ଆଶାର ଆଲୋକ ଦେଖାଇଲା ମିଶନ ଶକ୍ତି, ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ରାହା ଯୋଗାଉଛି ସାଇ କାଫେ

The Sakala Picture
Published On

ସମ୍ବଲପୁର(ବିମଳ କୃଷ୍ଣ ଥମ୍ବ): ଘର ଜଞ୍ଜାଳ ଭିତରେ ବୁଡ଼ି ରହି ଚାରି କାନ୍ଥ ଭିତରେ ବାନ୍ଧିହୋଇ ରହୁଥିବା ମହିଳାମାନଙ୍କୁ ମିଶନ ଶକ୍ତି ଜରିଆରେ ସରକାର ସେମାନଙ୍କୁ ଦେଖାଇଛନ୍ତି ଆଶାର ଆଲୋକ। ଦୃଢ଼ ଇଚ୍ଛାଶକ୍ତି ଓ ନିଷ୍ଠା ଯୋଗୁ ବୁର୍ଲା ସହରର ୧୦ ଜଣ ମା’ ସାଇ ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରି ଆଜି ନିଜ ଗୋଡ଼ରେ ଛିଡ଼ା ହେବାକୁ ସକ୍ଷମ ହୋଇପାରିଛନ୍ତି। ୨୦୧୭ ମସିହାରେ ଗଠନ ହୋଇଥିବା ଏହି ଏସଏଚଜି ଗ୍ରୁପ୍‌‌ ଜାହ୍ନବୀ ପ୍ରଧାନଙ୍କ ନେତୃତ୍ୱରେ […]

ସମ୍ବଲପୁର(ବିମଳ କୃଷ୍ଣ ଥମ୍ବ): ଘର ଜଞ୍ଜାଳ ଭିତରେ ବୁଡ଼ି ରହି ଚାରି କାନ୍ଥ ଭିତରେ ବାନ୍ଧିହୋଇ ରହୁଥିବା ମହିଳାମାନଙ୍କୁ ମିଶନ ଶକ୍ତି ଜରିଆରେ ସରକାର ସେମାନଙ୍କୁ ଦେଖାଇଛନ୍ତି ଆଶାର ଆଲୋକ। ଦୃଢ଼ ଇଚ୍ଛାଶକ୍ତି ଓ ନିଷ୍ଠା ଯୋଗୁ ବୁର୍ଲା ସହରର ୧୦ ଜଣ ମା’ ସାଇ ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରି ଆଜି ନିଜ ଗୋଡ଼ରେ ଛିଡ଼ା ହେବାକୁ ସକ୍ଷମ ହୋଇପାରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ, ତୃଣମୂଳ ସ୍ତରରେ ଯାଞ୍ଚ ହୋଇନଥିବା ଅଭିଯୋଗ

୨୦୧୭ ମସିହାରେ ଗଠନ ହୋଇଥିବା ଏହି ଏସଏଚଜି ଗ୍ରୁପ୍‌‌ ଜାହ୍ନବୀ ପ୍ରଧାନଙ୍କ ନେତୃତ୍ୱରେ ଗଠନ ହୋଇଥିଲା। ସେ ଏହାର ସଭାପତି ରହିବା ସହ ସମ୍ପାଦିକା ଭାବେ ଲକ୍ଷ୍ମୀ ସାହୁ ଅଛନ୍ତି। ପ୍ରଥମେ ସେମାନେ ଏସଏଚଜି ଗ୍ରୁପ ଜରିଆରେ କିଛି କିଛି କାମ କରିବା ଆରମ୍ଭ କରିଥିଲେ। ସମ୍ବଲପୁର ମହାନଗର ନିଗମ ପକ୍ଷରୁ ବୁର୍ଲା ପ୍ଲାନେଟୋରିୟମ ପରିସରରେ ଥିବା ଏକ ଘର ଯୋଗାଇ ଦିଆଯାଇଥିଲା ସାଇ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ। ସେମାନେ ସେଠାରେ ଆରମ୍ଭ କରିଥିଲେ ସାଇ କାଫେ। ଏହି ୧୦ ଜଣ ମା ଆରମ୍ଭ କରିଥିବା କାଫେ ଏବେ ବେଶ ସୁଖ୍ୟାତି ଅର୍ଜନ କରିଛି। ଅନ୍ୟ ହୋଟେଲ ଅପେକ୍ଷା ସ୍ୱାଦଯୁକ୍ତ ଓ କମ ମୂଲ୍ୟରେ ଖାଦ୍ୟ ମିଳୁଛି। ଖାଦ୍ୟ ସହିତ ମିଲେଟ ଖାଦ୍ୟ ମଧ୍ୟ ପ୍ରସ୍ତୁତ ହେଉଛି। ମିଲେଟର ମଣ୍ଡା, କାକରାଠାରୁ ଆରମ୍ଭ କରି ଅନ୍ୟ ଭେରାଇଟି ଗୁଡିକ ବେଶ ସୁସ୍ୱାଦୁ। ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ବହୁ ବଡ଼ ବଡ଼ ଅଧିକାରୀ ଗସ୍ତରେ ଆସିଲେ ସାଇ କାଫେକୁ ଯିବାକୁ ଭୁଲନ୍ତି ନାହିଁ। ଏହି କାଫେ ଚଳାଇବା ପାଇଁ ସେମାନଙ୍କ ପାଖରେ ସେପରି କିଛି ବିଶେଷ ପାଣ୍ଠି ନ ଥିଲା। ବ୍ୟାଙ୍କରୁ ୬ ଲକ୍ଷ ଟଙ୍କା ଋଣ ଆଣି ଆରମ୍ଭ କରିଥିବା ଏହି କାଫେରୁ ଧିରେ ଧିରେ ସଦସ୍ୟାମାନେ ସମସ୍ତ ଖର୍ଚ୍ଚ ବାଦ ପ୍ରତ୍ୟେକ ୪ରୁ ୫ ହଜାର ଟଙ୍କା ରୋଜଗାର କରୁଛନ୍ତି। ତେବେ ସାଇ କାଫେରେ ବର୍ତ୍ତମାନ କେବଳ ଦିନ ବେଳା ଖାଦ୍ୟ ପ୍ରସ୍ତୁତ ହେଉଛି ଆଗକୁ ରାତ୍ରି ଭୋଜନର ଯୋଜନା ରହିଥିବା ନେଇ ଅଧ୍ୟକ୍ଷା ଜାହ୍ନବୀ ପ୍ରଧାନ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସିଂହଦ୍ୱାର ଗୁମୁଟରେ ‘ଦଶାବତାର ମୂର୍ତ୍ତି’ ପୁନଃ ସଂସ୍ଥାପନ ପ୍ରସ୍ତାବ: ଜଗଦ୍‌ଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଲା ଶ୍ରୀମନ୍ଦିର ପ୍ରଶାସନ

27 Aug 2023 By The Sakala

ଆଶାର ଆଲୋକ ଦେଖାଇଲା ମିଶନ ଶକ୍ତି, ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ରାହା ଯୋଗାଉଛି ସାଇ କାଫେ

ସମ୍ବଲପୁର(ବିମଳ କୃଷ୍ଣ ଥମ୍ବ): ଘର ଜଞ୍ଜାଳ ଭିତରେ ବୁଡ଼ି ରହି ଚାରି କାନ୍ଥ ଭିତରେ ବାନ୍ଧିହୋଇ ରହୁଥିବା ମହିଳାମାନଙ୍କୁ ମିଶନ ଶକ୍ତି ଜରିଆରେ ସରକାର ସେମାନଙ୍କୁ ଦେଖାଇଛନ୍ତି ଆଶାର ଆଲୋକ। ଦୃଢ଼ ଇଚ୍ଛାଶକ୍ତି ଓ ନିଷ୍ଠା ଯୋଗୁ ବୁର୍ଲା ସହରର ୧୦ ଜଣ ମା’ ସାଇ ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରି ଆଜି ନିଜ ଗୋଡ଼ରେ ଛିଡ଼ା ହେବାକୁ ସକ୍ଷମ ହୋଇପାରିଛନ୍ତି।

୨୦୧୭ ମସିହାରେ ଗଠନ ହୋଇଥିବା ଏହି ଏସଏଚଜି ଗ୍ରୁପ୍‌‌ ଜାହ୍ନବୀ ପ୍ରଧାନଙ୍କ ନେତୃତ୍ୱରେ ଗଠନ ହୋଇଥିଲା। ସେ ଏହାର ସଭାପତି ରହିବା ସହ ସମ୍ପାଦିକା ଭାବେ ଲକ୍ଷ୍ମୀ ସାହୁ ଅଛନ୍ତି। ପ୍ରଥମେ ସେମାନେ ଏସଏଚଜି ଗ୍ରୁପ ଜରିଆରେ କିଛି କିଛି କାମ କରିବା ଆରମ୍ଭ କରିଥିଲେ। ସମ୍ବଲପୁର ମହାନଗର ନିଗମ ପକ୍ଷରୁ ବୁର୍ଲା ପ୍ଲାନେଟୋରିୟମ ପରିସରରେ ଥିବା ଏକ ଘର ଯୋଗାଇ ଦିଆଯାଇଥିଲା ସାଇ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ। ସେମାନେ ସେଠାରେ ଆରମ୍ଭ କରିଥିଲେ ସାଇ କାଫେ। ଏହି ୧୦ ଜଣ ମା ଆରମ୍ଭ କରିଥିବା କାଫେ ଏବେ ବେଶ ସୁଖ୍ୟାତି ଅର୍ଜନ କରିଛି। ଅନ୍ୟ ହୋଟେଲ ଅପେକ୍ଷା ସ୍ୱାଦଯୁକ୍ତ ଓ କମ ମୂଲ୍ୟରେ ଖାଦ୍ୟ ମିଳୁଛି। ଖାଦ୍ୟ ସହିତ ମିଲେଟ ଖାଦ୍ୟ ମଧ୍ୟ ପ୍ରସ୍ତୁତ ହେଉଛି। ମିଲେଟର ମଣ୍ଡା, କାକରାଠାରୁ ଆରମ୍ଭ କରି ଅନ୍ୟ ଭେରାଇଟି ଗୁଡିକ ବେଶ ସୁସ୍ୱାଦୁ। ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ବହୁ ବଡ଼ ବଡ଼ ଅଧିକାରୀ ଗସ୍ତରେ ଆସିଲେ ସାଇ କାଫେକୁ ଯିବାକୁ ଭୁଲନ୍ତି ନାହିଁ। ଏହି କାଫେ ଚଳାଇବା ପାଇଁ ସେମାନଙ୍କ ପାଖରେ ସେପରି କିଛି ବିଶେଷ ପାଣ୍ଠି ନ ଥିଲା। ବ୍ୟାଙ୍କରୁ ୬ ଲକ୍ଷ ଟଙ୍କା ଋଣ ଆଣି ଆରମ୍ଭ କରିଥିବା ଏହି କାଫେରୁ ଧିରେ ଧିରେ ସଦସ୍ୟାମାନେ ସମସ୍ତ ଖର୍ଚ୍ଚ ବାଦ ପ୍ରତ୍ୟେକ ୪ରୁ ୫ ହଜାର ଟଙ୍କା ରୋଜଗାର କରୁଛନ୍ତି। ତେବେ ସାଇ କାଫେରେ ବର୍ତ୍ତମାନ କେବଳ ଦିନ ବେଳା ଖାଦ୍ୟ ପ୍ରସ୍ତୁତ ହେଉଛି ଆଗକୁ ରାତ୍ରି ଭୋଜନର ଯୋଜନା ରହିଥିବା ନେଇ ଅଧ୍ୟକ୍ଷା ଜାହ୍ନବୀ ପ୍ରଧାନ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର