ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅକ୍ଷୟ ତୃତୀୟା ସୁଦ୍ଧା ସରିପାରେ ରତ୍ନଭଣ୍ଡାର ମରାମତି

The Sakala Picture
Published On

ପୁରୀ : ଆଗକୁ ରଥଯାତ୍ରା। ସେହିପରି ମନ୍ଦିର ଭିତରେ ରତ୍ନଭଣ୍ଡାର ଭଳି ଗୁରୁତ୍ୱପୂର୍ଣ୍ଣ କାମ ଚାଲିଛି। ତେବେ ଏ ସବୁ କିପରି ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ସେ ନେଇ ଶନିବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ନିଯୋଗ କର୍ମକର୍ତ୍ତା, ବୈଷୟିକ ପରାମର୍ଶଦାତା ଅଂଶଗ୍ରହଣ କରିଥିଲେ। ବୈଠକରେ ଶେଷରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି ମୁଖ୍ୟ […]

ପୁରୀ : ଆଗକୁ ରଥଯାତ୍ରା। ସେହିପରି ମନ୍ଦିର ଭିତରେ ରତ୍ନଭଣ୍ଡାର ଭଳି ଗୁରୁତ୍ୱପୂର୍ଣ୍ଣ କାମ ଚାଲିଛି। ତେବେ ଏ ସବୁ କିପରି ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ସେ ନେଇ ଶନିବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ନିଯୋଗ କର୍ମକର୍ତ୍ତା, ବୈଷୟିକ ପରାମର୍ଶଦାତା ଅଂଶଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ: ଚିଲିକାରେ ଜାଲବାଡ଼ ଯୋଗୁଁ ଲଞ୍ଚ ଚଳାଚଳ ବାଧାପ୍ରାପ୍ତ

ବୈଠକରେ ଶେଷରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି ମୁଖ୍ୟ ପ୍ରଶାସକ କହିଛନ୍ତି, ରଥଯାତ୍ରା ପ୍ରସ୍ତୁତି ଉପରେ ହୋଇଛି ଆଲୋଚନା। ସବୁ ଠିକ୍‌ ପ୍ରସ୍ତୁତି ଚାଲିଛି। ଏବେ ସୁଦ୍ଧା ପ୍ରସ୍ତୁତି ଠିକ୍‌ଠାକ ରହିଛି। ବୈଠକରେ ରତ୍ନଭଣ୍ଡାର ମରାମତି ଅଗ୍ରଗତି ଉପରେ ଆଲୋଚନା କରାଯାଇଥିଲା। ଭିତର ରତ୍ନଭଣ୍ଡାର ଏବଂ ବାହାର ରତ୍ନଭଣ୍ଡାର ସଂଯୋଗସ୍ଥଳରେ ପୂର୍ବରୁ ୫ଟି ଲୁହା ବିମ୍‌ ଲାଗିଥିଲା। ଯେଉଁଥିରେ କଳଙ୍କି ଲାଗି ଖରାପ ହୋଇଯାଇଥିଲା। ଇତିମଧ୍ୟରେ ସେହିସବୁ ବିମ୍‌କୁ ବଦଳାଯାଇ ୫ଟି ଷ୍ଟେନଲେସ୍‌ ଷ୍ଟିଲ ବକ୍ସ ବିମ୍‌ ଲଗାଯାଇଛି। ପୂର୍ବ ଢାଞ୍ଚାକୁ ସ୍ଥିର ରଖି ଖରାପ ପଥରଗୁଡ଼ିକୁ ମଧ୍ୟ ବଦଳା ଯାଉଛି। କେମିକାଲ ୱାସିଂ, ସିଲିଂ କାମ ଇତ୍ୟାଦିକୁ ଏଏସ୍‌ଆଇ ସଠିକ୍‌ ଭାବେ କରୁଛନ୍ତି। ବାହାର ରତ୍ନଭଣ୍ଡାରର ଡି ପ୍ଲାଷ୍ଟରିଂ କଲା ପରେ ବହୁଳମାତ୍ରାରେ ପଥର ଖରାପ ବାହାରୁଛି। ତାକୁ ନୂତନ ଭାବେ ଲଗାଯାଉଛି। ଖରାପ ଖଣ୍ଡେଲାଇଟ୍‌ ପଥରକୁ ଗୋଟି ଗୋଟି କରି ବଦଳାଉଛି ଏଏସ୍‌ଆଇ। ରତ୍ନଭଣ୍ଡାରକୁ ଦୀର୍ଘସ୍ଥାୟୀ ମରାମତି ଏଏସ୍‌ଆଇ କରିବ। ଏଏସଆଇକୁ ପୂର୍ଣ୍ଣ ସହଯୋଗ କରୁଛୁ। ଆଶା କରାଯାଉଛି ଅକ୍ଷୟ ତୃତୀୟା ବେଳକୁ ନାଟମଣ୍ଡପର ମରାମତ କାମ ସରିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

ସେହିପରି ମନ୍ଦିର ଉପରେ ଡ୍ରୋନ ଉଡାଣ ଏବଂ ଅନଧିକୃତ ଭାବେ ଭିତରକୁ ମୋବାଇଲ ଫୋନ ନେଇ ଫଟୋ ଉଠାଯାଉଛି। କିନ୍ତୁ ଏଥିପାଇଁ ଯାହା ବି ଦଣ୍ଡବିଦାନ ରହିଛି ତାହା ପର୍ଯ୍ୟାପ୍ତ ନୁହେଁ। ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ସଂଶୋଧନ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବୁ। ତାହାର ଚିଠା ପ୍ରସ୍ତାବ ପ୍ରସ୍ତୁତି ଲାଗି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି। ସେମାନଙ୍କ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କୁ ପଠାଯିବ। ପରବର୍ତ୍ତୀ ସମୟରେ ପରିଚାଳନା କମିଟି ଏବଂ ଛତିଶା ନିଯୋଗ ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା ହେବ। ସେବକମାନେ ସହମତି ପ୍ରକାଶ କରିଛନ୍ତି। କଠୋର ଆଇନ ରହିଲେ କେହି ଦୂରୁପୋଯୋଗ କରିବେ ନାହିଁ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରିଲିମନାରୀ ବଜେଟ୍‌ ପ୍ରସ୍ତୁତ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏହା ପରିଚାଳନା କମିଟି ବୈଠକରେ ଉପସ୍ଥାପନ ହେବ। ଔପଚାରିକତା ଦୃଷ୍ଟିରୁ ଅନୁମୋଦନ ହେବା ପୂର୍ବରୁ ଆବଶ୍ୟକତା ଦୃଷ୍ଟିରୁ ଖର୍ଚ୍ଚ ହୋଇପାରିବ। କୋଠଭୋଗରେ ଅମୃତ ଅନ୍ନ ବ୍ୟବହାର ହେବ ଜୈବିକ ପଦ୍ଧତିରେ। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଆଉ ଏକ ସୂଚନା କେନ୍ଦ୍ର ହେବ। ସେଠାରେ ଏଲ୍‌ଇଡି ଡିସପ୍ଲେ ରହିବ। ୟୁନିଫର୍ମ ପଲିସି ପରିଚାଳନା କମିଟିରେ ପାସ୍‌ ହୋଇଛି। ରାଜ୍ୟ ସରକାରଙ୍କ ଅନୁମୋଦନ ହେବା ପରେ ଲାଗୁ ହେବ ନୂଆ ୟୁନିଫର୍ମ ପଲିସି। ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଛି। ଡାଇଗ୍ରାମ ଦେଖାଇଛନ୍ତି ଏକ୍ସପର୍ଟମାନେ। ନୀତିକାନ୍ତ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର