ମା’ ମଝିଘରିଆଣିଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଅଘଟଣ; ନାଗାବଳୀ ନଦୀରେ ଭାସିଗଲେ ବାପ -ପୁଅ

The Sakala Picture
Published On

ରାୟଗଡା : ରାୟଗଡା ନାଗାବଳୀ ନଦୀ ଝୁଲାପୋଲ ଓ ହାତୀପଥର ନିକଟରେ ଅଘଟଣ । ମା’ ମଝିଘରିଆଣିଙ୍କ ଦର୍ଶନ ସାରି ଫେରୁଥିବା ବେଳେ ନଦୀରେ ଭାସିଯାଇ ନିଖୋଜ ଅଛନ୍ତି ବାପା-ପୁଅ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଛି । ହେଲେ ସଂଧ୍ୟା ହୋଇଯିବାରୁ ଉଦ୍ଧାରକାର୍ଯ୍ଯକୁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ସକାଳୁ ପୁଣି ଉଦ୍ଧାର କାର୍ଯ୍ଯ ଜାରି ରହିବ । ସୂଚନା ଅନୁସାରେ, ପାରଳାଖେମୁଣ୍ଡି ସହରର କେ. ଶ୍ରୀନିବାସ ଓ ତାଙ୍କ […]

ରାୟଗଡା : ରାୟଗଡା ନାଗାବଳୀ ନଦୀ ଝୁଲାପୋଲ ଓ ହାତୀପଥର ନିକଟରେ ଅଘଟଣ । ମା’ ମଝିଘରିଆଣିଙ୍କ ଦର୍ଶନ ସାରି ଫେରୁଥିବା ବେଳେ ନଦୀରେ ଭାସିଯାଇ ନିଖୋଜ ଅଛନ୍ତି ବାପା-ପୁଅ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଛି । ହେଲେ ସଂଧ୍ୟା ହୋଇଯିବାରୁ ଉଦ୍ଧାରକାର୍ଯ୍ଯକୁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ସକାଳୁ ପୁଣି ଉଦ୍ଧାର କାର୍ଯ୍ଯ ଜାରି ରହିବ ।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

ସୂଚନା ଅନୁସାରେ, ପାରଳାଖେମୁଣ୍ଡି ସହରର କେ. ଶ୍ରୀନିବାସ ଓ ତାଙ୍କ ପୁଅ କେ. ଜୀତେନ୍ଦ୍ର ରାୟଗଡ଼ାର ମା’ ମଝିଘରିଆଣିଙ୍କ ଦର୍ଶନ ପାଇଁ ଆସିଥିଲେ । ଦର୍ଶନ ସାରି ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲକୁ ଯାଇଥିଲେ । ଏହାପରେ ଝୁଲାପୋଲ ଓ ହାତୀପଥର ମଧ୍ୟଭାଗରେ ନଦୀ କୂଳକୁ ଓହ୍ଲାଇ ଥିଲେ । ହେଲେ ପଥରରେ ଶିଉଳି ଥିବାରୁ କେ. ଶ୍ରୀନିବାସଙ୍କ ଗୋଡ ଖସି ଯାଇଥିଲା । ଫଳରେ ପାଣିର ସୁଅରେ ସେ ଭାସି ଯାଇଥିଲେ । ବାପା ଶ୍ରୀନିବାସଙ୍କୁ ଉଦ୍ଧାର କରିବା ପାଇଁ ପୁଅ ଜୀତେନ୍ଦ୍ର ମଧ୍ୟ ପାଣି ଭିତରକୁ ଡେଇଁ ପଡିଥିଲେ । ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ପର୍ଯ୍ଯଟକ । ହେଲେ ବାପା-ପୁଅଙ୍କ କୌଣସି ପତ୍ତା ମିଳିନି ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

17 Oct 2021 By The Sakala

ମା’ ମଝିଘରିଆଣିଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଅଘଟଣ; ନାଗାବଳୀ ନଦୀରେ ଭାସିଗଲେ ବାପ -ପୁଅ

ରାୟଗଡା : ରାୟଗଡା ନାଗାବଳୀ ନଦୀ ଝୁଲାପୋଲ ଓ ହାତୀପଥର ନିକଟରେ ଅଘଟଣ । ମା’ ମଝିଘରିଆଣିଙ୍କ ଦର୍ଶନ ସାରି ଫେରୁଥିବା ବେଳେ ନଦୀରେ ଭାସିଯାଇ ନିଖୋଜ ଅଛନ୍ତି ବାପା-ପୁଅ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଛି । ହେଲେ ସଂଧ୍ୟା ହୋଇଯିବାରୁ ଉଦ୍ଧାରକାର୍ଯ୍ଯକୁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ସକାଳୁ ପୁଣି ଉଦ୍ଧାର କାର୍ଯ୍ଯ ଜାରି ରହିବ ।

ସୂଚନା ଅନୁସାରେ, ପାରଳାଖେମୁଣ୍ଡି ସହରର କେ. ଶ୍ରୀନିବାସ ଓ ତାଙ୍କ ପୁଅ କେ. ଜୀତେନ୍ଦ୍ର ରାୟଗଡ଼ାର ମା’ ମଝିଘରିଆଣିଙ୍କ ଦର୍ଶନ ପାଇଁ ଆସିଥିଲେ । ଦର୍ଶନ ସାରି ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲକୁ ଯାଇଥିଲେ । ଏହାପରେ ଝୁଲାପୋଲ ଓ ହାତୀପଥର ମଧ୍ୟଭାଗରେ ନଦୀ କୂଳକୁ ଓହ୍ଲାଇ ଥିଲେ । ହେଲେ ପଥରରେ ଶିଉଳି ଥିବାରୁ କେ. ଶ୍ରୀନିବାସଙ୍କ ଗୋଡ ଖସି ଯାଇଥିଲା । ଫଳରେ ପାଣିର ସୁଅରେ ସେ ଭାସି ଯାଇଥିଲେ । ବାପା ଶ୍ରୀନିବାସଙ୍କୁ ଉଦ୍ଧାର କରିବା ପାଇଁ ପୁଅ ଜୀତେନ୍ଦ୍ର ମଧ୍ୟ ପାଣି ଭିତରକୁ ଡେଇଁ ପଡିଥିଲେ । ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ପର୍ଯ୍ଯଟକ । ହେଲେ ବାପା-ପୁଅଙ୍କ କୌଣସି ପତ୍ତା ମିଳିନି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର