ସାଂସଦ ଓ ବିଧାୟକଙ୍କୁ ‘ସମ୍ମାନ’: ଅଫିସରଙ୍କୁ କେନ୍ଦ୍ରର ‘ଶିଷ୍ଟାଚାର’ ପରାମର୍ଶ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସମୟରେ ସାଂସଦ ଓ ବିଧାୟକମାନଙ୍କୁ ଅଫିସରମାନେ ଉପଯୁକ୍ତ ସମ୍ମାନ ଦେଉ ନ ଥିବା ନେଇ ବିରୋଧୀ ଓ ଶାସକ ଦଳର ସଭ୍ୟମାନେ ଅଭିଯୋଗ କରୁଥିବା ନଜିର ରହିଛି। ଏହି ପ୍ରସଙ୍ଗରେ ଗତ ୧୩ତାରିଖରେ ସାଂସଦ ଓ ବିଧାୟକଙ୍କୁ ଅଫିସରମାନେ ‘ଶିଷ୍ଟାଚାର’ ପ୍ରଦର୍ଶନ ଲାଗି କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ବିଭିନ୍ନ ରାଜ୍ୟକୁ ଚିଠି ଲେଖିଛି। କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପଠାଇଥିବା ଚିଠିରେ କୁହାଯାଇଛି ଯେ, […]

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସମୟରେ ସାଂସଦ ଓ ବିଧାୟକମାନଙ୍କୁ ଅଫିସରମାନେ ଉପଯୁକ୍ତ ସମ୍ମାନ ଦେଉ ନ ଥିବା ନେଇ ବିରୋଧୀ ଓ ଶାସକ ଦଳର ସଭ୍ୟମାନେ ଅଭିଯୋଗ କରୁଥିବା ନଜିର ରହିଛି। ଏହି ପ୍ରସଙ୍ଗରେ ଗତ ୧୩ତାରିଖରେ ସାଂସଦ ଓ ବିଧାୟକଙ୍କୁ ଅଫିସରମାନେ ‘ଶିଷ୍ଟାଚାର’ ପ୍ରଦର୍ଶନ ଲାଗି କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ବିଭିନ୍ନ ରାଜ୍ୟକୁ ଚିଠି ଲେଖିଛି।

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ପ୍ରେମ କରୁଥିଲା ଗୋଟେ ଛୁଆର ବାପା, ମିଛ ବିବାହ ଓ ପ୍ରତାରଣା ଅଭିଯୋଗରେ ବାନ୍ଧିଲା ପୋଲିସ

କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପଠାଇଥିବା ଚିଠିରେ କୁହାଯାଇଛି ଯେ, ସାଂସଦ ଓ ବିଧାୟକମାନେ ହେଉଛନ୍ତି ଲୋକଙ୍କ ଅଧିକୃତ ପ୍ରତିନିଧି। ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାଂସଦ-ବିଧାୟକଙ୍କୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମିଳିଛି। ସେମାନେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗଠୁ ସୂଚନା ଜାଣିବାକୁ ଚାହିଁଥାନ୍ତି, ଅବା ସେମାନଙ୍କ ପରାମର୍ଶ ଉପରେ ବିଚାର କରିବାକୁ କହିଥାନ୍ତି। ପୁନଶ୍ଚ କେତେବେଳେ ଅଫିସରଙ୍କୁ ସାକ୍ଷାତ କରିବାକୁ ଚାହିଁଥାନ୍ତି। ଏହି ସମୟରେ ସେମାନଙ୍କୁ ଅଫିସରମାନେ ଉପଯୁକ୍ତ ମର୍ଯ୍ୟାଦା ଓ ଶିଷ୍ଟାଚାର ପ୍ରଦର୍ଶନ କରିବା ଆବଶ୍ୟକ। ଯଦି ଏହାର ଉଲ୍ଲଘଂନ ହୋଇଥିବାର ପ୍ରମାଣ ତଦନ୍ତ ପରେ ମିଳେ ତା’ହେଲେ ସମ୍ପୃକ୍ତ ସରକାରୀ ଅଫିସରଙ୍କୁ ଆଇନ ଅନୁସାରେ ଉପଯୁକ୍ତ ଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ିବ ବୋଲି ସତର୍କ କରାଇଛନ୍ତି କେନ୍ଦ୍ର ସରକାରଙ୍କ ଉପସଚିବ ଉମେଶ କୁମାର ଭାଟିଆ।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌କୁ ନେଇ ବିଜେପି ନାଟକ କରୁଛି, ସଂରକ୍ଷଣ ନାଁରେ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ପାରିତ ଉଦ୍ଦେଶ୍ୟ ଥିଲା: ବିଜେଡି

କେନ୍ଦ୍ର ସରକାର ୨୦୧୧ ଡିସେମ୍ୱର ୧ତାରିଖରେ ଏନେଇ ଏକ ମାର୍ଗଦର୍ଶିକା ବିଭିନ୍ନ ରାଜ୍ୟକୁ ପଠାଇଥିଲେ। ସାଂସଦ ଓ ବିଧାୟକମାନଙ୍କ ସହ ଜିଲ୍ଲାଠୁ ରାଜ୍ୟସ୍ତର ଓ କେନ୍ଦ୍ର ସରକାରସ୍ତରରେ କିଭଳି ଆଚରଣ କରାଯିବ ତାହା ସେଥିରେ ଉଲ୍ଲେଖ ରହିଥିଲା। ଏପରିକି ସାଂସଦ ଓ ବିଧାୟକମାନଙ୍କ ସହ ପରାମର୍ଶ ଓ ସାକ୍ଷାତବେଳେ ସରକାରୀ ଅଫିସରଙ୍କ ଆଚରଣ କିପରି ରହିବ ସେ ସମ୍ପର୍କରେ ଇତିମଧ୍ୟରେ ୭ ଥର କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି ବୋଲି ଶ୍ରୀ ଭାଟିଆ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ଆହୁରି ପଢ଼ନ୍ତୁ: ନାବଳିକା ଅପହରଣ ଏବଂ ଦୁଷ୍କର୍ମ ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ

ଅଲଇଣ୍ଡିଆ ସର୍ଭିସ (କଣ୍ଡକ୍ଟ) ରୁଲସ-୧୯୬୮ର ରୁଲ ୩(୨କ) ଅନୁସାରେ ପ୍ରତ୍ୟେକ ଅଧିକାରୀ ନିଜର କର୍ତ୍ତବ୍ୟ ସମ୍ପାଦନବେଳେ ବିନମ୍ର ଆଚରଣ କରିବେ। କୌଣସି ସରକାରୀ ଅଫିସର ନିଜର ଅଫିସ କର୍ତ୍ତବ୍ୟରତ ଥିବା ବେଳେ କାମକୁ ଜାଣିଶୁଣି ବିଳମ୍ବିତ କରିବେ ନାହିଁ। ସାଂସଦ ଓ ବିଧାୟକଙ୍କୁ ସ୍ୱାଗତ କରିବା ଓ ତାଙ୍କୁ ବିଦା କରିବାବେଳେ ନିଜ ଆସନରେ ଠିଆ ହୋଇ ଅଫିସରମାନେ ସମ୍ମାନ ଜଣାଇବା ଉଚିତ୍‍। କୌଣସି ସରକାରୀ ସଭାସମିତିକୁ ବିଧାୟକ ଓ ସାଂସଦମାନଙ୍କୁ ଆମନ୍ତ୍ରଣ କରାଯିବା ସହ ଉପଯୁକ୍ତ ପ୍ରୋଟୋକଲ ପାଳନ ପାଇଁ ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶନାମାକୁ ପାଳନ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।

23 Sep 2022 By The Sakala

ସାଂସଦ ଓ ବିଧାୟକଙ୍କୁ ‘ସମ୍ମାନ’: ଅଫିସରଙ୍କୁ କେନ୍ଦ୍ରର ‘ଶିଷ୍ଟାଚାର’ ପରାମର୍ଶ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସମୟରେ ସାଂସଦ ଓ ବିଧାୟକମାନଙ୍କୁ ଅଫିସରମାନେ ଉପଯୁକ୍ତ ସମ୍ମାନ ଦେଉ ନ ଥିବା ନେଇ ବିରୋଧୀ ଓ ଶାସକ ଦଳର ସଭ୍ୟମାନେ ଅଭିଯୋଗ କରୁଥିବା ନଜିର ରହିଛି। ଏହି ପ୍ରସଙ୍ଗରେ ଗତ ୧୩ତାରିଖରେ ସାଂସଦ ଓ ବିଧାୟକଙ୍କୁ ଅଫିସରମାନେ ‘ଶିଷ୍ଟାଚାର’ ପ୍ରଦର୍ଶନ ଲାଗି କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ବିଭିନ୍ନ ରାଜ୍ୟକୁ ଚିଠି ଲେଖିଛି।

କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପଠାଇଥିବା ଚିଠିରେ କୁହାଯାଇଛି ଯେ, ସାଂସଦ ଓ ବିଧାୟକମାନେ ହେଉଛନ୍ତି ଲୋକଙ୍କ ଅଧିକୃତ ପ୍ରତିନିଧି। ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାଂସଦ-ବିଧାୟକଙ୍କୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମିଳିଛି। ସେମାନେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗଠୁ ସୂଚନା ଜାଣିବାକୁ ଚାହିଁଥାନ୍ତି, ଅବା ସେମାନଙ୍କ ପରାମର୍ଶ ଉପରେ ବିଚାର କରିବାକୁ କହିଥାନ୍ତି। ପୁନଶ୍ଚ କେତେବେଳେ ଅଫିସରଙ୍କୁ ସାକ୍ଷାତ କରିବାକୁ ଚାହିଁଥାନ୍ତି। ଏହି ସମୟରେ ସେମାନଙ୍କୁ ଅଫିସରମାନେ ଉପଯୁକ୍ତ ମର୍ଯ୍ୟାଦା ଓ ଶିଷ୍ଟାଚାର ପ୍ରଦର୍ଶନ କରିବା ଆବଶ୍ୟକ। ଯଦି ଏହାର ଉଲ୍ଲଘଂନ ହୋଇଥିବାର ପ୍ରମାଣ ତଦନ୍ତ ପରେ ମିଳେ ତା’ହେଲେ ସମ୍ପୃକ୍ତ ସରକାରୀ ଅଫିସରଙ୍କୁ ଆଇନ ଅନୁସାରେ ଉପଯୁକ୍ତ ଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ିବ ବୋଲି ସତର୍କ କରାଇଛନ୍ତି କେନ୍ଦ୍ର ସରକାରଙ୍କ ଉପସଚିବ ଉମେଶ କୁମାର ଭାଟିଆ।

କେନ୍ଦ୍ର ସରକାର ୨୦୧୧ ଡିସେମ୍ୱର ୧ତାରିଖରେ ଏନେଇ ଏକ ମାର୍ଗଦର୍ଶିକା ବିଭିନ୍ନ ରାଜ୍ୟକୁ ପଠାଇଥିଲେ। ସାଂସଦ ଓ ବିଧାୟକମାନଙ୍କ ସହ ଜିଲ୍ଲାଠୁ ରାଜ୍ୟସ୍ତର ଓ କେନ୍ଦ୍ର ସରକାରସ୍ତରରେ କିଭଳି ଆଚରଣ କରାଯିବ ତାହା ସେଥିରେ ଉଲ୍ଲେଖ ରହିଥିଲା। ଏପରିକି ସାଂସଦ ଓ ବିଧାୟକମାନଙ୍କ ସହ ପରାମର୍ଶ ଓ ସାକ୍ଷାତବେଳେ ସରକାରୀ ଅଫିସରଙ୍କ ଆଚରଣ କିପରି ରହିବ ସେ ସମ୍ପର୍କରେ ଇତିମଧ୍ୟରେ ୭ ଥର କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି ବୋଲି ଶ୍ରୀ ଭାଟିଆ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ଅଲଇଣ୍ଡିଆ ସର୍ଭିସ (କଣ୍ଡକ୍ଟ) ରୁଲସ-୧୯୬୮ର ରୁଲ ୩(୨କ) ଅନୁସାରେ ପ୍ରତ୍ୟେକ ଅଧିକାରୀ ନିଜର କର୍ତ୍ତବ୍ୟ ସମ୍ପାଦନବେଳେ ବିନମ୍ର ଆଚରଣ କରିବେ। କୌଣସି ସରକାରୀ ଅଫିସର ନିଜର ଅଫିସ କର୍ତ୍ତବ୍ୟରତ ଥିବା ବେଳେ କାମକୁ ଜାଣିଶୁଣି ବିଳମ୍ବିତ କରିବେ ନାହିଁ। ସାଂସଦ ଓ ବିଧାୟକଙ୍କୁ ସ୍ୱାଗତ କରିବା ଓ ତାଙ୍କୁ ବିଦା କରିବାବେଳେ ନିଜ ଆସନରେ ଠିଆ ହୋଇ ଅଫିସରମାନେ ସମ୍ମାନ ଜଣାଇବା ଉଚିତ୍‍। କୌଣସି ସରକାରୀ ସଭାସମିତିକୁ ବିଧାୟକ ଓ ସାଂସଦମାନଙ୍କୁ ଆମନ୍ତ୍ରଣ କରାଯିବା ସହ ଉପଯୁକ୍ତ ପ୍ରୋଟୋକଲ ପାଳନ ପାଇଁ ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶନାମାକୁ ପାଳନ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର