ଗାଧୋଉଥିବାବେଳେ କେନାଲ୍‌ରେ ଭାସିଗଲେ ଭିସୁଟ୍ ଛାତ୍ର, ମୃତଦେହ ଉଦ୍ଧାର

The Sakala Picture
Published On

ସମ୍ବଲପୁର: ସାଙ୍ଗମାନଙ୍କ ସହ ଗାଧେଇବା ହେଲା କାଳ । ସମ୍ୱଲପୁର ବୁର୍ଲା ପାଓ୍ୱାର କେନାଲରେ ସାଙ୍ଗମାନଙ୍କ ସହ ଗାଧୋଉଥିବାବେଳେ ଭାସିଗଲେ ଭିସୁଟର ଇଞ୍ଜିନିୟରିଂ ଛାତ୍ର । ତେବେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି ଜାରି କରିଥିଲେ । ଦୀର୍ଘ ସମୟର ଖୋଜାଖୋଜି ପରେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ଆଜି ପ୍ରାୟ ୧୦ରୁ୧୨ ଜଣ ଛାତ୍ର ଏକାଠି ହୋଇ କେନାଲକୁ ଗାଧୋଇବାକୁ ଯାଇଥିଲେ । ମାତ୍ର ଗାଧୋଉଥିବାବେଳେ ଅସାବଧାନତା […]

ସମ୍ବଲପୁର: ସାଙ୍ଗମାନଙ୍କ ସହ ଗାଧେଇବା ହେଲା କାଳ । ସମ୍ୱଲପୁର ବୁର୍ଲା ପାଓ୍ୱାର କେନାଲରେ ସାଙ୍ଗମାନଙ୍କ ସହ ଗାଧୋଉଥିବାବେଳେ ଭାସିଗଲେ ଭିସୁଟର ଇଞ୍ଜିନିୟରିଂ ଛାତ୍ର । ତେବେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି ଜାରି କରିଥିଲେ । ଦୀର୍ଘ ସମୟର ଖୋଜାଖୋଜି ପରେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଆହୁରି ପଢ଼ନ୍ତୁ: ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

ସୂଚନା ଅନୁସାରେ, ଆଜି ପ୍ରାୟ ୧୦ରୁ୧୨ ଜଣ ଛାତ୍ର ଏକାଠି ହୋଇ କେନାଲକୁ ଗାଧୋଇବାକୁ ଯାଇଥିଲେ । ମାତ୍ର ଗାଧୋଉଥିବାବେଳେ ଅସାବଧାନତା କାରଣରୁ ଗୋଡ ଖସି ଯିବାରୁ ପ୍ରଖର ସ୍ରୋତରେ ଭାସି ଯାଇଥିଲେ ଜଣେ ଛାତ୍ର । ସେଠାରେ ଥିବା ତାଙ୍କ ସାଙ୍ଗମାନେ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ମୃତ ଛାତ୍ର ଜଣକ ହେଉଛନ୍ତି ମେକାନିକାଲ ଇଂଜିନିୟରିଂର ଦ୍ୱିତୀୟ ବର୍ଷର ଛାତ୍ର ତ୍ରିଲୋଚନ ମହାରଣା । ସେପଟେ ତ୍ରିଲୋଚନଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶା ସରକାର ଆନ୍ଧ୍ର ନିକଟରେ ଆତ୍ମସମର୍ପଣ କରିଛନ୍ତି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର