ସାଲୁଗା ପ୍ରଧାନ ହେବେ ବିଧାନସଭାର ଉପବାଚସ୍ପତି : ଦାଖଲ କଲେ ନାମାଙ୍କନ, କାଲି ନିର୍ବାଚନ

The Sakala Picture
Published On

ଭୁବନେଶ୍ବର : ସାଲୁଗା ପ୍ରଧାନ ହେବେ ଓଡିଶା ବିଧାନସଭାର ପରବର୍ତ୍ତୀ ଉପ ବାଚସ୍ପତି । ଏନେଇ ଆଜି ସାଲୁଗା ବିଧାନସଭା ସଚିବଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତାକାଲି ସକାଳ ୯ଟାରେ ଉପବାଚସ୍ପତି ନିର୍ବାଚନ ହେବ । ଜି. ଉଦୟଗିରିର ବିଧାୟକ ହେଉଛିନ୍ତି ସାଲୁଗା ପ୍ରଧାନ। ବିଜୁ ଜନତା ଦଳ ଟିକେଟରୁ ସେ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି ସାଲୁଗା ପ୍ରଧାନ। ଜି. ଉଦୟଗିରି ବିଧାନସଭା ଆସନରୁ ସେ ପ୍ରଥମେ ୨୦୦୦ ମସିହାରେ […]

ଭୁବନେଶ୍ବର : ସାଲୁଗା ପ୍ରଧାନ ହେବେ ଓଡିଶା ବିଧାନସଭାର ପରବର୍ତ୍ତୀ ଉପ ବାଚସ୍ପତି । ଏନେଇ ଆଜି ସାଲୁଗା ବିଧାନସଭା ସଚିବଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତାକାଲି ସକାଳ ୯ଟାରେ ଉପବାଚସ୍ପତି ନିର୍ବାଚନ ହେବ ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ଜି. ଉଦୟଗିରିର ବିଧାୟକ ହେଉଛିନ୍ତି ସାଲୁଗା ପ୍ରଧାନ। ବିଜୁ ଜନତା ଦଳ ଟିକେଟରୁ ସେ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି ସାଲୁଗା ପ୍ରଧାନ। ଜି. ଉଦୟଗିରି ବିଧାନସଭା ଆସନରୁ ସେ ପ୍ରଥମେ ୨୦୦୦ ମସିହାରେ ଏବଂ ଏହାପରେ ୨୦୧୯ ମସିହାରେ ନିର୍ବାଚିତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ସେପଟେ ଉପ ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ପରେ ସାଲୁଗା ପ୍ରଧାନ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ। ଉପବାଚସ୍ପତି ପଦ ଭଳି ଏକ ସାମ୍ବିଧାନିକ ପଦକୁ କିପରି ସଠିକ ଭାବେ କାର୍ଯ୍ୟକାରୀ କରିବି ତାହା ମୋ ପାଇଁ ବର୍ତ୍ତମାନ ସବୁଠୁ ବଡ଼ ଲକ୍ଷ୍ୟ ରହିବ ବୋଲି ସାଲୁଗା ପ୍ରଧାନ କହିଛନ୍ତି।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ସୂଚନାଯୋଗ୍ୟ ଗତ ୮ ତାରିଖରେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂହ। ସେବେଠୁ ଉପବାଚସ୍ପତି ପଦ ଖାଲି ରହିଥିଲା। କାଲି ବିଧାନସଭାର ଶୀତ ଅଧିବେଶନ ଥିବାରୁ କାଲି ସକାଳ ୯ଟାରେ ଉପବାଚସ୍ପତି ନିର୍ବାଚନ ହେବ । ଏଣେ ଆସନ୍ତାକାଲିଠାରୁ ବିଧାନସଭାର ଶୀତକାଳିନ ଅଧିବେଶନ ଆରମ୍ଭ ହେଉଥିବାରୁ ଅଧିବେଶନ କିପରି ସୁରୁଖୁରୁରେ ଚାଲିବ, ସେ ନେଇ ଆଜି ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆଜି ସର୍ବଦଳୀୟ ବୈଠକ ବସିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର