ନିଜ ଆୟଠୁ ୨୪୫ପ୍ରତିଶତ ଅଧିକ ଟଙ୍କାର ମାଲିକ ଥିଲେ ସନ୍ତୋଷ, ୨.୮୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ କଲା ଭିଜିଲାନ୍ସ

The Sakala Picture
Published On

ବାରିପଦା : ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ଆଇଟିଡିଏର ସହକାରୀଯନ୍ତ୍ରୀ ସନ୍ତୋଷ ଦାସଙ୍କୁ ଶେଷରେ ଶନିବାର କଟକ ଭିଜିଲାନ୍ସ ଗିରଫ କରି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଛି । ଜାମିନ ନମିଳିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଭିଜିଲାନ୍ସ ଟିମ୍‌ ନେତୃତ୍ୱରେ ଦୁଇ ଦିନ ୧୧ଟି ସ୍ଥାନରେ ୧୦ଜଣ ଡ଼ିଏସପି, ୪ଇନିସ୍‍ପେକ୍ଟର ଓ ୩୦ଜଣ କର୍ମଚାରୀ ଚଢାଉ କରି ମୋଟ ୨କୋଟି ୮୦ ଲକ୍ଷ ୫୬ହଜାର ୮୬୪ ଟଙ୍କାର […]

ବାରିପଦା : ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ଆଇଟିଡିଏର ସହକାରୀଯନ୍ତ୍ରୀ ସନ୍ତୋଷ ଦାସଙ୍କୁ ଶେଷରେ ଶନିବାର କଟକ ଭିଜିଲାନ୍ସ ଗିରଫ କରି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଛି । ଜାମିନ ନମିଳିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଭିଜିଲାନ୍ସ ଟିମ୍‌ ନେତୃତ୍ୱରେ ଦୁଇ ଦିନ ୧୧ଟି ସ୍ଥାନରେ ୧୦ଜଣ ଡ଼ିଏସପି, ୪ଇନିସ୍‍ପେକ୍ଟର ଓ ୩୦ଜଣ କର୍ମଚାରୀ ଚଢାଉ କରି ମୋଟ ୨କୋଟି ୮୦ ଲକ୍ଷ ୫୬ହଜାର ୮୬୪ ଟଙ୍କାର ସମ୍ପତ୍ତି ଆକଳନ କରିଛନ୍ତି । ଯାହାକି ତାଙ୍କ ଆୟର ୨୪୫ପ୍ରତିଶତ ଅଧିକ । ଏନେଇ ଅଭିଯୁକ୍ତ ଯନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କ ନାମରେ କଟକ ଭିଜିଲାନ୍ସ ସେଲରେ କେଶ ନଂ(୮)ରେ ମାମଲା ରୁଜୁ ହୋଇଛି ।

ଆହୁରି ପଢ଼ନ୍ତୁ: ସମର କୋର୍ସ ନାଁରେ ଶିଶୁ ଚାଲାଣ ଅଭିଯୋଗ, ୧୫ ଜଣ ଉଦ୍ଧାର

ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱରେଣ୍ଟ ବଳରେ ଦୁଇ ଦିନ ଧରି ୧୧ଟି ସ୍ଥାନରୁ ଚଢ଼ଉରେ ମୋଟ ୪୧ଲକ୍ଷ ୭୭ହଜାର ନଗଦ ଟଙ୍କା ଜବତ ହୋଇଥିବା ବେଳେ ୬୫୯ଗ୍ରାମ ସୁନାଗହଣାକୁ ଜବତ ହୋଇଥିଲା । ଏହା ସହିତ ଭୁବନେଶ୍ୱର ବରଗଡ ଓ ବାଲେଶ୍ୱରରେ ଥିବା ଗୋଟିଏ ଲେଖାଏଁ ୪ମହଲା ବିଶିଷ୍ଟ ଘର, ଶୈଳେଶ୍ରୀ ବିହାରରେ ଥିବା ଏକ ଫ୍ଲାଟ, କଳିଙ୍ଗ ବିହାରରେ ଅର୍ଦ୍ଧନିର୍ମିତ ଘର, ବାଲେଶ୍ୱରରେ ୩ଟି ପ୍ଲଟ ଓ ଗୋଟିଏ ଚାରିଚକିଆ ଯାନ ସହିତ ୩ଟି ବାଇକକୁ ଜବତ କରାଯାଇଛି । ଯାହାକି ରାଜ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ନଗଦ ଟଙ୍କା ଜବତରେ ସର୍ବାଧିକ ବୋଲି ବିଭାଗ ପକ୍ଷରୁ ଦର୍ଶାଯାଇଛି । ଅଭିଯୁକ୍ତ ଯନ୍ତ୍ରୀ ଶ୍ରୀ ଦାସ ୮ବର୍ଷ ଧରି ଗୋଟିଏ କାର୍ଯ୍ୟାଳୟରେ ଚାକିରୀ କରୁଥିବା ବେଳେ ବହୁ ଦୁର୍ନିତୀରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା । ଠିକାଦାରଙ୍କ ଦସ୍ତଖତ ଜାଲ କରି ଅନେକ ସମୟରେ ଟଙ୍କା ଉଠାଇ ନେଉଥିବା ନେଇ ଠିକାଦାରମାନେ ଅଭିଯୋଗ ହୋଇଥିଲା । ତତସହିତ ସେ ଜିଏସ୍‌ଟି ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି ।

ଆହୁରି ପଢ଼ନ୍ତୁ: ନାବଳିକା ଅପହରଣ ଏବଂ ଦୁଷ୍କର୍ମ ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ

ଆହୁରି ପଢ଼ନ୍ତୁ: ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ରକରି ଶ୍ୱଶୁର ଘରେ ଜ୍ୱାଇଁକୁ ଗୁଳିକରି ହତ୍ୟା !

27 Nov 2021 By The Sakala

ନିଜ ଆୟଠୁ ୨୪୫ପ୍ରତିଶତ ଅଧିକ ଟଙ୍କାର ମାଲିକ ଥିଲେ ସନ୍ତୋଷ, ୨.୮୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ କଲା ଭିଜିଲାନ୍ସ

ବାରିପଦା : ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ଆଇଟିଡିଏର ସହକାରୀଯନ୍ତ୍ରୀ ସନ୍ତୋଷ ଦାସଙ୍କୁ ଶେଷରେ ଶନିବାର କଟକ ଭିଜିଲାନ୍ସ ଗିରଫ କରି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଛି । ଜାମିନ ନମିଳିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଭିଜିଲାନ୍ସ ଟିମ୍‌ ନେତୃତ୍ୱରେ ଦୁଇ ଦିନ ୧୧ଟି ସ୍ଥାନରେ ୧୦ଜଣ ଡ଼ିଏସପି, ୪ଇନିସ୍‍ପେକ୍ଟର ଓ ୩୦ଜଣ କର୍ମଚାରୀ ଚଢାଉ କରି ମୋଟ ୨କୋଟି ୮୦ ଲକ୍ଷ ୫୬ହଜାର ୮୬୪ ଟଙ୍କାର ସମ୍ପତ୍ତି ଆକଳନ କରିଛନ୍ତି । ଯାହାକି ତାଙ୍କ ଆୟର ୨୪୫ପ୍ରତିଶତ ଅଧିକ । ଏନେଇ ଅଭିଯୁକ୍ତ ଯନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କ ନାମରେ କଟକ ଭିଜିଲାନ୍ସ ସେଲରେ କେଶ ନଂ(୮)ରେ ମାମଲା ରୁଜୁ ହୋଇଛି ।

ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱରେଣ୍ଟ ବଳରେ ଦୁଇ ଦିନ ଧରି ୧୧ଟି ସ୍ଥାନରୁ ଚଢ଼ଉରେ ମୋଟ ୪୧ଲକ୍ଷ ୭୭ହଜାର ନଗଦ ଟଙ୍କା ଜବତ ହୋଇଥିବା ବେଳେ ୬୫୯ଗ୍ରାମ ସୁନାଗହଣାକୁ ଜବତ ହୋଇଥିଲା । ଏହା ସହିତ ଭୁବନେଶ୍ୱର ବରଗଡ ଓ ବାଲେଶ୍ୱରରେ ଥିବା ଗୋଟିଏ ଲେଖାଏଁ ୪ମହଲା ବିଶିଷ୍ଟ ଘର, ଶୈଳେଶ୍ରୀ ବିହାରରେ ଥିବା ଏକ ଫ୍ଲାଟ, କଳିଙ୍ଗ ବିହାରରେ ଅର୍ଦ୍ଧନିର୍ମିତ ଘର, ବାଲେଶ୍ୱରରେ ୩ଟି ପ୍ଲଟ ଓ ଗୋଟିଏ ଚାରିଚକିଆ ଯାନ ସହିତ ୩ଟି ବାଇକକୁ ଜବତ କରାଯାଇଛି । ଯାହାକି ରାଜ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ନଗଦ ଟଙ୍କା ଜବତରେ ସର୍ବାଧିକ ବୋଲି ବିଭାଗ ପକ୍ଷରୁ ଦର୍ଶାଯାଇଛି । ଅଭିଯୁକ୍ତ ଯନ୍ତ୍ରୀ ଶ୍ରୀ ଦାସ ୮ବର୍ଷ ଧରି ଗୋଟିଏ କାର୍ଯ୍ୟାଳୟରେ ଚାକିରୀ କରୁଥିବା ବେଳେ ବହୁ ଦୁର୍ନିତୀରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା । ଠିକାଦାରଙ୍କ ଦସ୍ତଖତ ଜାଲ କରି ଅନେକ ସମୟରେ ଟଙ୍କା ଉଠାଇ ନେଉଥିବା ନେଇ ଠିକାଦାରମାନେ ଅଭିଯୋଗ ହୋଇଥିଲା । ତତସହିତ ସେ ଜିଏସ୍‌ଟି ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର