୧୦୮ ଆମ୍ବୁଲାନ୍ସରେ ସୁରକ୍ଷିତ ପ୍ରସବ: ଇ.ଏମ.ଟିଙ୍କ ତତ୍ପରତାରେ ମା' ଓ ଶିଶୁଙ୍କ ଜୀବନ ରକ୍ଷା

Madhusudan Das Picture
Published On

ଭୁବନେଶ୍ୱର/ରାୟଗଡା: ମାନବିକତା ଓ ସେବାଭାବର ଆଉ ଏକ ଅନନ୍ୟ ଉଦାହରଣ ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାରେ ଦେଖିବାକୁ ମିଳିଛି। ୧୦୮ ଆମ୍ବୁଲାନ୍ସ ସେବାର ତ୍ୱରିତ ପଦକ୍ଷେପ, ଇ.ଏମ.ଟିଙ୍କ ଅଭିଜ୍ଞତା ଏବଂ କର୍ତ୍ତବ୍ୟନିଷ୍ଠା ଯୋଗୁଁ ଆମ୍ବୁଲାନ୍ସ ଭିତରେ ଜଣେ ଗର୍ଭବତୀ ମହିଳାଙ୍କ ସୁରକ୍ଷିତ ପ୍ରସବ ସମ୍ଭବ ହୋଇଥିବାବେଳେ ମା' ଓ ନବଜାତ ଶିଶୁ କନ୍ୟାଙ୍କ ଜୀବନ ରକ୍ଷା ପାଇଛି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ସୂଚନା ଅନୁଯାୟୀ, ରାୟଗଡା ଜିଲ୍ଲାର ଚାକୁଣ୍ଡା ଗ୍ରାମର ବାସିନ୍ଦା ଭାନୁ ଜାଗରଙ୍ଗା ପ୍ରସବ ବେଦନାରେ ପୀଡ଼ିତ ହେବା ପରେ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ତାଙ୍କୁ ହସ୍ପିଟାଲକୁ ନିଆଯାଉଥିଲା। ଚାକୁଣ୍ଡା–ଖମାରିଗୁଡା ଜଙ୍ଗଲ ରାସ୍ତା ମଝିରେ ହଠାତ୍ ପ୍ରସବ ବେଦନା ତୀବ୍ର ହୋଇଯାଇଥିଲା। ପରିସ୍ଥିତିର ଗୁରୁତ୍ୱକୁ ଅନୁଭବ କରି ୧୦୮ ଆମ୍ବୁଲାନ୍ସର ଇ.ଏମ.ଟି ଯୁଗଳ କିଶୋର ଶବର ନିଜର ଅଭିଜ୍ଞତା, ସାହସ, ଧୈର୍ଯ୍ୟ ଏବଂ ତତ୍ପରତା ପ୍ରଦର୍ଶନ କରି ଆଶାକର୍ମୀଙ୍କ ସହଯୋଗରେ ଆମ୍ବୁଲାନ୍ସ ଭିତରେ ହିଁ ସୁରକ୍ଷିତ ଭାବେ ପ୍ରସବ କରାଇଥିଲେ। ପ୍ରସବ ପରେ ମା' ଓ ନବଜାତ ଶିଶୁ କନ୍ୟାଙ୍କୁ ତୁରନ୍ତ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଉଭୟ ମା' ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି। 

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ଏହି ଘଟଣା ପୁଣିଥରେ ପ୍ରମାଣ କରିଛି ଯେ, ୧୦୮ ଆମ୍ବୁଲାନ୍ସ ସେବା କେବଳ ଜରୁରୀ ପରିବହନ ସେବା ନୁହେଁ, ବରଂ ଆବଶ୍ୟକ ସମୟରେ ଜୀବନ ରକ୍ଷା କରିବାରେ ଏକ ନିର୍ଭରଯୋଗ୍ୟ ସାଥୀ। କେବଳ କିଛି ମିନିଟର ତତ୍ପରତା ଜୀବନ ଓ ମୃତ୍ୟୁ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରିଥିବାବେଳେ, ୧୦୮ ଆମ୍ବୁଲାନ୍ସ ଟିମ୍‌ର ସେବାଭାବ, ଦାୟିତ୍ୱବୋଧ ଓ ମାନବିକତା ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା ସାଉଁଟିଛି।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର