ରାମଚନ୍ଦ୍ର ନାୟକଙ୍କୁ ‘ବାଲ୍‍ ସାହିତ୍ୟ ପୁରସ୍କାର’ , ଚନ୍ଦ୍ରଶେଖର ହୋତାଙ୍କୁ ‘ଯୁବ ପୁରସ୍କାର’

The Sakala Picture
Published On

ଭୁବନେଶ୍ୱର: କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦ଟି ଭାଷାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ୭ଟି କବିତା ପୁସ୍ତକ, ୪ଟି ଉପନ୍ୟାସ, ୫ଟି କ୍ଷୁଦ୍ର ଗଳ୍ପ, ୨ଟି ନାଟକ, ଗୋଟିଏ ଅନୁସନ୍ଧାନମୂଳକ ପ୍ରବନ୍ଧ ଏବଂ ଗୋଟିଏ ମହାକାବ୍ୟ ପୁରସ୍କାର ପାଇଁ ଚୟନ ହୋଇଛି। ପରବର୍ତ୍ତୀ ସମୟରେ ମାଲାୟଲମ୍‍, ନେପାଳି, ଓଡ଼ିଆ ଓ ରାଜସ୍ଥାନୀ ଭାଷା ଘୋଷାଣା କରାଯିବ ବୋଲି ଏକାଡେମୀ ପକ୍ଷରୁ ସୂଚନା ମିଳିଛି। ଦିଲ୍ଲୀଠାରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟକାରିଣୀ […]

ଭୁବନେଶ୍ୱର: କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦ଟି ଭାଷାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ୭ଟି କବିତା ପୁସ୍ତକ, ୪ଟି ଉପନ୍ୟାସ, ୫ଟି କ୍ଷୁଦ୍ର ଗଳ୍ପ, ୨ଟି ନାଟକ, ଗୋଟିଏ ଅନୁସନ୍ଧାନମୂଳକ ପ୍ରବନ୍ଧ ଏବଂ ଗୋଟିଏ ମହାକାବ୍ୟ ପୁରସ୍କାର ପାଇଁ ଚୟନ ହୋଇଛି। ପରବର୍ତ୍ତୀ ସମୟରେ ମାଲାୟଲମ୍‍, ନେପାଳି, ଓଡ଼ିଆ ଓ ରାଜସ୍ଥାନୀ ଭାଷା ଘୋଷାଣା କରାଯିବ ବୋଲି ଏକାଡେମୀ ପକ୍ଷରୁ ସୂଚନା ମିଳିଛି। ଦିଲ୍ଲୀଠାରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟକାରିଣୀ ପରିଷଦ ବୈଠକରେ ୨୦୨୦ବର୍ଷ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। ଏକାଡେମୀର ସଭାପତି ଚନ୍ଦ୍ରଶେଖର କମ୍ବର ବୈଠକରେ ଘୋଷଣା କରିଛନ୍ତି। କବିତା ସଂକଳନ ପାଇଁ ଅରୁନ୍ଧତୀ ସୁବ୍ରମଣିୟମ୍‍ (ଇଂରାଜୀ), ହରିଶ ମୀନାଶ୍ରୁ (ଗୁଜୁରାଟୀ), ଅନାମିକା (ହିନ୍ଦୀ), ଆର୍‍ଏସ୍‍ ଭାସ୍କର (କୋନ୍‍କର୍ଣ୍ଣୀ), ଇରୁଙ୍ଗବାମ୍‍ ଦେଭେନ୍‍ (ମଣିପୁଣୀ), ରୂପଚାନ୍ଦ ହାଂସଦା (ସାନ୍ତାଳୀ), ନିଖିଳେଶ୍ୱର (ତେଲୁଗୁ) ପୁରସ୍କୃତ ହେବେ। ସେହିପରି ନନ୍ଦା ଖାରେ(ମରାଠୀ), ମହେଶଚନ୍ଦ୍ର ଶର୍ମା ଗୌତମ (ସଂସ୍କୃତ), ଇମାଇୟମ୍‍ (ତାମିଲ) ଓ ହୁସେନ୍‍ ଉଲ ହକ୍‍ (ଉର୍ଦ୍ଦୁ) ପ୍ରମୁଖ ଉପନ୍ୟାସ ପାଇଁ ସମ୍ମାନିତ ହେବେ। କ୍ଷୁଦ୍ରଗଳ୍ପ ପାଇଁ ଅପୂର୍ବ କୁମାର ସାଇକିଆ, ସ୍ୱର୍ଗତ ଧରଣୀଧର ଓୱାରି (ବୋଦୋ), ସ୍ୱର୍ଗତ ହିର୍‍ଦେ କୌଲ ଭାରତୀ (କଶ୍ମିରୀ), କମଳାକାନ୍ତ ଝା (ମୈଥିଳୀ) ଓ ଗୁରୁଦେବ ସିଂହ ରୂପାନା (ପଞ୍ଜାବୀ) ପ୍ରମୁଖଙ୍କୁ ମନୋନିତ କରାଯାଇଛି। ନାଟକ ପାଇଁ ଗିଆନ୍‍ ସିଂହ(ଡଂଗ୍ରୀ), ଜେଥୋ ଲାଲ୍‍ୱାନି (ସିନ୍ଧି) ଏବଂ ଅନୁସନ୍ଧାନମୂଳକ ପ୍ରବନ୍ଧ ପାଇଁ ମଣିଶଙ୍କର ମୁଖୋପାଧ୍ୟାୟ (ବଙ୍ଗାଳୀ) ଓ ମହାକାବ୍ୟ ପାଇଁ ବିରପ୍ପା ମୌଲୀ(କନ୍ନଡ଼)ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା ହୋଇଛି। ଏକାଡେମୀ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ରାଶି ବାବଦକୁ ୧ଲକ୍ଷ ଟଙ୍କା ସହ ତାମ୍ର ଫଳକ ଓ ମାନପତ୍ର ପ୍ରଦାନ କରାଯିବ ବୋଲି ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ; କହିଲେ, ବିଜେପି ସରକାରରେ ନେତୃତ୍ୱ ସଙ୍କଟ, ବଢୁଛି ନାରୀ ନିର୍ଯାତନା

ଓଡ଼ିଆ ଭାଷାରେ ବିଶିଷ୍ଟ ସାହିତ୍ୟିକ ରାମଚନ୍ଦ୍ର ନାୟକ ‘ବାଲ୍‍ ସାହିତ୍ୟ ପୁରସ୍କାର’ ପାଇବାକୁ ମନୋନୀତ ହୋଇଛନ୍ତି। ଏହାସହ ଯୁବ ସାହିତ୍ୟିକ ଚନ୍ଦ୍ରଶେଖର ହୋତା ଚଳିତବର୍ଷର ‘ଯୁବ ପୁରସ୍କାର’ ପାଇବେ ବୋଲି କାର୍ଯ୍ୟକାରିଣି ପରିଷଦ ବୈଠକରେ ସଭାପତି ଚନ୍ଦ୍ରଶେଖର କମ୍ବର ଘୋଷଣା କରିଛନ୍ତି। ରାମଚନ୍ଦ୍ର ନାୟକଙ୍କୁ ତାଙ୍କ ପୁସ୍ତକ ‘ବଣ ଦେଉଳରେ ସୁନା ନେଉଳ’ ଓ ଶ୍ରୀ ହୋତାଙ୍କୁ ତାଙ୍କ ଦ୍ୱାରା ରଚିତ ପ୍ରବନ୍ଧ ପୁସ୍ତକ ‘ଚେତନାର ଅନ୍ୱେଷଣ’ ପାଇଁ ପୁରସ୍କୃତ କରାଯିବ। ବାଲ୍‍ ସାହିତ୍ୟ ପୁରସ୍କାର-୨୦୨୦ ପାଇଁ ଚଳିତବର୍ଷ ବିଚାରକଭାବେ ବିରେନ୍ଦ୍ର ମହାନ୍ତି, ‘କାଦମ୍ବିନୀ’ର ସମ୍ପାଦିକା ଇତି ସାମନ୍ତ ଓ ପ୍ରୀତିଧରା ସାମଲ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର’ ପାଇଁ ବିପିନ୍‍ ବିହାରୀ ନାୟକ, ପ୍ରଫେସର ରାଜକିଶୋର ମିଶ୍ର ଓ ସଂଘମିତ୍ରା ମିଶ୍ର ପ୍ରମୁଖ ବିଚାରକ ମଣ୍ଡଳୀର ସଦସ୍ୟ ଥିଲେ।
୧୯୮୫ମସିହାରେ ବଲାଙ୍ଗୀର ଜିଲ୍ଲାର ଲୋଇସିଂହାସ୍ଥିତ ଗୁର୍ଜିଭଟାରେ ଜନ୍ମିତ ଶ୍ରୀ ହୋତା ନବରଙ୍ଗପୁରର ଡିଏସ୍‍ପିଭାବେ କାର୍ଯ୍ୟରତ। ୨୦୦୮ ମସିହାରୁ ବିଭିନ୍ନ ଖବରକାଗଜରେ ସ୍ତମ୍ଭ ଲେଖନ୍ତି। ତାଙ୍କର ପୂର୍ବରୁ ପ୍ରକାଶିତ ପୁସ୍ତକ ‘କଳ୍ପନା, ଅନୁଭବ ଓ ସାହିତ୍ୟ’, ‘ଚେତନାର ଅନ୍ୱେଷଣ’, ‘ଷଡ଼ଜ’, ‘ଗାନ୍ଧୀ କବିତା’ ଆଦି ଭଳି ଅନେକ ପୁସ୍ତକ ପ୍ରକାଶିତ। ଏଥିପାଇଁ ସେ ଗୋକର୍ଣ୍ଣିକା ପ୍ରବନ୍ଧ ସମ୍ମାନ, ସାରସ୍ୱତ ସମ୍ମାନ, ଅଖିଳ ଜଗନ୍ନାଥ ଦାସ ସମ୍ମାନ, ମହୁରି ସମ୍ମାନ ଆଦି ଭଳି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ‘ଚେତନାର ଅନ୍ୱେଷଣ’ ପୁସ୍ତକରେ ୧୦ଟି ପ୍ରବନ୍ଧ ସନ୍ନିବେଶିତ। ଶ୍ରୀ ହୋତା ପ୍ରତିକ୍ରିୟାରେ କହିଛନ୍ତି ଏହି ପୁରସ୍କାର ପାଇ ମୁଁ ସ୍ୱାଭାବିକ୍‍ଭାବେ ଅତ୍ୟନ୍ତ ଆନନ୍ଦିତ ଓ ପୁଲକିତ। ତାଠାରୁ ଅଧିକ ଶଙ୍କାକୁଳ। ଶଙ୍କାକୂଳ କାରଣ ଯେଉଁ ବୌଦ୍ଧିକ ଆଶା ଏକ ମୋ ଉପରେ ନିରୁପିତ ହେଲା ତାକୁ ନିର୍ବାହ କରିବାର ଗୁରୁ ଦାୟିତ୍ୱ। ପ୍ରବନ୍ଧ ସାହିତ୍ୟରେ ଏ ପୁରସ୍କାର ପାଇଥିବାରୁ ମୁଁ ଆହ୍ଲାଦିତ। ପ୍ରବନ୍ଧ ଏକ ନିରସ ନୀରଜନା ନୁହେଁ। ପଦ୍ୟମୟ ଗଦ୍ୟ ହିଁ ପ୍ରବନ୍ଧ। ଏହି ପ୍ରବନ୍ଧ ପୁସ୍ତକଟି ଫ୍ରେଣ୍ଡସ୍‍ ପ୍ରକାଶନୀ ସଂସ୍ଥା ପ୍ରକାଶ କରିଛନ୍ତି। ନୀରବତାର ଦୁଃଖ, ଯନ୍ତ୍ରଣାର ଆନନ୍ଦ, ଶ୍ରଦ୍ଧାର ସଂଜ୍ଞା ଓ ଭାରତର ବିଭିନ୍ନ ବିଭାଗ ବିଷୟରେ ଏହି ପୁସ୍ତକରେ ପ୍ରବନ୍ଧ ସ୍ଥାନ ପାଇଛି। ଆଗକୁ ସମସ୍ତଙ୍କ ପ୍ରେରଣା ଓ ଆଶୀର୍ବାଦକୁ ପାଥେୟ କରି ପ୍ରବନ୍ଧ ସାହିତ୍ୟକୁ ଯଥାର୍ଥ ଯୋଗଦାନ ପାଇଁ ବ୍ରତୀ ହେବେ ବୋଲି ଶ୍ରୀ ହୋତା କହିଛନ୍ତି। ଏହି ପୁରସ୍କାର ଅଗଣିତ ପାଠକମାନଙ୍କର।

‘ସାହିତ୍ୟ ମୋର ପ୍ରାଣ’: ବିଶିଷ୍ଟ ସାହିତ୍ୟିକ ରାମଚନ୍ଦ୍ର ନାୟକ

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; କଣ୍ଟେନର ଧକ୍କାରେ ତିନି ବାଇକ ଆରୋହୀ ମୃତ

କେନ୍ଦୁଝର ଜିଲ୍ଲା ଘସିପୁରାର ଡ. ରାମଚନ୍ଦ୍ର ନାୟକ ବିଭିନ୍ନ ସୁନାମଧନ୍ୟ ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷକତା କରି ୨୦୦୮ ମସିହାରେ ଚାକିରୀରୁ ଅବସର ଗ୍ରହଣ କରି ସାରିଛନ୍ତି। ଜିଲ୍ଲାର ଭଗବତୀ ବିଦ୍ୟାପୀଠ ଭଣ୍ଡାରିଡିହା, ରିମୁଳି ହାଇସ୍କୁଲ, କେନ୍ଦୁଝର ଡିଆଇଇଟି, ଫକୀରପୁର ସିଟି ସ୍କୁଲ ଆଦିରେ ଶିକ୍ଷକତା କରିଥିଲେ। ସେ ଇତିମଧ୍ୟରେ ୨୦ ଖଣ୍ଡ ବହି ଲେଖି ସାରିଛନ୍ତି। ସେଥିମଧ୍ୟରେ ଗପ, କବିତା ଓ ପ୍ରବନ୍ଧ ରହିଥିବାବେଳେ ତାଙ୍କ ଲେଖା ସରକାରୀ ପ୍ରାଥମିକ ବିଦ୍ୟାଳୟର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀରେ ମଧ୍ୟ ପାଠପଢା ହେଉଥିବା ସେ ସୂଚନା ଦେଇଛନ୍ତି। “ସାହିତ୍ୟ ମୋର ପ୍ରାଣ” ବୋଲି ଶ୍ରୀ ନାୟକ କହିଛନ୍ତି। ପୁରସ୍କାର ଆଶାରେ ଏଭଳି ଲେଖାଲେଖି କରୁନଥିବା କହିଥିବାବେଳେ ଭବିଷ୍ୟତ ପୀଢିମାନେ ସାହିତ୍ୟ ପ୍ରତି ରୁଚି ରଖନ୍ତୁ ଏବଂ ସାଧନା କରି ଅଧିକ ପଢାପଢି କରନ୍ତୁ ବୋଲି ଆହ୍ୱାନ ଜଣାଇଛନ୍ତି। ବର୍ତ୍ତମାନ ଦିନକୁ ସେ ୬ରୁ ୮ ଘଣ୍ଟା ଲେଖାଲେଖି ଓ ପଢାପଢି କରୁଥିବା କହିଛନ୍ତି। ୧୯୫୦ମସିହା ୨୨ଜୁନ୍‍ରେ ଜନ୍ମଗ୍ରହଣ କରିଥିବା ଶ୍ରୀ ନାୟକ ବିଷୁବମିଳନ ପୁରସ୍କାର, ମୀନାବଜାର ପୁରସ୍କାର, ଓଡ଼ିଶା ଶିଶୁ ଲେଖକ ସମିତି କଟକରୁ ସମ୍ମାନୀତ ହେବା ସହ ୪୫ରୁ ଅଧିକ ଅନୁଷ୍ଠାନର ସମ୍ମାନୀତ ହୋଇଛନ୍ତି। ସେ ଚାକିରି କରୁଥିବା ସମୟରେ ୧୯୯୫ ମସିହାରେ ରାଜ୍ୟପାଳଙ୍କଠାରୁ ମଧ୍ୟ ପୁରସ୍କାର ପାଇଥିବାବେଳେ ୧୯୮୫ ମସିହାରେ ଉତ୍କଳ ବିିଶ୍ୱବିଦ୍ୟାଳୟରୁ ପିଏଚ୍‍ଡି ହାସଲ କରିଥିଲେ। ସେ ଲେଖିଥିବା ଗପଗୁଡିକ ମଧ୍ୟରେ ‘ବଣ ଦେଉଳରେ ସୁନା ନେଉଳ’, ‘କଣ୍ଢେଇ ଖେଳ’, ‘ଶୋଲା ବାଲା’, ‘ଆମ ଦେଶର ଜାତୀୟ ପ୍ରତୀକ’, ‘ପିଲାଙ୍କ ବଣଭୋଜି’, ‘ଆସ ଖୋଲିଦେବା ଗପର ପେଡ଼ି’ ପ୍ରଭୃତି ଗପ ବହି ରହିଛି। ଏଥିସହ ‘ମା ପରି ମୋର କିଏସେ ହେବ’, ‘ଚାଇଁ ଚେରିକି’, ‘କେମିତି ଲାଗିବ କୁହ’, ‘ଟିକି ଫୁଲର ବାସ’, ‘ଟିକିକୁ ନକର ହେଳା’, ‘ମହିମା ଧର୍ମର ଆଦିସିଦ୍ଧ ଗୋବିନ୍ଦ ବାବା’, ‘ଓଡିଶାର ଶୈବ ପରମ୍ପରାରେ କୁଶଳେଶ୍ୱର ମନ୍ଦିର’ ପ୍ରଭୃତି କବିତା ରହିଛି। ସେହିଭଳି ଭାବେ ‘ସାଧନା ଓ ସିଦ୍ଧି’, ‘ଶକ୍ତି ଓ ସଂକଳ୍ପ’ ପ୍ରଭୃତି ପ୍ରବନ୍ଧ ରହିଥିବାବେଳେ ୬୧୬ ପୃଷ୍ଠା ବିଶିଷ୍ଟ ‘ଶ୍ରୀକ୍ଷେତ୍ରେ ଶ୍ରୀ ଜଗନ୍ନାଥ’ ନାମକ ବଡ ଲେଖା ପ୍ରକାଶ ପାଇଛି। ବର୍ତ୍ତମାନ ପାଠ ପଢା ହେଉଥିବା ଦ୍ୱିତୀୟ ଶ୍ରେଣୀର ପାଠ୍ୟକ୍ରମରେ ‘ମା’ ପରି ମୋର କିଏସେ ହେବ’ କବିତା ଏବଂ ତୃତୀୟ ଶ୍ରେଣୀରେ ‘ଟିକି ଫୁଲର ବାସ’ କବିତା ପାଠପଢା ହେଉଥିବା ସେ ସୂଚନା ଦେଇଛନ୍ତି।

13 Mar 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର