ହୋଟେଲ୍‌ରେ ବସି ଖାଇବା ଉପରେ କଟକଣା, ଏଣିକି ସାହା ପାର୍ସଲ ବ୍ୟବସ୍ଥା

The Sakala Picture
Published On

ଭୁବନେଶ୍ୱର : ମହାମାରୀ କରୋନା ସଂକ୍ରମଣ ଉଗ୍ର ରୂପ ଧାରଣ କରୁଥିବାବେଳେ ଲୋକମାନଙ୍କୁ ସଚେତନ କରାଇବାକୁ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ୍‍ ଘୋଷଣା କରାଯାଇଛି। ଏହାସହ ବିଭିନ୍ନ ରାସ୍ତାକଡ଼ ଖାଦ୍ୟ ଏବଂ ହୋଟେଲ, ରେଷ୍ଟୁରାଣ୍ଟରେ ଗ୍ରାହକମାନେ ବସି ଖାଇବାରେ କଟକଣା ଲାଗିଛି। ଫଳରେ ବିଭିନ୍ନ ଫାଷ୍ଟଫୁଡ଼ ଦୋକାନରେ ଲାଇନରେ ଛିଡ଼ା ହୋଇ ଗ୍ରାହକମାନେ ପାର୍ସଲ ନେଉଛନ୍ତି। ବିଶେଷ କରି ଯେଉଁମାନେ ରାଜଧାନୀର ବିଭିନ୍ନ ରେଷ୍ଟୁରାଣ୍ଟ କିମ୍ବା ବଡ଼ ହୋଟେଲରେ ଖାଇବାକୁ ପସନ୍ଦ କରିଥାନ୍ତି। ପୂର୍ବଭଳି ଆଉ ନିଜ ମନ ମୁତାବକ […]

ଭୁବନେଶ୍ୱର : ମହାମାରୀ କରୋନା ସଂକ୍ରମଣ ଉଗ୍ର ରୂପ ଧାରଣ କରୁଥିବାବେଳେ ଲୋକମାନଙ୍କୁ ସଚେତନ କରାଇବାକୁ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ୍‍ ଘୋଷଣା କରାଯାଇଛି। ଏହାସହ ବିଭିନ୍ନ ରାସ୍ତାକଡ଼ ଖାଦ୍ୟ ଏବଂ ହୋଟେଲ, ରେଷ୍ଟୁରାଣ୍ଟରେ ଗ୍ରାହକମାନେ ବସି ଖାଇବାରେ କଟକଣା ଲାଗିଛି। ଫଳରେ ବିଭିନ୍ନ ଫାଷ୍ଟଫୁଡ଼ ଦୋକାନରେ ଲାଇନରେ ଛିଡ଼ା ହୋଇ ଗ୍ରାହକମାନେ ପାର୍ସଲ ନେଉଛନ୍ତି। ବିଶେଷ କରି ଯେଉଁମାନେ ରାଜଧାନୀର ବିଭିନ୍ନ ରେଷ୍ଟୁରାଣ୍ଟ କିମ୍ବା ବଡ଼ ହୋଟେଲରେ ଖାଇବାକୁ ପସନ୍ଦ କରିଥାନ୍ତି। ପୂର୍ବଭଳି ଆଉ ନିଜ ମନ ମୁତାବକ ଖୋଲା ଆକାଶ ତଳେ ଆଉ ଖାଇବାର ମଜ୍ଜା ନେଇପାରିବେନି ଗ୍ରାହକ। ବର୍ତ୍ତମାନ ସମସ୍ତଙ୍କ ପାଇଁ ଏବେ ଅନଲାଇନ୍‍ ଡେଲିଭରି ଆପ୍‍ ଭରସା ପାଲଟିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାକୁ ଅନୁଦାନ ବୃଦ୍ଧି ପାଇଁ କେନ୍ଦ୍ର ନିକଟରେ ମୁହଁ ଖୋଲନ୍ତୁ ମୁଖ୍ୟମନ୍ତ୍ରୀ: ବିଜେଡି

ସାଧରଣତଃ ଚାଟ୍‍, ଗୁପଚୁପ୍‍ ଭଳି ବିଭିନ୍ନ ଚଟ୍‍ପଟା ଖାଦ୍ୟ ହେଉ ଅବା ବିଭିନ୍ନ ଆମିଷ ଓ ନିରାମିଷ ଫାଷ୍ଟଫୁଡ ଗରମ ଗରମ ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। ସାଙ୍ଗ ମେଳରେ ହେଉ କିମ୍ବା ପରିବାରବର୍ଗଙ୍କ ସାଙ୍ଗରେ ଏକାଠି ଖାଇବାର ନିଆରା ମଜ୍ଜା ନେଇଥାନ୍ତି ସମସ୍ତେ। ଏଥିପାଇଁ ରାସ୍ତାକାଡ଼ ଉଠା ଦୋକାନରେ ସକାଳୁ ସଞ୍ଜ ଯାଏଁ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳେ। ହେଲେ କରୋନ ସଂକ୍ରମଣ ଦିନକୁ ଦିନ ବଢ଼ୁଥିବାରୁ ରାଜଧାନୀର ବିଭିନ୍ନ ସ୍ଥାନରେ ପୂର୍ବଭଳି ନଜର ଆସୁନାହାନ୍ତି ଗ୍ରାହକ। କାରଣ ଖାଦ୍ୟ ଷ୍ଟଲ ନିକଟରେ ଖାଇବା ବଦଳରେ ପାର୍ସଲ ନେବାକୁ ନିୟମ ରହିଛି। ତେଣୁ ବୁଧବାର ବିଭିନ୍ନ ସ୍ଥାନରେ ଥିବା ଫାଷ୍ଟଫୁଡ଼ ଷ୍ଟଲରେ କେତେଜଣ ହାତ ଗଣତି ଗ୍ରାହକ ପାର୍ସଲ ନେଉଥିବାବେଳେ ଅଧିକାଂଶ ଗ୍ରାହକ ଘରେ ବସି ମନମୁତାବକ ଖାଦ୍ୟ ଅର୍ଡ଼ର କରୁଛନ୍ତି। ବଜାରରେ ଆଉ ପୂର୍ବଭଳି ଭିଡ଼ ଦେଖିବାକୁ ମିଳୁନି। ଏହାସହ ଗ୍ରାହକମାନେ ମଧ୍ୟ ସଚେତନତା ଅବଲମ୍ବନ କରି ଅନଲାଇନ୍‍ ଡେଲିଭରିକୁ ଆପଣେଇଛନ୍ତି।

ଆହୁରି ପଢ଼ନ୍ତୁ: SIR କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ BLO ନିଲମ୍ବିତ

ଗତ ଲକ୍‍ଡାଉନରେ ଅଧିକାଂଶ ହୋଟେଲ, ରେଷ୍ଟୁରାଣ୍ଟ ବନ୍ଦ ରହିଥିବାବେଳେ କେତେକ ହାତଗଣତି ହୋଟେଲରୁ ଅନଲାଇନ୍‍ ପାର୍ସଲ ବ୍ୟବସ୍ଥା ରହିଥିଲା। ସ୍ୱିଗି, ଜମାଟୋ ଆଦି ଖାଦ୍ୟ ଡେଲିଭରି ଆପ୍‍ ସମେତ କେତେକ ବ୍ୟକ୍ତିଗତ ଭାବେ ଘରେ ଘରେ ଖାଦ୍ୟ ପାର୍ସଲ ଦେବା ଆରମ୍ଭ କରିଥିଲେ। ଯାହା ପୁଣି ଥରେ ଦେଖିବାକୁ ମିଳିଛି। ହେଲେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି ରାଜଧାନୀର ରାସ୍ତାକଡ଼ରେ ଥିବା ଛୋଟଛୋଟ ଉଠାଦୋକାନୀଙ୍କ ଉପରେ। କାରଣ ଛୋଟ ଦୋକାନୀମାନେ ଅନଲାଇନ୍‍ ଡେଲିଭରି ଆପ୍‍ରେ ନିଜର ରେଜିଷ୍ଟ୍ରସନ୍‍ କରି ନ ଥିବାରୁ ସେମାନଙ୍କ ଠାରୁ ଗ୍ରାହକମାନେ ଖାଦ୍ୟ ପାଇପାରିବେନି। କାରଣ ବର୍ତ୍ତମାନ ଗ୍ରାହକମାନେ ନିଜେ ଆସି ଖାଦ୍ୟ କିଣିବା ବଦଳରେ ଅନଲାଇନ ଜରିଆରେ ଅର୍ଡର କରିବାକୁ ପସନ୍ଦ କରୁଛନ୍ତି। ଏହାଦ୍ୱାରା ଗ୍ରାହକଙ୍କ ଆବଶ୍ୟକତା ପୂରଣ ହୋଇଯାଉଛି ସତ କିନ୍ତୁ ଖୁଚୁରା ବ୍ୟବସାୟୀଙ୍କୁ କ୍ଷତି ସହିବାକୁ ପଡ଼ିବ ବୋଲି ଇନ୍ଦ୍ରଧନୁ ମାର୍କେଟର ବ୍ୟବସାୟୀ ରୁଦ୍ର ଗୋଚ୍ଛାୟତ କହିଛନ୍ତି। ତେବେ କରୋନାର ଦ୍ୱିତୀୟ ଲହରରେ ମଧ୍ୟ ପୁଣି ଖାଇବାର ଏକମାତ୍ର ଭରସା ସାଜିବେ ଅନଲାଇନ୍‍ ଖାଦ୍ୟ ଡେଲିଭରି ଆପ୍‍।

ଆହୁରି ପଢ଼ନ୍ତୁ: ଚାକିରୀ ଦେବାକୁ କହି ୨୫ ଲକ୍ଷ ଟଙ୍କା ଠକେଇ, 420 ମହିଳାଙ୍କୁ ଗିରଫ କଲା ପୋଲିସ

22 Apr 2021 By The Sakala

ହୋଟେଲ୍‌ରେ ବସି ଖାଇବା ଉପରେ କଟକଣା, ଏଣିକି ସାହା ପାର୍ସଲ ବ୍ୟବସ୍ଥା

ଭୁବନେଶ୍ୱର : ମହାମାରୀ କରୋନା ସଂକ୍ରମଣ ଉଗ୍ର ରୂପ ଧାରଣ କରୁଥିବାବେଳେ ଲୋକମାନଙ୍କୁ ସଚେତନ କରାଇବାକୁ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ୍‍ ଘୋଷଣା କରାଯାଇଛି। ଏହାସହ ବିଭିନ୍ନ ରାସ୍ତାକଡ଼ ଖାଦ୍ୟ ଏବଂ ହୋଟେଲ, ରେଷ୍ଟୁରାଣ୍ଟରେ ଗ୍ରାହକମାନେ ବସି ଖାଇବାରେ କଟକଣା ଲାଗିଛି। ଫଳରେ ବିଭିନ୍ନ ଫାଷ୍ଟଫୁଡ଼ ଦୋକାନରେ ଲାଇନରେ ଛିଡ଼ା ହୋଇ ଗ୍ରାହକମାନେ ପାର୍ସଲ ନେଉଛନ୍ତି। ବିଶେଷ କରି ଯେଉଁମାନେ ରାଜଧାନୀର ବିଭିନ୍ନ ରେଷ୍ଟୁରାଣ୍ଟ କିମ୍ବା ବଡ଼ ହୋଟେଲରେ ଖାଇବାକୁ ପସନ୍ଦ କରିଥାନ୍ତି। ପୂର୍ବଭଳି ଆଉ ନିଜ ମନ ମୁତାବକ ଖୋଲା ଆକାଶ ତଳେ ଆଉ ଖାଇବାର ମଜ୍ଜା ନେଇପାରିବେନି ଗ୍ରାହକ। ବର୍ତ୍ତମାନ ସମସ୍ତଙ୍କ ପାଇଁ ଏବେ ଅନଲାଇନ୍‍ ଡେଲିଭରି ଆପ୍‍ ଭରସା ପାଲଟିଛି।

ସାଧରଣତଃ ଚାଟ୍‍, ଗୁପଚୁପ୍‍ ଭଳି ବିଭିନ୍ନ ଚଟ୍‍ପଟା ଖାଦ୍ୟ ହେଉ ଅବା ବିଭିନ୍ନ ଆମିଷ ଓ ନିରାମିଷ ଫାଷ୍ଟଫୁଡ ଗରମ ଗରମ ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। ସାଙ୍ଗ ମେଳରେ ହେଉ କିମ୍ବା ପରିବାରବର୍ଗଙ୍କ ସାଙ୍ଗରେ ଏକାଠି ଖାଇବାର ନିଆରା ମଜ୍ଜା ନେଇଥାନ୍ତି ସମସ୍ତେ। ଏଥିପାଇଁ ରାସ୍ତାକାଡ଼ ଉଠା ଦୋକାନରେ ସକାଳୁ ସଞ୍ଜ ଯାଏଁ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳେ। ହେଲେ କରୋନ ସଂକ୍ରମଣ ଦିନକୁ ଦିନ ବଢ଼ୁଥିବାରୁ ରାଜଧାନୀର ବିଭିନ୍ନ ସ୍ଥାନରେ ପୂର୍ବଭଳି ନଜର ଆସୁନାହାନ୍ତି ଗ୍ରାହକ। କାରଣ ଖାଦ୍ୟ ଷ୍ଟଲ ନିକଟରେ ଖାଇବା ବଦଳରେ ପାର୍ସଲ ନେବାକୁ ନିୟମ ରହିଛି। ତେଣୁ ବୁଧବାର ବିଭିନ୍ନ ସ୍ଥାନରେ ଥିବା ଫାଷ୍ଟଫୁଡ଼ ଷ୍ଟଲରେ କେତେଜଣ ହାତ ଗଣତି ଗ୍ରାହକ ପାର୍ସଲ ନେଉଥିବାବେଳେ ଅଧିକାଂଶ ଗ୍ରାହକ ଘରେ ବସି ମନମୁତାବକ ଖାଦ୍ୟ ଅର୍ଡ଼ର କରୁଛନ୍ତି। ବଜାରରେ ଆଉ ପୂର୍ବଭଳି ଭିଡ଼ ଦେଖିବାକୁ ମିଳୁନି। ଏହାସହ ଗ୍ରାହକମାନେ ମଧ୍ୟ ସଚେତନତା ଅବଲମ୍ବନ କରି ଅନଲାଇନ୍‍ ଡେଲିଭରିକୁ ଆପଣେଇଛନ୍ତି।

ଗତ ଲକ୍‍ଡାଉନରେ ଅଧିକାଂଶ ହୋଟେଲ, ରେଷ୍ଟୁରାଣ୍ଟ ବନ୍ଦ ରହିଥିବାବେଳେ କେତେକ ହାତଗଣତି ହୋଟେଲରୁ ଅନଲାଇନ୍‍ ପାର୍ସଲ ବ୍ୟବସ୍ଥା ରହିଥିଲା। ସ୍ୱିଗି, ଜମାଟୋ ଆଦି ଖାଦ୍ୟ ଡେଲିଭରି ଆପ୍‍ ସମେତ କେତେକ ବ୍ୟକ୍ତିଗତ ଭାବେ ଘରେ ଘରେ ଖାଦ୍ୟ ପାର୍ସଲ ଦେବା ଆରମ୍ଭ କରିଥିଲେ। ଯାହା ପୁଣି ଥରେ ଦେଖିବାକୁ ମିଳିଛି। ହେଲେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି ରାଜଧାନୀର ରାସ୍ତାକଡ଼ରେ ଥିବା ଛୋଟଛୋଟ ଉଠାଦୋକାନୀଙ୍କ ଉପରେ। କାରଣ ଛୋଟ ଦୋକାନୀମାନେ ଅନଲାଇନ୍‍ ଡେଲିଭରି ଆପ୍‍ରେ ନିଜର ରେଜିଷ୍ଟ୍ରସନ୍‍ କରି ନ ଥିବାରୁ ସେମାନଙ୍କ ଠାରୁ ଗ୍ରାହକମାନେ ଖାଦ୍ୟ ପାଇପାରିବେନି। କାରଣ ବର୍ତ୍ତମାନ ଗ୍ରାହକମାନେ ନିଜେ ଆସି ଖାଦ୍ୟ କିଣିବା ବଦଳରେ ଅନଲାଇନ ଜରିଆରେ ଅର୍ଡର କରିବାକୁ ପସନ୍ଦ କରୁଛନ୍ତି। ଏହାଦ୍ୱାରା ଗ୍ରାହକଙ୍କ ଆବଶ୍ୟକତା ପୂରଣ ହୋଇଯାଉଛି ସତ କିନ୍ତୁ ଖୁଚୁରା ବ୍ୟବସାୟୀଙ୍କୁ କ୍ଷତି ସହିବାକୁ ପଡ଼ିବ ବୋଲି ଇନ୍ଦ୍ରଧନୁ ମାର୍କେଟର ବ୍ୟବସାୟୀ ରୁଦ୍ର ଗୋଚ୍ଛାୟତ କହିଛନ୍ତି। ତେବେ କରୋନାର ଦ୍ୱିତୀୟ ଲହରରେ ମଧ୍ୟ ପୁଣି ଖାଇବାର ଏକମାତ୍ର ଭରସା ସାଜିବେ ଅନଲାଇନ୍‍ ଖାଦ୍ୟ ଡେଲିଭରି ଆପ୍‍।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର