ଆଜିଠୁ ଆରମ୍ଭ ହେବ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା, ଏଣିକି ଘରେ ବସି ସଂଶୋଧନ କରିପାରିବେ ଲୋକେ

The Sakala Picture
Published On

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ମାସେ ଧରି ଚାଲିବ ଏହି ଅଭିଯାନ । ଜାନୁଆରୀ ପହିଲା ସୁଦ୍ଧା ୧୮ ବର୍ଷ ହେଉଥିବା ବ୍ୟକ୍ତି ମାନେ ଭୋଟର ତାଲିକାରେ ସାମିଲ ହେବେ । ଯେଉଁମାନେ ଯୋଗ୍ୟ ଭୋଟର ହୋଇଥିବେ କିନ୍ତୁ ସେମାନଙ୍କର ନାଁ ଭୋଟର ଲିଷ୍ଟରେ ନଥିବ କିମ୍ବା ଯେଉଁ ମାନେ ଭୋଟର ଲିଷ୍ଟରେ ସଂଶୋଧନ କରିବାକୁ ଚାହୁଁଥିବେ, ସେମାନେ ଏହି ସ୍ବତନ୍ତ୍ର ଅଭିଯାନର ଫାଇଦା ନେଇପାରିବେ । […]

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ମାସେ ଧରି ଚାଲିବ ଏହି ଅଭିଯାନ । ଜାନୁଆରୀ ପହିଲା ସୁଦ୍ଧା ୧୮ ବର୍ଷ ହେଉଥିବା ବ୍ୟକ୍ତି ମାନେ ଭୋଟର ତାଲିକାରେ ସାମିଲ ହେବେ । ଯେଉଁମାନେ ଯୋଗ୍ୟ ଭୋଟର ହୋଇଥିବେ କିନ୍ତୁ ସେମାନଙ୍କର ନାଁ ଭୋଟର ଲିଷ୍ଟରେ ନଥିବ କିମ୍ବା ଯେଉଁ ମାନେ ଭୋଟର ଲିଷ୍ଟରେ ସଂଶୋଧନ କରିବାକୁ ଚାହୁଁଥିବେ, ସେମାନେ ଏହି ସ୍ବତନ୍ତ୍ର ଅଭିଯାନର ଫାଇଦା ନେଇପାରିବେ ।

ଆହୁରି ପଢ଼ନ୍ତୁ: ରାଜନଗର ଚାଷୀ ମୃତ୍ୟୁ ଘଟଣା: ତହସିଲଦାରଙ୍କ ଗୋଡ ତଳେ ପଡି ନ୍ୟାୟ ମାଗିଲେ ମୃତ ଚାଷୀଙ୍କ ପତ୍ନୀ

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ଭକ୍ତିମୟ ପରିବେଶ: ଜୟ ଜଗନ୍ନାଥ ଓ ଗୋବିନ୍ଦା ଧ୍ୱନିରେ କମ୍ପୁଛି ଡିଜିଟାଲ ପ୍ଲାଟଫର୍ମ

ତେବେ ଏଣିକି ଘରେ ବସି ଭୋଟର ଲିଷ୍ଟରେ ନିଜ ନାମ ସଂଶୋଧନ କରିପାରିବେ ଲୋକେ । ଚଳିତଥର ଅନଲାଇନ୍ ବ୍ୟବସ୍ଥା ମାଧ୍ୟମରେ ଜନସାଧାରଣ ଏହାର ସୁବିଧା ନେଇପାରିବେ । ପୂର୍ବରୁ ଏହା ଅଫଲାଇନରେ କରାଯାଉଥିଲା । ତେବେ ଚଳିତଥର ସ୍ବତନ୍ତ୍ର ମୋବାଇଲ୍ ଆପ ଏବଂ ଓ୍ବେବସାଇଟ୍ ଜରିଆରେ ସମସ୍ତେ ଘରେ ବସି ଭୋଟର ଲିଷ୍ଟରେ ନିଜ ନାମ ସଂଶୋଧନ କରିପାରିବେ । ଏହା ପରେ ସରକାରୀ ଅଧିକାରୀ ମାନେ ଘରକୁ ଯାଇ କାର୍ଡ ଯୋଗାଇ ଦେବେ କିମ୍ୱା ସ୍ପିଡ଼ ପୋଷ୍ଟ ମଧ୍ୟମରେ ଘରକୁ ଭୋଟର କାର୍ଡ ପଠାଯିବ ।

ଆହୁରି ପଢ଼ନ୍ତୁ: ଇରାନର ମିଜାଇଲ୍ ମାଡ଼ରେ କୁଏତରେ ଖସିଲା ଆମେରିକାର ଯୁଦ୍ଧ ବିମାନ F-15 !

ଆସନ୍ତା ୭ ଓ ୨୧ ତାରିଖରେ ରାଜ୍ୟର ୩୭ହଜାର ୬୦୬ ବୁଥରେ ସରକାରୀ ଅଧିକାରୀ ଉପସ୍ଥିତ ରହିବେ । ଲୋକମାନେ ସେଠାକୁ ଯାଇ ଭୋଟର ତାଲିକା ସଂଶୋଧନ ମଧ୍ୟ କରିପାରିବେ । ଆସନ୍ତା ଜାନୁଆରୀ ୬ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ସେପଟେ ଦୁଇଟି ଭୋଟର ଆଇଡ଼ି ଥିବା ଏକ ଲକ୍ଷ ଲୋକଙ୍କୁ ଅଟୋ ମେକାନିଜମ ଦ୍ୱାରା ବାଦ ଦିଆଯାଇଛି । ଆହୁରି ୪ ଲକ୍ଷ ଆବେଦନର ବିଚାର ଚାଲିଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp