ପ୍ରଶାସନିକ ସ୍ତରରେ ଅଦଳବଦଳ : ୨୨ଟି ପୌର ପରିଷଦ ଓ ଏନଏସିରେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି

The Sakala Picture
Published On

ଭୁବନେଶ୍ୱର : ରାଜ୍ୟର ୨୨ଟି ପୌର ପରିଷଦ ଓ ଏନଏସିରେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି। ଗୁରବାର ଏନେଇ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ୍‌‌ ପ୍ରଶାନ୍ତ କୁମାର ନାୟକଙ୍କୁ ଅନୁଗୁଳ ମୁନିସପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଓଏଏସ୍‌‌ ଜୟଶ୍ରୀ ବେଉରାଙ୍କୁ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ବଦଳି ହୋଇଛି। ସେହିପରି ଓଏଏସ୍‌‌ ସୋନା ଟୁଡୁଙ୍କୁ କଟକ ମହାନଗର ନିଗମର […]

ଭୁବନେଶ୍ୱର : ରାଜ୍ୟର ୨୨ଟି ପୌର ପରିଷଦ ଓ ଏନଏସିରେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି। ଗୁରବାର ଏନେଇ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ୍‌‌ ପ୍ରଶାନ୍ତ କୁମାର ନାୟକଙ୍କୁ ଅନୁଗୁଳ ମୁନିସପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଓଏଏସ୍‌‌ ଜୟଶ୍ରୀ ବେଉରାଙ୍କୁ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ବଦଳି ହୋଇଛି। ସେହିପରି ଓଏଏସ୍‌‌ ସୋନା ଟୁଡୁଙ୍କୁ କଟକ ମହାନଗର ନିଗମର ଅତିରିକ୍ତ କମିଶନର, ଓଏଏସ୍‌‌ ସରୋଜିନୀ ପ୍ରସାଦ କୁଲୁଙ୍କୁ ସମ୍ୱଲପୁର ମହାନଗର ନିଗମର ଅତିରିକ୍ତ କମିଶନର, ଓଏଏସ୍‌‌ ରମେଶ ହାସଦାଙ୍କୁ ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ନୂଆ ନିଯୁକ୍ତି ମିଳିଛି। ଓଏଏସ ସୁନୀଲ କୁମାର କେର୍କଟାଙ୍କୁ ସମ୍ୱଲପୁର ମହାନଗର ନିଗମର ଅତିରିକ୍ତ କମିଶନର, ହରପ୍ରସାଦ ଭୋଇଙ୍କୁ ବରଗଡ଼ ମୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଲଜ୍ଜ୍ୟା, ନାବାଳିକାକୁ ଗଣଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା ଅଭିଯୋଗ

ସେହିପରି ମୟୂରଭଞ୍ଜ ଜିଲ୍ଲା ଜାମଦା ଅତିରିକ୍ତ ତହସିଲଦାର ବିକାଶ ମୁଣ୍ଡାରୀଙ୍କୁ ସୁନ୍ଦରଗଡ଼ ମୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଥିବା ବେଳେ ଅଶୋକ କୁମାର ବେହେରାଙ୍କୁ ବୌଦ୍ଧ ମୁନିସପାଲଟି, ପ୍ରମୋଦ କୁମାର ଖିଲୋଙ୍କୁ ଖରିଆର ଏନଏସି, ବିରଞ୍ଚି ଧରୁଆଙ୍କୁ ଦେବଗଡ଼ ମୁନିସପାଲଟି, ଲକ୍ଷ୍ମୀକାନ୍ତ ମଲ୍ଲିକଙ୍କୁ ତରଭା ଏନଏସି, ଜୟସେନ୍‌‌ ଧରୁଆଙ୍କୁ ଧର୍ମଗଡ଼ ଏନଏଏସି, ଜଗନ୍ନାଥ ବେହେରାଙ୍କୁ ଉଦଳା ଏନଏସି, ଦୁଃଶାସନ ସ୍ୱାଇଁଙ୍କୁ ଓଡଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଶ୍ୱେତପଦ୍ମା ଧଳଙ୍କୁ କୋଣାର୍କ ଏନଏସି, ଶୋଭନ କୁମାର ବେହେରାଙ୍କୁ ରେଢାଖୋଲ ଏନଏସି, ମଧୁସ୍ମିତା ସିଂହଙ୍କୁ ଯୋଡ଼ା ମୁନିସପାଲଟି, ମନୋରଞ୍ଜନ ପଣ୍ଡାଙ୍କୁ ସୋନପୁର ମୁନିସପାଲଟି, ଚିନ୍ମୟ ଆଚାର୍ଯ୍ୟଙ୍କୁ ତୁଷୁରା ଏନଏସି, ନିରଞ୍ଜନ କୁମାର ଧଳଙ୍କୁ ଭବାନୀପାଟଣା ମୁନିସପାଲଟି ଓ ଗିରିଜା ଶଙ୍କର ମଲ୍ଲିକଙ୍କୁ କଣ୍ଟାବାଞ୍ଜି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି।

ଆହୁରି ପଢ଼ନ୍ତୁ: ଯାଜପୁରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମା' ବିରଜାଙ୍କ ଦର୍ଶନ କରିବା ସହ ନାଭିଗୟାରେ ପିଣ୍ଡଦାନ କରିବେ ରାଷ୍ଟ୍ରପତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp