ତେଲୁଗୁ ଫିଲ୍ମ ‘ପୁଷ୍ପା’ରେ ପୁଲିସ ଇନିସପେକ୍ଟର ଗୋବିନ୍ଦାପ୍ପା ଭୂମିକାରେ ବରଗଡ଼ର ରାମକ୍ରିଷ୍ଣା

The Sakala Picture
Published On

ବରଗଡ : ସୁପରହିଟ୍‌ ତେଲୁଗୁ ଫିଲ୍ମ ‘ପୁଷ୍ପା’ରେ ଓଡ଼ିଆ ପୁଅ ରାମକ୍ରିଷ୍ଣା। ସର୍ବଭାରତୀୟ ସ୍ତରରେ ରେକର୍ଡ ଆୟ ସହ  ବକ୍ସ ଅଫିସରେ ବେଶ ଚର୍ଚ୍ଚାରେ ରହିଥିବା ଏହି ବ୍ଲକବ୍ଲଷ୍ଟର ଫିଲ୍ମରେ ଓଡ଼ିଶାର ବରଗଡ଼ ମାଟିର ପୁଅ ଏମ ରାମକ୍ରିଷ୍ଣା ଓରଫ ଶତ୍ରୁଙ୍କ ଅଭିନୟ ଦେଖିବାକୁ ମିଳିଛି। ମାତ୍ର ୨୬ ଦିନରେ ୩୨୫ କୋଟି ଟଙ୍କାର ବ୍ୟବସାୟ କରି ହିଟ୍‌ ସାବ୍ୟସ୍ତ ଫିଲ୍ମ ‘ପୁଷ୍ପା’ରେ ପୁଲିସ୍‌ ଇନ୍ସପେକ୍ଟର ଗୋବିନ୍ଦାପ୍ପା ଭୂମିକାରେ ଅଭିନୟ କରିଛନ୍ତି ବରଗଡ଼ ମାଟିର ପୁଅ ଏମ୍‌.ରାମକ୍ରିଷ୍ଣା […]

ବରଗଡ : ସୁପରହିଟ୍‌ ତେଲୁଗୁ ଫିଲ୍ମ ‘ପୁଷ୍ପା’ରେ ଓଡ଼ିଆ ପୁଅ ରାମକ୍ରିଷ୍ଣା। ସର୍ବଭାରତୀୟ ସ୍ତରରେ ରେକର୍ଡ ଆୟ ସହ  ବକ୍ସ ଅଫିସରେ ବେଶ ଚର୍ଚ୍ଚାରେ ରହିଥିବା ଏହି ବ୍ଲକବ୍ଲଷ୍ଟର ଫିଲ୍ମରେ ଓଡ଼ିଶାର ବରଗଡ଼ ମାଟିର ପୁଅ ଏମ ରାମକ୍ରିଷ୍ଣା ଓରଫ ଶତ୍ରୁଙ୍କ ଅଭିନୟ ଦେଖିବାକୁ ମିଳିଛି। ମାତ୍ର ୨୬ ଦିନରେ ୩୨୫ କୋଟି ଟଙ୍କାର ବ୍ୟବସାୟ କରି ହିଟ୍‌ ସାବ୍ୟସ୍ତ ଫିଲ୍ମ ‘ପୁଷ୍ପା’ରେ ପୁଲିସ୍‌ ଇନ୍ସପେକ୍ଟର ଗୋବିନ୍ଦାପ୍ପା ଭୂମିକାରେ ଅଭିନୟ କରିଛନ୍ତି ବରଗଡ଼ ମାଟିର ପୁଅ ଏମ୍‌.ରାମକ୍ରିଷ୍ଣା ।

ଆହୁରି ପଢ଼ନ୍ତୁ: ଶ୍ମଶାନକୁ ଯିବା ପାଇଁ ନାହିଁ ରାସ୍ତା, ଶବ ସତ୍କାର କରିବାକୁ ଉଛୁଳା ନଈ ପାର୍ ହେଉଛନ୍ତି ସମ୍ପର୍କୀୟ

ଏହି ଫିଲ୍ମରେ ତାଙ୍କର ଉଚ୍ଚକୋଟୀର ଅଭିନୟ ଲାଗି ବିଭିନ୍ନ ସ୍ତରରୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ବରଗଡ଼ବାସୀଙ୍କୁ ଉତ୍ସାହିତ କରିଛି । ଶତ୍ରୁ ଫିଲ୍ମରେ ପୁଲିସ ଇନିସପେକ୍ଟର ଗୋବିନ୍ଦାପ୍ପା ଭୂମିକାରେ ଅଭିନୟ କରିଛନ୍ତି ।ବରଗଡ଼ ସଦର ବ୍ଲକ ସର୍ଲା ଗାଁର ଚାଷୀ ପରିବାରରେ ଶତ୍ରୁ ଜନ୍ମ ଗ୍ରହଣ କରିଥିଲେ। ସ୍ୱର୍ଗତ ଏମ୍‌.ସତ୍ୟନାରାୟଣ ଓ ମା’ ସରୋଜିନୀ ଦେବୀଙ୍କ କନିଷ୍ଠ ସୁପୁତ୍ର ଶତ୍ରୁ। ପିତାଙ୍କୁ ଚାଷ କାମରେ ସାହାଯ୍ୟ କରିବା ସହ ଗୋଡ଼ଭଗା କୋଶଲ ସ୍କୁଲରେ ପାଠ ପଢ଼ିଥିଲେ। କୋଶଲ ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇ ଶତ୍ରୁ ରେଭେନ୍ସା କଲେଜରୁ ମାଇକ୍ରୋ ବାୟୋଲୋଜିରେ ସ୍ନାତକ କରିଥିଲେ।

ଆହୁରି ପଢ଼ନ୍ତୁ: ଏକାମ୍ର ରେସିଡେନ୍ସି ପ୍ରକଳ୍ପରେ ୪୯୬ଟି ଫ୍ଲାଟ୍ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ କଲା ବିଡିଏ

ଏହାପରେ ସିନେମା ଅଭିଳାଷ ନେଇ ୧୦ ବର୍ଷ ତଳେ ହାଇଦ୍ରାବାଦ ଚାଲିଯାଇଥିଲେ । ଛୋଟ ଛୋଟ ଚରିତ୍ରରୁ କ୍ୟାରିୟର ଆରମ୍ଭ କରିଥିବା ଶତୃ ପରେ ତେଲୁଗୁ ସିନେମାରେ କାମ କରିବା ଆରମ୍ଭ କରିଦେଲେ। ରାମକ୍ରିଷ୍ଣା ତେଲୁଗୁ ଫିଲ୍ମ ‘ବାହୁବଳୀ-୨’, ‘ଲିଜେଣ୍ଡ’, ‘ଡିଜେ’, ‘ରଙ୍ଗସ୍ତାଲାମ’, ‘ଅଗାଡ଼ୁ’, ‘ଗୋଦଲାକୁଣ୍ଡା ଗଣେଶ’, ‘ବାଲ୍ମିକୀ’, ‘କଡ଼ାଇ କୁଟ୍ଟୀ’, ‘ସିଂହମ୍‌’ ପରି ଅନେକ ସିନେମାରେ ଅଭିନୟ କରିଛନ୍ତି । ଏହି ସମୟରେ ଅନ୍ୟତମ୍‌ ସୁପର୍‌ହିଟ୍‌ ସିନେମା ‘ବାହୁବଳୀ-୨’ରେ ପିଣ୍ଡାରା ଭୂମିକା ତାଙ୍କୁ ଷ୍ଟାର୍‌ ବନେଇ ଦେଇଥିଲା।ଏହାପରେ ଗୋଟିଏ ପରେ ଗୋଟିଏ ସିନେମା ତାଙ୍କୁ ସଫଳତାର ସହ କାମ କରିଚାଲିଲେ ଏମ୍‌.ରାମକ୍ରିଷ୍ଣା । ଏବେ ‘ପୁଷ୍ପା’ର ପୁଲିସ୍‌ ଇନ୍ସପେକ୍ଟର ଗୋବିନ୍ଦାପ୍ପା ଭୂମିକା ତାଙ୍କୁ ପୁଣି ଥରେ ଚର୍ଚ୍ଚାକୁ ଟାଣି ଆଣିଛି ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୩କୁ ଘୁଞ୍ଚିଲା ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର