ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ବରିଷ୍ଠ କିରାଣୀ, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ

Madhusudan Das Picture
Published On

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ବରିଷ୍ଠ କିରାଣୀ ଟି ଭେଙ୍କଟ ଗିରି ରାଓ । ବିଭାଗର ଜଣେ ଅବସର ପ୍ରାପ୍ତ ଫିଟର ମିସ୍ତ୍ରୀ ତ୍ରିଲୋଚନ ଶବରଙ୍କ ଠାରୁ ପେନ୍ସନ୍ ଓ ଗ୍ରାଚୁଟି କରାଇଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ବିଭାଗ। ବରିଷ୍ଠ କିରାଣୀ ଜଣକ ନିଜ ସରକାରୀ ବାସଭବନରେ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ। ଅଧିକାରୀଙ୍କୁ ଦେଖି ଝରକା ବାହାରକୁ ଟଙ୍କା ଫିଙ୍ଗିଦେଇଥିଲେ ବରିଷ୍ଠ କିରାଣୀ ଭେଙ୍କଟ ଗିରି ରାଓ । ଘଟଣାର ଅଧିକ ତଦନ୍ତ ଜାରି ରହିଛି । ହେଲେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିବାରେ ସଫଳ ହୋଇଛି ଏବଂ ସମସ୍ତ ଲାଞ୍ଚ ଟଙ୍କା ମଧ୍ୟ ଜବତ କରିଛି । ଏହି ଚଢାଉ ପରେ ତାଙ୍କ ତିନୋଟି ସ୍ଥାନରେ ଏକକାଳୀନ ରେଡ୍‌ କରୁଛି ଭିଜିଲାନ୍ସ ଟିମ୍ ।

ଆହୁରି ପଢ଼ନ୍ତୁ: ଘର ଭିତରୁ ମହିଳାଙ୍କ ସନ୍ଦେହଜନକ ଝୁଲନ୍ତା ମୃତଦେହ ଉଦ୍ଧାର, ପରିବାର ଲୋକଙ୍କ ହତ୍ୟା ଅଭିଯୋଗ

ସୂଚନା ଅନୁସାରେ, ଅଭିଯୋଗକାରୀ ଅବସର ନେବା ପରଠାରୁ ପେନସନ କାଗଜପତ୍ର ପ୍ରସ୍ତୁତ କରିବାକୁ ସିନିୟର କ୍ଲର୍କ  ଟି. ଭେଙ୍କଟଗିରି ରାଓଙ୍କୁ ଅନୁରୋଧ କରି ଆସୁଥିଲେ । ବାରମ୍ବାର ଅନୁରୋଧ ପରେ ମଧ୍ୟ ଟି. ଭେଙ୍କଟଗିରି ରାଓ ଫାଇଲ୍ ପ୍ରକ୍ରିୟାକରଣ କରୁନଥିଲେ । ବରଂ ତାଙ୍କୁ ୨୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଯାହାପରେ ଅବସରପ୍ରାପ୍ତ କର୍ମଚାରୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ବୁଧବାର ଭବାନୀପାଟଣାସ୍ଥିତ ତାଙ୍କ ସରକାରୀ କ୍ୱାର୍ଟରରେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ଅତର୍କିତ ଚଢାଉ କରିଥିଲା । 

ଆହୁରି ପଢ଼ନ୍ତୁ: ବିଶାଳ ଚାଷୀ ସମାବେଶରେ ଗର୍ଜିଲେ ବିରୋଧୀ ଦଳ ନେତା ନବୀନ; ସରକାରଙ୍କ ନିଦ ହଜାଇଦେବାକୁ ଦେଲେ ଚେତାବନୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp