ସଟଡାଉନକୁ ବେଖାତିର: ଦେଢ଼ କୁଇଣ୍ଟାଲରୁ ଅଧିକ ମାଛ ଓ ୧୦ କେଜି ମାଂସ ଜବତ

The Sakala Picture
Published On

ରାଉରକେଲା: କରୋନା ଚେନରେ ବ୍ରେକ ଲଗାଇବା ପାଇଁ ରାଜ୍ୟ ସରକାର ଲକଡାଉନ ଓ ସପ୍ତାହାନ୍ତ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ହେଲ ଏହାକୁ କିଛି ଅମାନିଆ ମାନୁ ନ ଥିବା ଦେଖିବାକୁ ମିଳିଛି। ସପ୍ତାହାନ୍ତ ସଟ୍‌ଡାଉନ୍‌ର ଆଜି ଦ୍ୱିତୀୟ ଦିନରେ ବନ୍ଦ ରହିଛି ଦୋକାନ ବଜାର । ଗାଡ଼ି ଚଳାଚଳ ବି ବନ୍ଦ ରହିଛି । ଟ୍ବିନ୍‌ସିଟିର ବିଭିନ୍ନ ଛକରେ କଡ଼ାକଡ଼ି ଚେକିଂ କରାଯାଉଛି । ଯେଉଁମାନେ ଅମାନିଆ ହୋଇ ବାହାରକୁ ବାହାରୁଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ […]

ରାଉରକେଲା: କରୋନା ଚେନରେ ବ୍ରେକ ଲଗାଇବା ପାଇଁ ରାଜ୍ୟ ସରକାର ଲକଡାଉନ ଓ ସପ୍ତାହାନ୍ତ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ହେଲ ଏହାକୁ କିଛି ଅମାନିଆ ମାନୁ ନ ଥିବା ଦେଖିବାକୁ ମିଳିଛି। ସପ୍ତାହାନ୍ତ ସଟ୍‌ଡାଉନ୍‌ର ଆଜି ଦ୍ୱିତୀୟ ଦିନରେ ବନ୍ଦ ରହିଛି ଦୋକାନ ବଜାର । ଗାଡ଼ି ଚଳାଚଳ ବି ବନ୍ଦ ରହିଛି । ଟ୍ବିନ୍‌ସିଟିର ବିଭିନ୍ନ ଛକରେ କଡ଼ାକଡ଼ି ଚେକିଂ କରାଯାଉଛି । ଯେଉଁମାନେ ଅମାନିଆ ହୋଇ ବାହାରକୁ ବାହାରୁଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଲଜ୍ଜ୍ୟା, ନାବାଳିକାକୁ ଗଣଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା ଅଭିଯୋଗ

କିନ୍ତୁ ରାଉରକେଲାରେ ସପ୍ତାହାନ୍ତ ସଟଡାଉନକୁ ବେଖାତିର କରାଯାଇଥିବା ଚିତ୍ର ଦେଖିବାକୁ ମିଳିଛି। ଡେଲି ମାର୍କେଟ ଓ ଟ୍ରାଫିକ ମାର୍କେଟରେ ପୁଲିସ ଓ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି। ଚଢ଼ାଉ ବେଳେ ଦେଢ଼ କୁଇଣ୍ଟାଲରୁ ଅଧିକ ମାଛ ଓ ୧୦ କେଜି ମାଂସ ଜବତ କରିବା ସହ ୬ଟି ଦୋକାନକୁ ସିଲ୍ କରିଛି ପ୍ରଶାସନ। ସଟଡାଉନରେ ଆମିଷ ବିକ୍ରି କରାଯାଉଥିବା ବେଳେ ଚଢ଼ାଉ କରିଥିଲା ପୁଲିସ।

ଆହୁରି ପଢ଼ନ୍ତୁ: କିଛି ସ୍ଥାନର ଇଂରାଜୀ ବନାନ ପରିବର୍ତ୍ତନକୁ ବିଜେଡିର କଟାକ୍ଷ: ସୁଶାସନ ନୁହେଁ; ନାମ ଓ ରଙ୍ଗ ପରିବର୍ତ୍ତନ ପ୍ରାଥମିକତା ହୋଇଛି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp