ମୁକ୍ତ ହସ୍ତରେ ଦାନ କରୁଛନ୍ତି ଭକ୍ତ; ୨୦୨୫ରେ ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୧୮କୋଟି ଟଙ୍କା ଓ ୩ କେଜିରୁ ଉର୍ଦ୍ଧ୍ୱ ସୁନା ସଂଗ୍ରହ
ଭୁବନେଶ୍ୱର: ଜଗାଙ୍କୁ ହେଉଛି ସୁନା ବର୍ଷା, ମୁକ୍ତ ହସ୍ତରେ ଦାନ କରୁଛନ୍ତି ଭକ୍ତ । ଗତବର୍ଷ ଅର୍ଥାତ ୨୦୨୫ରେ ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୧୮ କୋଟି ୫୯ ଲକ୍ଷ ୨୩ ହଜାର ୭୭୦ଟଙ୍କା ଦାନ ସଂଗ୍ରହ କରାଯାଇଛି । ଭକ୍ତମାନେ ଉକ୍ତ ବର୍ଷରେ ୩କିଗ୍ରା ୪୪୧ଗ୍ରାମ ମିଶ୍ରିତ ସୁନା ଓ ୩୩ କିଗ୍ରା ୬୪୮ଗ୍ରାମ ମିଶ୍ରତ ରୁପା ଅଳଙ୍କାର ଦାନ କରିଛନ୍ତି । ଆଜି ଏ ସମ୍ପର୍କରେ ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନରେ ଆଇନ ମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି ।
ଆହୁରି ପଢ଼ନ୍ତୁ: ଡିଜିଟାଲ୍ ଠକେଇ ବିରୁଦ୍ଧରେ ବଡ଼ ଢାଲ 'ସାଇବର ବୀମା'
ଶ୍ରୀମନ୍ଦିର ଦାନ ହୁଣ୍ଡିରୁ ୧୯୮୧ ରୁ ୨୦୨୪-୨୫ ସୁଦ୍ଧା ୫୮ କେଜି ୩୧୭ ଗ୍ରାମ ସୁନା ମିଳିଛି । ସେହିପରି ୧୫୮ କେଜି ୮୩୬ ଗ୍ରାମ ରୁପା ସଂଗ୍ରହ ହୋଇଛି। ସେହିଭଳି ୨୦୧୧ରୁ ୨୦୨୫ ଭିତରେ ଶ୍ରୀମନ୍ଦିର ହୁଣ୍ଡି ଏବଂ ଅନ୍ୟ ଦାନରୁ ୩୦୪ କୋଟି ୫୭ ଲକ୍ଷ ଆଦାୟ ହୋଇଛି।





