ ମେସିନ ଅଣାଯିବ ବୋଲି ବିଭାଗର ବରିଷ୍ଠ ପ୍ରଫେସର ଡାକ୍ତର ନିର୍ମଳ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ସହ ଏ ବାବଦରେ ଆଲୋଚନା କରାଯାଇଛି। ମେସିନ ଅଣାଯିବା ପାଇଁ ସୋମବାର ଆଉ ଏକ ଚିଠି ଲେଖାଯିବ। ସମ୍ଭବତଃ ଏକ ମାସ ମଧ୍ୟରେ ବଡ଼ ମେଡିକାଲରେ ବୋନ୍‌‌ ବ୍ୟାଙ୍କ କାର୍ଯ୍ୟକ୍ଷମ ହେବ ବୋଲି ଡାକ୍ତର ମହାପାତ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

କୌଣସି ଅସ୍ତ୍ରୋପଚାର ବେଳେ ଯେଉଁ ହାଡ଼ କାଟି ଫିଙ୍ଗି ଦିଆଯାଉଥିଲା, ତାହା ଏବେ ଗଚ୍ଛିତ ରଖାଯିବ। ଉକ୍ତ ହାଡ଼କୁ ପରବର୍ତ୍ତୀ ସମୟରେ ଅନ୍ୟ ରୋଗୀଙ୍କ ଦେହରେ ପ୍ରତିରୋପଣ କରାଯିବ। ଏଭଳି ବ୍ୟବସ୍ଥା ଉପଲବ୍ଧ ହେବ ବଡ ମେଡ଼ିକାଲ ଭାବେ ପରିଚିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ। ବଡ ମେଡ଼ିକାଲରେ ଖୋଲିବ ବୋନ୍‌‌ ବ୍ୟାଙ୍କ। ପ୍ରଥମଥର ନିମନ୍ତେ ରାଜ୍ୟରେ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଉଛି। ବୋନ୍‌‌ ବ୍ୟାଙ୍କ ନିମନ୍ତେ ଅସ୍ଥିଶଲ୍ୟ ବିଭାଗରେ ଭିତ୍ତିଭୂମି ପ୍ରସ୍ତୁତ ହେଉଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ବଡ଼ ରୋଡମ୍ୟାପ୍: ଦେଶର ଶ୍ରେଷ୍ଠ ମେରାଇନ୍ ପୋଲିସ ହେବାକୁ ଡିଜିପିଙ୍କ ଲକ୍ଷ୍ୟ

ଅସ୍ଥିଶଲ୍ୟ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ନିର୍ମଳ ଚନ୍ଦ୍ର ମହାପାତ୍ରଙ୍କ କହିବା ଅନୁସାରେ, ବୋନ୍‌‌ ବ୍ୟାଙ୍କ ବ୍ୟବସ୍ଥା ସମ୍ପ୍ରତି ଓଡ଼ିଶାରେ ଉପଲବ୍ଧ ନାହିଁ। ଟାଟା ମେମୋରିଆଲ, ଦିଲ୍ଲୀ ଏମ୍ସ ହସ୍ପିଟାଲ, ଚେନ୍ନାଇର କିଛି ଘରୋଇ ହସ୍ପିଟାଲରେ ବୋନ୍‌‌ ବ୍ୟାଙ୍କ ରହିଛି। ତେବେ ଖୁବଶୀଘ୍ର ଏସ୍‌‌ସିବି ମେଡିକାଲରେ ବୋନ୍‌‌ ବ୍ୟାଙ୍କ ଖୋଲାଯିବା ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି। ଡାକ୍ତର ମହାପାତ୍ର ଏହା ମଧ୍ୟ କହିଛନ୍ତି ଯେ, ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଜଣେ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତ ହୋଇ ସାରିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ପୂର୍ବରୁ ପରିଦର୍ଶନରେ ଆସିଥିଲେ। କେଉଁ କେଉଁ ସମସ୍ୟା ରହିଛି ତାହାର ଅନୁଧ୍ୟାନ କରିଥିଲେ। ଉକ୍ତ ସମସ୍ୟାଗୁଡ଼ିକର ସମାଧାନ କରାଯାଇଛି। ସେମାନଙ୍କୁ ପୁଣି ଥରେ ଆସିବା ନିମନ୍ତେ ଚିଠି ଲେଖାଯିବ। ପ୍ରାଥମିକ ପର୍ଯ୍ୟାୟରେ ୩ଟି ମେସିନ ଅଣାଯିବ। ଖୁବ୍‌‌ଶୀଘ୍ର ବୋନ୍‌‌ ବ୍ୟାଙ୍କ କାର୍ଯ୍ୟକ୍ଷମ ହେବ ବୋଲି ଡାକ୍ତର ମହାପାତ୍ର ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକ ଆହତ, ୩ ପୋଲିସ କର୍ମଚାରୀ ବି ଆହତ

ପ୍ରକାଶଯୋଗ୍ୟ, ଦୁର୍ଘଟଣାଜନିତ ହେଉ କିମ୍ବା କର୍କଟ ରୋଗୀଙ୍କ କ୍ଷେତ୍ରରେ ଶରୀରର ବିଭିନ୍ନ ଅଙ୍ଗରୁ ହାଡ଼କୁ ଅସ୍ତ୍ରୋପଚାର ମାଧ୍ୟମରେ କାଟି ଦିଆଯାଇଥାଏ। ଯାହା ସାଧାରଣତଃ ଫିଙ୍ଗି ଦିଆଯାଏ ତଥା ନଷ୍ଟ ହୁଏ। ହେଲେ ଆଗାମୀ ଦିନରେ ହାଡ଼କୁ ଆଉ ନଷ୍ଟ କରିବାକୁ ଦିଆଯିବ ନାହିଁ। ଦୁର୍ଘଟଣାର ଶିକାର ହୋଇ ଏଭଳି କିଛି ରୋଗୀ ଆସନ୍ତି ଯେଉଁମାନଙ୍କର ହାଡ଼ ଗୁଣ୍ଡ ହୋଇ ଯାଇଥାଏ। ଏପରି ସ୍ଥଳେ ବୋନ୍‌‌ ବ୍ୟାଙ୍କରେ ଗଚ୍ଛିତ ରଖାଯାଇଥିବା ହାଡ଼କୁ ବ୍ୟବହାର କରାଯାଇ ପାରିବ। ବୋନ୍‌‌ ବ୍ୟାଙ୍କରେ ହାଡ଼ ଅସୀମିତ ସମୟ ପାଇଁ ମହଜୁଦ ରହି ପାରିବ।

30 Oct 2023 By The Sakala

୭ ଦିନ ଭିତରେ ଏସ୍‌‌ସିବି ଆସିବ ‘ବୋନ୍‌‌ ବ୍ୟାଙ୍କ’ ମେସିନ୍‌‌, ମାସକ ଭିତରେ କାର୍ଯ୍ୟକ୍ଷମ କରାଇବାକୁ ଲକ୍ଷ୍ୟ

କଟକ : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ ଏକ ଅଧ୍ୟାୟ ଯୋଡ଼ିବାକୁ ପ୍ରସ୍ତୁତ ହେଉଛି ଏସ୍‌‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ। ଓଡ଼ିଶାର ପ୍ରଥମ ସରକାରୀ ହସ୍ପିଟାଲ ଭାବେ ଏସ୍‌‌ସିବିରେ ବୋନ୍‌‌ ବ୍ୟାଙ୍କ ପ୍ରତିଷ୍ଠା କରାଯିବ। ଏଥି ନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। ଏସ୍‌‌ସିବିର ଅସ୍ଥିଶଲ୍ୟ ବିଭାଗରେ ଭିତ୍ତିଭୂମି ପ୍ରସ୍ତୁତ ହୋଇରହିଛି। କେବଳ ମେସିନ ଅଣାଯିବାକୁ ଅପେକ୍ଷା। ଆସନ୍ତା ଏକ ସପ୍ତାହ ମଧ୍ୟରେ ବୋନ୍‌‌ ବ୍ୟାଙ୍କ ନିମନ୍ତେ ଉଦ୍ଦିଷ୍ଟ ସମସ୍ତ ମେସିନ ଅଣାଯିବ ବୋଲି ବିଭାଗର ବରିଷ୍ଠ ପ୍ରଫେସର ଡାକ୍ତର ନିର୍ମଳ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ସହ ଏ ବାବଦରେ ଆଲୋଚନା କରାଯାଇଛି। ମେସିନ ଅଣାଯିବା ପାଇଁ ସୋମବାର ଆଉ ଏକ ଚିଠି ଲେଖାଯିବ। ସମ୍ଭବତଃ ଏକ ମାସ ମଧ୍ୟରେ ବଡ଼ ମେଡିକାଲରେ ବୋନ୍‌‌ ବ୍ୟାଙ୍କ କାର୍ଯ୍ୟକ୍ଷମ ହେବ ବୋଲି ଡାକ୍ତର ମହାପାତ୍ର କହିଛନ୍ତି।

କୌଣସି ଅସ୍ତ୍ରୋପଚାର ବେଳେ ଯେଉଁ ହାଡ଼ କାଟି ଫିଙ୍ଗି ଦିଆଯାଉଥିଲା, ତାହା ଏବେ ଗଚ୍ଛିତ ରଖାଯିବ। ଉକ୍ତ ହାଡ଼କୁ ପରବର୍ତ୍ତୀ ସମୟରେ ଅନ୍ୟ ରୋଗୀଙ୍କ ଦେହରେ ପ୍ରତିରୋପଣ କରାଯିବ। ଏଭଳି ବ୍ୟବସ୍ଥା ଉପଲବ୍ଧ ହେବ ବଡ ମେଡ଼ିକାଲ ଭାବେ ପରିଚିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ। ବଡ ମେଡ଼ିକାଲରେ ଖୋଲିବ ବୋନ୍‌‌ ବ୍ୟାଙ୍କ। ପ୍ରଥମଥର ନିମନ୍ତେ ରାଜ୍ୟରେ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଉଛି। ବୋନ୍‌‌ ବ୍ୟାଙ୍କ ନିମନ୍ତେ ଅସ୍ଥିଶଲ୍ୟ ବିଭାଗରେ ଭିତ୍ତିଭୂମି ପ୍ରସ୍ତୁତ ହେଉଛି।

ଅସ୍ଥିଶଲ୍ୟ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ନିର୍ମଳ ଚନ୍ଦ୍ର ମହାପାତ୍ରଙ୍କ କହିବା ଅନୁସାରେ, ବୋନ୍‌‌ ବ୍ୟାଙ୍କ ବ୍ୟବସ୍ଥା ସମ୍ପ୍ରତି ଓଡ଼ିଶାରେ ଉପଲବ୍ଧ ନାହିଁ। ଟାଟା ମେମୋରିଆଲ, ଦିଲ୍ଲୀ ଏମ୍ସ ହସ୍ପିଟାଲ, ଚେନ୍ନାଇର କିଛି ଘରୋଇ ହସ୍ପିଟାଲରେ ବୋନ୍‌‌ ବ୍ୟାଙ୍କ ରହିଛି। ତେବେ ଖୁବଶୀଘ୍ର ଏସ୍‌‌ସିବି ମେଡିକାଲରେ ବୋନ୍‌‌ ବ୍ୟାଙ୍କ ଖୋଲାଯିବା ପାଇଁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି। ଡାକ୍ତର ମହାପାତ୍ର ଏହା ମଧ୍ୟ କହିଛନ୍ତି ଯେ, ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଜଣେ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତ ହୋଇ ସାରିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ପୂର୍ବରୁ ପରିଦର୍ଶନରେ ଆସିଥିଲେ। କେଉଁ କେଉଁ ସମସ୍ୟା ରହିଛି ତାହାର ଅନୁଧ୍ୟାନ କରିଥିଲେ। ଉକ୍ତ ସମସ୍ୟାଗୁଡ଼ିକର ସମାଧାନ କରାଯାଇଛି। ସେମାନଙ୍କୁ ପୁଣି ଥରେ ଆସିବା ନିମନ୍ତେ ଚିଠି ଲେଖାଯିବ। ପ୍ରାଥମିକ ପର୍ଯ୍ୟାୟରେ ୩ଟି ମେସିନ ଅଣାଯିବ। ଖୁବ୍‌‌ଶୀଘ୍ର ବୋନ୍‌‌ ବ୍ୟାଙ୍କ କାର୍ଯ୍ୟକ୍ଷମ ହେବ ବୋଲି ଡାକ୍ତର ମହାପାତ୍ର ଜଣାଇଛନ୍ତି।

ପ୍ରକାଶଯୋଗ୍ୟ, ଦୁର୍ଘଟଣାଜନିତ ହେଉ କିମ୍ବା କର୍କଟ ରୋଗୀଙ୍କ କ୍ଷେତ୍ରରେ ଶରୀରର ବିଭିନ୍ନ ଅଙ୍ଗରୁ ହାଡ଼କୁ ଅସ୍ତ୍ରୋପଚାର ମାଧ୍ୟମରେ କାଟି ଦିଆଯାଇଥାଏ। ଯାହା ସାଧାରଣତଃ ଫିଙ୍ଗି ଦିଆଯାଏ ତଥା ନଷ୍ଟ ହୁଏ। ହେଲେ ଆଗାମୀ ଦିନରେ ହାଡ଼କୁ ଆଉ ନଷ୍ଟ କରିବାକୁ ଦିଆଯିବ ନାହିଁ। ଦୁର୍ଘଟଣାର ଶିକାର ହୋଇ ଏଭଳି କିଛି ରୋଗୀ ଆସନ୍ତି ଯେଉଁମାନଙ୍କର ହାଡ଼ ଗୁଣ୍ଡ ହୋଇ ଯାଇଥାଏ। ଏପରି ସ୍ଥଳେ ବୋନ୍‌‌ ବ୍ୟାଙ୍କରେ ଗଚ୍ଛିତ ରଖାଯାଇଥିବା ହାଡ଼କୁ ବ୍ୟବହାର କରାଯାଇ ପାରିବ। ବୋନ୍‌‌ ବ୍ୟାଙ୍କରେ ହାଡ଼ ଅସୀମିତ ସମୟ ପାଇଁ ମହଜୁଦ ରହି ପାରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର