ଭିଜିଲାନ୍ସ ଜାଲରେ ରାଜକନିକା ବିଇଓ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ

The Sakala Picture
Published On

ଭୁବନେଶ୍ଵର: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ମହମ୍ମଦ ଫିରୋଜ ଖାନ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଆକାଉଣ୍ଟାଣ୍ଟ ଫିରୋଜ ଖାନଙ୍କୁ ଧରିଛି ଭିଜିଲାନ୍ସ। ସ୍କୁଲ ୟୁନିଫର୍ମ ପାଇଁ ସ୍ଵୟଂ ସହାୟକ ଗୋଷ୍ଠୀଠାରୁ ଲାଞ୍ଚ ନେଉଥିଲେ ଫିରୋଜ। ଖବର ଅନୁଯାୟୀ ସେ ଜଣେ ଅଭିଯୋଗକାରୀଙ୍କଠାରୁ ୧.୯୩ ଲକ୍ଷ ଟଙ୍କାର ବିଲ୍ ପାସ୍ କରିବା ବଦଳରେ ଏବଂ ସରକାରଙ୍କ ନିୟମ ଓ ସର୍ତ୍ତାବଳୀ ଅନୁଯାୟୀ ରାଜକନିକା ବ୍ଲକର ସ୍କୁଲଗୁଡ଼ିକୁ […]

ଭୁବନେଶ୍ଵର: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ମହମ୍ମଦ ଫିରୋଜ ଖାନ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଆକାଉଣ୍ଟାଣ୍ଟ ଫିରୋଜ ଖାନଙ୍କୁ ଧରିଛି ଭିଜିଲାନ୍ସ। ସ୍କୁଲ ୟୁନିଫର୍ମ ପାଇଁ ସ୍ଵୟଂ ସହାୟକ ଗୋଷ୍ଠୀଠାରୁ ଲାଞ୍ଚ ନେଉଥିଲେ ଫିରୋଜ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ଖବର ଅନୁଯାୟୀ ସେ ଜଣେ ଅଭିଯୋଗକାରୀଙ୍କଠାରୁ ୧.୯୩ ଲକ୍ଷ ଟଙ୍କାର ବିଲ୍ ପାସ୍ କରିବା ବଦଳରେ ଏବଂ ସରକାରଙ୍କ ନିୟମ ଓ ସର୍ତ୍ତାବଳୀ ଅନୁଯାୟୀ ରାଜକନିକା ବ୍ଲକର ସ୍କୁଲଗୁଡ଼ିକୁ ୟୁନିଫର୍ମ ଯୋଗାଇଥିବା ଏକ ସ୍ୱୟଂ ସହାୟକ ଗୋଷ୍ଠୀର ବାକି ରାଶି ପ୍ରଦାନ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଆକାଉଣ୍ଟାଣ୍ଟ ଫିରୋଜ ଖାନ ରେଡ ହ୍ୟାଣ୍ଡ ଧରାପଡିଛନ୍ତି।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର