ନାବାଳିକା ଛାତ୍ରୀଙ୍କୁ ସ୍କୁଲ ପିଅନ ଦୁଷ୍କର୍ମ କରିଥିବା ଅଭିଯୋଗକୁ କେନ୍ଦ୍ର କରି ତୁମୂଳକାଣ୍ଡ; ପୁଲିସ ଜିପ୍‌ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

The Sakala Picture
Published On

ରାୟଗଡା/ଟିକିରି: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଡଙ୍ଗାସିଲ ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିଦ୍ୟାଳୟରେ ନିୟୋଜିତ ଜଣେ ପିଅନ ସଇତାନ ପାଲଟି ଉକ୍ତ ବିଦ୍ୟାଳୟରେ ଅଧ୍ୟନରତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଛାତ୍ରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯଇଥିବା ସ୍ଥଳେ ଅଭିଯୁକ୍ତକୁ ସ୍ଥାନୀୟ ଲୋକେ ଏବଂ ଶିକ୍ଷକ ମାନେ ବିଦ୍ୟାଳୟ ଭିତରେ ଅଟକ ରଖିଥିବା ଜଣାପଡିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି […]

ରାୟଗଡା/ଟିକିରି: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଡଙ୍ଗାସିଲ ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିଦ୍ୟାଳୟରେ ନିୟୋଜିତ ଜଣେ ପିଅନ ସଇତାନ ପାଲଟି ଉକ୍ତ ବିଦ୍ୟାଳୟରେ ଅଧ୍ୟନରତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଛାତ୍ରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯଇଥିବା ସ୍ଥଳେ ଅଭିଯୁକ୍ତକୁ ସ୍ଥାନୀୟ ଲୋକେ ଏବଂ ଶିକ୍ଷକ ମାନେ ବିଦ୍ୟାଳୟ ଭିତରେ ଅଟକ ରଖିଥିବା ଜଣାପଡିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି । ଉତ୍ତ୍ୟକ୍ତ ଲୋକମାନେ ପୁଲିସ ଜିପ୍‌କୁ ନିଆଁ ଲଗାଇ ଦେଇଥିବାବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ ମୃଦୁ ଲାଠିଚାଳନା କରାଯାଇଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ବାର୍ଷିକ ରିଭିଜନରେ ଓଡ଼ିଶାର ୧୦ ଲକ୍ଷ ଭୋଟରଙ୍କ ନାମ ବାଦ୍‌; ନିର୍ବାଚନ କମିସନଙ୍କ କାର୍ଯ୍ୟକୁ ନେଇ ବିଜେଡିର ସନ୍ଦେହ

ସୂଚନା ମୁତାବକ, ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅଞ୍ଚଳର ଏକ ଶିକ୍ଷାନୁଷ୍ଠାନରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶିକ୍ଷାନୁଷ୍ଠାନରେ ଅଧ୍ୟନରତ ଜଣେ ନାବାଳିକା ଆଜି ଅପରାହ୍ନରେ ସ୍କୁଲ ଖେଳ ପଡିଆରେ ଖେଳୁଥିଲେ। ସେହି ସମୟରେ ଅଭିଯୁକ୍ତ ଛାତ୍ରୀଙ୍କୁ ଡାକି ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଛାତ୍ରୀଙ୍କୁ ଉଦ୍ଧାର କରି ଶିକ୍ଷକ ନାବାଳିକାଙ୍କୁ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଏଠାରେ ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ରାୟଗଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳକୁ ଉନ୍ନତ ଚିକିତ୍ସା ପାଇଁ ପଠାଯାଇଛି। ଅଭିଯୁକ୍ତ ଜଣକ ହେଲେ ଉକ୍ତ ସ୍କୁଲର ପିଅନ ଶିବପ୍ରସାଦ ମିଶ୍ର। ଘଟଣା ପ୍ରଘଟ ହେବା ପରେ ଗାଁ ଲୋକଙ୍କ ଦ୍ୱାରା ବିଦ୍ୟାଳୟ ସମ୍ମୁଖରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଏସଡିପିଓ ଓ ପୁଲିସ ସୁରକ୍ଷାକର୍ମୀ ପହଞ୍ଚି ଅଭିଯୁକ୍ତକୁ ଉଠାଇ ନେଇ ତଦନ୍ତ ଚଳାଇଛନ୍ତି।

ଆହୁରି ପଢ଼ନ୍ତୁ: ଟାଇଁ ଟାଇଁ ଖରାରେ ହନ୍ତସନ୍ତ ରାଜଧାନୀବାସୀ, ଅପରାହ୍ନ ୨ଟା ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା

23 Sep 2023 By The Sakala

ନାବାଳିକା ଛାତ୍ରୀଙ୍କୁ ସ୍କୁଲ ପିଅନ ଦୁଷ୍କର୍ମ କରିଥିବା ଅଭିଯୋଗକୁ କେନ୍ଦ୍ର କରି ତୁମୂଳକାଣ୍ଡ; ପୁଲିସ ଜିପ୍‌ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ରାୟଗଡା/ଟିକିରି: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଡଙ୍ଗାସିଲ ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିଦ୍ୟାଳୟରେ ନିୟୋଜିତ ଜଣେ ପିଅନ ସଇତାନ ପାଲଟି ଉକ୍ତ ବିଦ୍ୟାଳୟରେ ଅଧ୍ୟନରତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଛାତ୍ରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯଇଥିବା ସ୍ଥଳେ ଅଭିଯୁକ୍ତକୁ ସ୍ଥାନୀୟ ଲୋକେ ଏବଂ ଶିକ୍ଷକ ମାନେ ବିଦ୍ୟାଳୟ ଭିତରେ ଅଟକ ରଖିଥିବା ଜଣାପଡିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି । ଉତ୍ତ୍ୟକ୍ତ ଲୋକମାନେ ପୁଲିସ ଜିପ୍‌କୁ ନିଆଁ ଲଗାଇ ଦେଇଥିବାବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ ମୃଦୁ ଲାଠିଚାଳନା କରାଯାଇଥିବା ଜଣାପଡିଛି ।

ସୂଚନା ମୁତାବକ, ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅଞ୍ଚଳର ଏକ ଶିକ୍ଷାନୁଷ୍ଠାନରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶିକ୍ଷାନୁଷ୍ଠାନରେ ଅଧ୍ୟନରତ ଜଣେ ନାବାଳିକା ଆଜି ଅପରାହ୍ନରେ ସ୍କୁଲ ଖେଳ ପଡିଆରେ ଖେଳୁଥିଲେ। ସେହି ସମୟରେ ଅଭିଯୁକ୍ତ ଛାତ୍ରୀଙ୍କୁ ଡାକି ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଛାତ୍ରୀଙ୍କୁ ଉଦ୍ଧାର କରି ଶିକ୍ଷକ ନାବାଳିକାଙ୍କୁ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଏଠାରେ ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ରାୟଗଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳକୁ ଉନ୍ନତ ଚିକିତ୍ସା ପାଇଁ ପଠାଯାଇଛି। ଅଭିଯୁକ୍ତ ଜଣକ ହେଲେ ଉକ୍ତ ସ୍କୁଲର ପିଅନ ଶିବପ୍ରସାଦ ମିଶ୍ର। ଘଟଣା ପ୍ରଘଟ ହେବା ପରେ ଗାଁ ଲୋକଙ୍କ ଦ୍ୱାରା ବିଦ୍ୟାଳୟ ସମ୍ମୁଖରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଏସଡିପିଓ ଓ ପୁଲିସ ସୁରକ୍ଷାକର୍ମୀ ପହଞ୍ଚି ଅଭିଯୁକ୍ତକୁ ଉଠାଇ ନେଇ ତଦନ୍ତ ଚଳାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର