ଗ୍ରାହକଙ୍କୁ ଦୁର୍ବ୍ୟବହାର ପଡିଲା ମହଙ୍ଗା, ୩ ଟଙ୍କା ପାଇଁ ୨୫ ହଜାର ଫାଇନ୍‌ ଗଣିବେ ଜେରକ୍ସ ଦୋକାନୀ

The Sakala Picture
Published On

ସମ୍ବଲପୁର: ଦୋକାନୀକୁ ମହଙ୍ଗା ପଡ଼ିଛି ୩ ଟଙ୍କା । ୩ ଟଙ୍କା ପାଇଁ ଦୋକାନୀ-ଗ୍ରାହକ ମୁହାଁମୁହିଁ  ଘଟଣା ଜଣେ ଦୋକାନୀଙ୍କୁ ଭାରି ପଡ଼ିଛି। ଜଣେ ଦୋକାନୀ ମାତ୍ର ୩ ଟଙ୍କା ପାଇଁ ଜଣେ ଗ୍ରାହକଙ୍କ ସହ ଝଗଡା କଲେ। ଅପମାନିତ କଲେ। ଏବେ ୩ ଟଙ୍କା ବଦଳରେ ସେ ଗ୍ରାହକଙ୍କୁ ଗଣିବେ ୨୫ ହଜାର ଟଙ୍କା । କାରଣ ଏମିତି ନିର୍ଦ୍ଦେଶ ଦେଇଛନ୍ତି ଖାଉଟି ଅଦାଲତ । ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବୁଢାରାଜା ଅଞ୍ଚଳର। ସୂଚନା […]

ସମ୍ବଲପୁର: ଦୋକାନୀକୁ ମହଙ୍ଗା ପଡ଼ିଛି ୩ ଟଙ୍କା । ୩ ଟଙ୍କା ପାଇଁ ଦୋକାନୀ-ଗ୍ରାହକ ମୁହାଁମୁହିଁ  ଘଟଣା ଜଣେ ଦୋକାନୀଙ୍କୁ ଭାରି ପଡ଼ିଛି। ଜଣେ ଦୋକାନୀ ମାତ୍ର ୩ ଟଙ୍କା ପାଇଁ ଜଣେ ଗ୍ରାହକଙ୍କ ସହ ଝଗଡା କଲେ। ଅପମାନିତ କଲେ। ଏବେ ୩ ଟଙ୍କା ବଦଳରେ ସେ ଗ୍ରାହକଙ୍କୁ ଗଣିବେ ୨୫ ହଜାର ଟଙ୍କା । କାରଣ ଏମିତି ନିର୍ଦ୍ଦେଶ ଦେଇଛନ୍ତି ଖାଉଟି ଅଦାଲତ । ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବୁଢାରାଜା ଅଞ୍ଚଳର।

ଆହୁରି ପଢ଼ନ୍ତୁ: ସାମାଜିକ ସମନ୍ବୟକୁ କ୍ଷତି ପହଞ୍ଚାଇବା ଭଳି ପୋଷ୍ଟ ନ କରିବାକୁ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ ଭଦ୍ରକ ପୋଲିସର ଅପିଲ୍

ସୂଚନା ଅନୁଯାୟୀ, ସମ୍ବଲପୁରର ଜଣେ ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ଦାସ ଗତ ଏପ୍ରିଲ ୨୮ ତାରିଖରେ ବୁଢାରାଜାର ଗୋୟଲ ପ୍ରିଣ୍ଟିଂ ଜୋନ ନାମକ ଏକ ଜେରକ୍ସ ଦୋକାନରେ ଏକ କାଗଜ ଜେରକ୍ସ କରିଥିଲେ । ଜେରକ୍ସ ଫି ୨ ଟଙ୍କା ଥିବାବେଳେ ଦାସ ତାଙ୍କ ୫ ଟଙ୍କା ବଢାଇଥିଲେ। ହେଲେ ଦୋକାନୀ ତାଙ୍କୁ ଆଉ ୩ ଟଙ୍କା ଫେରାଇ ନ ଥିଲେ। ଟଙ୍କା ଫେରାଇବା ବଦଳରେ ଯୁକ୍ତିତର୍କ କରିଥିଲେ। ଶେଷରେ ପ୍ରଫୁଲ୍ଲ ଦାସ ବାରମ୍ବାର ଟଙ୍କା ମାଗିବାରୁ ତାଙ୍କୁ ଦୁର୍ବ୍ୟବହାର ଦେଖାଇବା ସହ ୫ଟଙ୍କା ଯାକ ଫେରାଇ ଦେଇଥିଲେ ଏବଂ ତାଙ୍କୁ ଅପମାନ ଦେବା ପରି କଥା କହିଥିଲେ।

ଆହୁରି ପଢ଼ନ୍ତୁ: ଆମେରିକା ସହ ‘ଜିରୋ ଟାରିଫ୍’ ଚୁକ୍ତି: ଭାରତର ଚାଷୀ ଓ କୃଷିଶିଳ୍ପ ପ୍ରତି ବିପଦ

ଏହାର ପ୍ରତିବାଦରେ ପ୍ରଫୁଲ୍ଲ ଦାସ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମାମଲାର ଶୁଣାଣି କରି ଦୋକାନୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨୫ ହଜାର ଟଙ୍କା ପ୍ରଫୁଲ୍ଲ ଦାସଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଟଙ୍କା ୩୦ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ରହିଛି। ସମୟସୀମା ମଧ୍ୟରେ ନ ଦେଲେ ୯ ପ୍ରତିଶତ ହାରରେ ସୁଧ ଦେବାକୁ ରାୟରେ ଉଲ୍ଲେଖ ରହିଛି ।

ଆହୁରି ପଢ଼ନ୍ତୁ: ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟକୁ ପୁଣି ବୋମା ଧମକ, ଇମେଲ୍‌ରେ ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp