ନନ୍ଦନକାନନରେ ଆଖି ବୁଜିଲା ଅସୁସ୍ଥ ବାଘୁଣୀ ‘ସାରା’

The Sakala Picture
Published On

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀଉଦ୍ୟାନର ୩୩ନଂ ଖୁଆଡ଼ରେ ରହୁଥିବା ମହାବଳ ନାଲି ବାଘୁଣୀ ସାରାର ଆଜି ମୃତ୍ୟୁ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥବାବେଳେ ପ୍ରାଣୀ ଉଦ୍ୟାନର ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଥିଲା ।  ୧୯ବର୍ଷ ବୟସରେ ସେ ମୃତ୍ୟୁ ବରଣ କରିଛି । ସୂଚନା ଅନୁଯାୟୀ, ଅପ୍ରେଲ ୧୮ ତାରିଖ ୨୦୦୬ମସିହାରେ ଭୋପାଳ ଚିଡିଆଖାନାରୁ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ନନ୍ଦନକାନନ ଅଣାଯାଇଥିଲା । ମହାବଳ ବାଘ ରିଷି ଓ ସାରା ମିଳନରୁ ଜାନୁଆରୀ […]

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀଉଦ୍ୟାନର ୩୩ନଂ ଖୁଆଡ଼ରେ ରହୁଥିବା ମହାବଳ ନାଲି ବାଘୁଣୀ ସାରାର ଆଜି ମୃତ୍ୟୁ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥବାବେଳେ ପ୍ରାଣୀ ଉଦ୍ୟାନର ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଥିଲା ।  ୧୯ବର୍ଷ ବୟସରେ ସେ ମୃତ୍ୟୁ ବରଣ କରିଛି ।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ସୂଚନା ଅନୁଯାୟୀ, ଅପ୍ରେଲ ୧୮ ତାରିଖ ୨୦୦୬ମସିହାରେ ଭୋପାଳ ଚିଡିଆଖାନାରୁ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ନନ୍ଦନକାନନ ଅଣାଯାଇଥିଲା । ମହାବଳ ବାଘ ରିଷି ଓ ସାରା ମିଳନରୁ ଜାନୁଆରୀ ୧୩ତାରିଖ ୨୦୧୨ରେ ସାରା ୩ଟି ଶାବକ ଜନ୍ମ ଦେଇଥିଲା । ଏମାନଙ୍କ ନାଁ  ଆଶା, ଅଙ୍କିତା, ଶୁଭଶ୍ରୀ ରଖାଯାଇଥିଲା । ଆଶା ବାଘୁଣୀ ଶାବକକୁ ନନ୍ଦନକାନନରୁ ହାଇଦ୍ରାବାଦ ଚିଡ଼ିଆ ଖାନାକୁ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ପଠାଯାଇଛି। ବାଘ ମାନଙ୍କ ସଂଖ୍ୟା ଏବେ ୨୪ କୁ ଖସିଛି ବୋଲି କର୍ତ୍ତୃ ପକ୍ଷ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର