ସମ୍ବଲପୁର ହାତୀ ମୃତ୍ୟୁ ଘଟଣା: ଗୁଳିମାଡ଼ ଯୋଗୁଁ ହାତୀ ଦେହରେ ହୋଇଥିଲା ସଂକ୍ରମଣ

The Sakala Picture
Published On

ସମ୍ବଲପୁର: ସମ୍ବଲପୁରର ସାପଲହରା ଗାଁରେ ଘଟିଥିବା ଦନ୍ତାହାତୀ ମୃତ୍ଯୁର ପର୍ଦ୍ଦାଫାସ ହୋଇଛି। ଗୁଳିମାଡରେ ଉକ୍ତ ଦନ୍ତାହାତୀର ମୃତ୍ଯୁ ଘଟିଥିବା ଡିଏଫ୍ଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପୋଷ୍ଟମର୍ଟମ ବେଳେ ହାତୀ ହେହରୁ ଗୋଟିଏ ଗୁଳି ମିଳିଛି। ଉକ୍ତ ଘଟଣାରେ ସନ୍ଦେହରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରଯାଉଛି ବୋଲି ଡିଏଫ୍ଓ କହିଛନ୍ତି। ଡିଏଫ୍ଓଙ୍କ କହିବା ଅନୁଯାୟୀ, ଗୁଳିମାଡ଼ ଯୋଗୁଁ ହାତୀ ଦେହରେ ସଂକ୍ରମଣ ହୋଇଥିଲା।  ସଂକ୍ରମଣ ବୃଦ୍ଧି ପାଇ ସେପ୍ଟିସେମିଆରେ ପରିଣତ ହୋଇଥିଲା।  ଫଳରେ ବିଭିନ୍ନ ଅଙ୍ଗ […]

ସମ୍ବଲପୁର: ସମ୍ବଲପୁରର ସାପଲହରା ଗାଁରେ ଘଟିଥିବା ଦନ୍ତାହାତୀ ମୃତ୍ଯୁର ପର୍ଦ୍ଦାଫାସ ହୋଇଛି। ଗୁଳିମାଡରେ ଉକ୍ତ ଦନ୍ତାହାତୀର ମୃତ୍ଯୁ ଘଟିଥିବା ଡିଏଫ୍ଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପୋଷ୍ଟମର୍ଟମ ବେଳେ ହାତୀ ହେହରୁ ଗୋଟିଏ ଗୁଳି ମିଳିଛି। ଉକ୍ତ ଘଟଣାରେ ସନ୍ଦେହରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରଯାଉଛି ବୋଲି ଡିଏଫ୍ଓ କହିଛନ୍ତି।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ଡିଏଫ୍ଓଙ୍କ କହିବା ଅନୁଯାୟୀ, ଗୁଳିମାଡ଼ ଯୋଗୁଁ ହାତୀ ଦେହରେ ସଂକ୍ରମଣ ହୋଇଥିଲା।  ସଂକ୍ରମଣ ବୃଦ୍ଧି ପାଇ ସେପ୍ଟିସେମିଆରେ ପରିଣତ ହୋଇଥିଲା।  ଫଳରେ ବିଭିନ୍ନ ଅଙ୍ଗ ଅଚଳ ହେବାରୁ ହାତୀର ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ସୂଚନାଯୋଗ୍ୟ, ସମ୍ବଲପୁର ବନଖଣ୍ଡ ପଡିଆବାହାଲ ରେଞ୍ଜ ସାପଲହରା ଗାଁ ନିକଟରେ ଥିବା ଏକ ପୋଖରୀକୁ ପାଣି ପିଇବାକୁ ଆସି ପଙ୍କରେ ଫସି ଯାଇଥିଲା ହାତୀ । ପୋଖରୀରେ ପଡ଼ି ହାତୀର ଗୋଟିଏ ଗୋଡ଼ ଭାଙ୍ଗିଯାଇଥିଲା । ଏନେଇ ସୂଚନା ମିଳିବା ପରେ ବନ ବିଭାଗ ପକ୍ଷରୁ ହାତୀଟିକୁ ପୋଖରୀରୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଥିଲା । ହେଲେ ସମସ୍ତ ଚେଷ୍ଟା ଫେଲ ମାରିଥିଲା । ଦିନକୁ ଦିନ ହାତୀର ସ୍ୱାସ୍ଥ୍ୟବସ୍ଥା ବିଗିଡିବାକୁ ଲାଗିଥିଲା । ଶେଷରେ ବନବିଭାଗ ଓୟୁଏଟି ଟିମ୍‌ର ସହଯୋଗ ଲୋଡିଥିଲା । ଓୟୁଏଟିର ଏକ ଟିମ୍‌ ସମ୍ବଲପୁରରେ ପହଞ୍ଚି ହାତୀର ଚିକିତ୍ସା ଆରମ୍ଭ କରିଥିଲେ । ହାତୀକୁ ପୋଖରୀ କୂଳରେ ଅଳ୍ପପାଣିରେ ରଖି ଚିକିତ୍ସା କରାଯାଉଥିଲା । ଚିକିତ୍ସା ସମୟରେ ହାତୀଟିର ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ  କ୍ରେନ୍‌ ଓ ବେଲ୍ଟ ସହାୟତାରେ ହାତୀକୁ ପୋଖରୀ ବାହାରକୁ ଅଣାଯାଇଥିଲା। ପୋଖରୀରୁ ହାତୀକୁ କାଢିବା ପରେ ତା ଠାରେ କୌଣସି ହଲଚଲ ପରିଲକ୍ଷିତ ହୋଇ ନଥିଲା । ଉପସ୍ଥିତ ପଶୁ ଡାକ୍ତର ହାତୀର ପେଟକୁ ଚିପି ତାକୁ ବଂଚାଇବାକୁ ଚେଷ୍ଟା କରିଥିଲେ । ହେଲେ ହାତୀର ମୃତ୍ୟୁ ହୋଇସାରିଥିଲା ।  ତେବେ ହାତୀଟିର ମୃତ୍ୟୁର କାରଣ ଜଣାପଡି ନ ଥିଲା ।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର