ରାଜକନିକାରେ ଟାଟା ପାୱାରର ମନମାନି : ଦୈନିକ ୫ ରୁ ୬ ଘଣ୍ଟା ବିଜୁଳିକାଟ୍‌, ଉପଭୋକ୍ତାଙ୍କୁ ବିଲ ଆଳରେ ମାତ୍ରାଧିକ ଶୋଷଣ

The Sakala Picture
Published On

ରାଜକନିକା : ରାଜ୍ୟ ସରକାରଙ୍କ ବଦଳୁଥିବା ଆଭିମୁଖ୍ୟରେ ବିଜୁଳି ଆବଂଟନକୁ ବିଭିନ୍ନ କଂପାନୀ ହାତରେ ଦିଆଯିବା ପରେ ଦିନକୁ ଦିନ ବିଜୁଳି ବଂଟନ ଦାୟିତ୍ୱରେ ରହୁଥିବା କଂପାନୀର ମନମାନୀ ଓ ଶୋଷଣ ଏବେ ଉଗ୍ରରୂପ ନେବାରେ ଲାଗିଛି । ପ୍ରାୟ ବର୍ଷେ ହେବ ରାଜକନିକା ବିଜୁଳି ସେକସନକୁ ଟାଟା ପାଓାର ନେବା ପରଠୁ ସାରା କନିକାରେ ବିଜୁଳିକୁ ନେଇ ଅକଥନୀୟ ଦୁର୍ଦ୍ଦଶା ଓ ଶୋଷଣରେ ଉପଭୋକ୍ତା ତ୍ରାହି ତ୍ରାହି ଡାକ ଛାଡିଲେଣି । ସ୍ଥିତି ଏମିତି ହୋଇଛି […]

ରାଜକନିକା : ରାଜ୍ୟ ସରକାରଙ୍କ ବଦଳୁଥିବା ଆଭିମୁଖ୍ୟରେ ବିଜୁଳି ଆବଂଟନକୁ ବିଭିନ୍ନ କଂପାନୀ ହାତରେ ଦିଆଯିବା ପରେ ଦିନକୁ ଦିନ ବିଜୁଳି ବଂଟନ ଦାୟିତ୍ୱରେ ରହୁଥିବା କଂପାନୀର ମନମାନୀ ଓ ଶୋଷଣ ଏବେ ଉଗ୍ରରୂପ ନେବାରେ ଲାଗିଛି । ପ୍ରାୟ ବର୍ଷେ ହେବ ରାଜକନିକା ବିଜୁଳି ସେକସନକୁ ଟାଟା ପାଓାର ନେବା ପରଠୁ ସାରା କନିକାରେ ବିଜୁଳିକୁ ନେଇ ଅକଥନୀୟ ଦୁର୍ଦ୍ଦଶା ଓ ଶୋଷଣରେ ଉପଭୋକ୍ତା ତ୍ରାହି ତ୍ରାହି ଡାକ ଛାଡିଲେଣି । ସ୍ଥିତି ଏମିତି ହୋଇଛି ଯେ ରାଜକନିକା ଭଳି ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ପାୱାରର ବିଜୁଳି ଯୋଗାଇବାକୁ ଓଳାଭର ଠାରେ ଗ୍ରୀଡ ସ୍ଥାପନ,ନହୁଲିଆରେ ଷ୍ଟ୍ରକଚର ନିର୍ମାଣ ସହ ମୁଖ୍ୟ ସରବରାହ ରାଜକନିକା ସେକସନରେ ଉନ୍ନତିକରଣ ପରେ ବି ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ହୋଇନାହିଁ ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତିର ଶୁଭ ମୁହୂର୍ତ୍ତକୁ ନେଇ କେଁ; ତିଥି ଓ ବାରକୁ ନେଇ ଆପତ୍ତି ଉଠାଇଲେ ଜ୍ୟୋତିର୍ବିଦ୍‌

ଗଛରେ ପତ୍ର ହଲିଲେ କିମ୍ବା ଆକାଶରେ ବିଜୁଳି ଦେଖିବା ମାତ୍ରକେ ସାରା କନିକାକୁ ଅନ୍ଧାର କରିଦେଉଛି ଟାଟା ପାୱାର। ଆଉ ଥରେ ବିଜୁଳି ଗଲେ ଆସିବାକୁ ବି ୩ ରୁ ୪ ଘଣ୍ଟା ସମୟ ନେଉଛି। କେବଳ ସେତିକି ନୁହେଁ ପୂର୍ବରୁ ଘୋଷଣା ନ କରି ପ୍ରତିଦିନ ରାଜକନିକା ଅଞ୍ଚଳରେ ୫ ରୁ ୬ ଘଣ୍ଟା ବିଜୁଳି କଟାଯାଉଛି। ଅଘୋଷିତ ବିଦ୍ୟୁତ କାଟ୍‌ ନେଇ ବିଭାଗୀୟ ଅଧିକାରୀଙ୍କୁ କଲ୍‌ କେଲ ଖୁଣ୍ଟ ଓ ତାର ପରିବର୍ତ୍ତନ କିମ୍ବା ମରାମତି ହେଉଛି କହି ସଫେଇ ଦେଉଛନ୍ତି। ମରାମତି ନାଁରେ ପ୍ରାୟ ପ୍ରତିଦିନ ଘଣ୍ଟା ଘଣ୍ଟା ବିଜୁଳିକାଟ ହେବା ଫଳରେ ବିଜୁଳି ଅଭ୍ୟସ୍ତ ସମସ୍ତ ସେବା ମଧ୍ୟ ପ୍ରତିହତ ହେବାରେ ଲାଗିଛି । ରାଜକନିକା ବିଜୁଳି ସେକସନର ଓଳାଭର,ଭାରିଗଦା,ଓସ୍ତିଆ ଏବଂ ଗିରୀୟା ଫିଡର ଅଧିନରେ ଥିବା ତମାମ ବ୍ଲକରେ ପ୍ରତିଦିନ ବିଜୁଳିକାଟ ସମସ୍ୟା ଥମିବାର ନାଁ ଧରୁନି ।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

କଂପାନୀ ପରେ କଂପାନୀ ପରିବର୍ତନ କରାଯାଉ ଥିଲେ ମଧ୍ୟ ରାଜକନିକାକୁ ବିଜୁଳି ସଂଯୋଗ କରାଯିବା ଦିନଠୁ ପ୍ରାୟ ୫୦ ବର୍ଷ ଧରି ରହିଥିବା କେତେକ ଖୁଣ୍ଟ ଓ ତାରକୁ ଏବେ ବି ବ୍ୟବହାର କରାଯାଉ ଥିବା ନଜରକୁ ଆସିଛି । ବିଜୁ ଜ୍ୟୋତି,ରାଜୀବଜ୍ୟୋତି ପରେ ଗ୍ରାମଜ୍ୟୋତି ଯୋଜନା ହେଉ କି ସୌଭାଗ୍ୟ ଯୋଜନା ସହ ପିଠା ଯୋଜନାର ମାଗଣା ବିଜୁଳି ସେବା ଭଳି କାନକୁ ଶୁଭୁଥିବା ବହୁ ଜନକଲ୍ୟାଣ ଯୋଜନା ପ୍ରଣୟନ ପରେ ବି ରାଜକନିକା ବ୍ଲକର ୨୯ ପଂଚାୟତର ସମସ୍ତ ଉପଭୋକ୍ତାଙ୍କୁ ଏଯାଏ ବିଜୁଳି ଯୋଗାଣ ମଧ୍ୟ ସମ୍ଭବ ହୋଇ ପାରିନାହିଁ । ପୁନଶ୍ଚ ଏହି ସପ୍ତାହରେ ଆଉ ଏକ ନୂଆ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ରାଜକନିକା ଓ ଓଳାଭର ସେକନର ଜୁନିଅର ମ୍ୟାନେଜର(ଜେଏମ) ସମସ୍ତ ଲାଇନମ୍ୟାନଙ୍କୁ ସରପଂଚଙ୍କ ସହ ଯୋଗାଯୋଗ କରି କନେକସନ ନେବାକୁ ଚାହୁଁଥିବା ଉପଭୋକ୍ତାଙ୍କ ତାଲିକା ଆଣିବାକୁ ମଧ୍ୟ ଭିତିରିଆ ଉଦ୍ୟମ କରାଯାଉଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଯେତେ ସବୁ ଯୋଜନା କରାଯାଉ ଥିଲେ ମଧ୍ୟ ବିଜୁଳି ସେବାକୁ ଶୃଙ୍ଖଳିତ କରା ନ ଯିବା,ବିଜୁଳି ବିଲରେ ମାତ୍ରାଧିକ ପରିମାଣର ଶୋଷଣ ଏବେ ଉପଭୋକ୍ତାଙ୍କୁ ଅଡୁଆରେ ପକାଇଛି । ବଢି ଚାଲିଥିବା ବିଜୁଳିବିଲକୁ ନେଇ ଦୈନିକ ରାଜକନିକା ଓ ଓଳାଭର ସେକସନରେ ପାଟିତୁଣ୍ଡ ଗାଁ ଗାଁରେ ଲାଇନମ୍ୟାନକୁ ଅଟକାଯିବା ଭଳି ଘଟଣାର କୌଣସି ବିଜୁଳି ଫଳପ୍ରଦ ସମାଧାନ ନ ହେବାରୁ ବିଜୁଳି ଅଭ୍ୟସ୍ତ ଜନଜୀବନ ଏବେ ଆତଙ୍କରେ ଦିନ କାଟୁଛି । ଯେଉଁ ଉପଭୋକ୍ତାମାନେ ୮ ମାସ ପୁର୍ବରୁ ସମାନ ୟୁନିଟର ବିଜୁଳି ବ୍ୟବହାର କରି ୩୦୦ ରୋ ୬୦୦ ଟଙ୍କା ମଧ୍ୟରେ ବିଲ ଦେଇଥିଲେ ,ସେହି ଉପଭୋକ୍ତା ଏବେ ସମାନ ଧରଣର ବିଜୁଳି ବୟବହାରରେ ଅହେତୁକ ଭାବରେ ୧୭ ଶହରୁ ୨୬ ଶହ ଟଙ୍କାର ବିଲ ପାଇ ଜଳକା ହୋଇ ଯାଉଛନ୍ତି । ରାଜକନିକାରେ ଗଠନ କରାଯାଇ ଥିବା ବିଜୁଳି ଉପଭୋକ୍ତା ମହାସଂଘ ଏଥିନେଇ ସ୍ଥାନୀୟ ଜେଏମଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ମଧ୍ୟ କୌଣସି ଫଳପ୍ରସୂ ନିର୍ୟ୍ୟାସ ବାହାରି ପାରି ନାହିଁ । ବିଜୁଳି ବିଲ ଆଦାୟରେ ବିଳମ୍ବ ହେଉ ବା ଅଧିକ ଓାଟ ର ବିଜୁଳି କାହିଁକି ସଂଯୋଗ କରିନାହଁ ଦର୍ଶାଯାଇ ତଥାକଥିତ ସ୍କ୍ୱାଡର ଚଢାଉ ମଧ୍ୟ ଆତଙ୍କ ସୃଷ୍ଟି କରିଛି । ବିନା ନୋଟିସରେ ଘରେ ଝିଅବୋହୁ ଥିବା ବେଳେ ଏହି ସବୁ ସ୍କ୍ୱାଡ ଘରେ ପଶି ହଠାତ ଜୁଲମ କରିବା ମନଇଚ୍ଛା ଫାଇନ ଧାର୍ଯ୍ୟ କରି ବ୍ରିଟିଶରାଜ ଚଳାଇଛି ।

ଟାଟା ପାୱାର ସହ ଅନୁବଂଧିତ ହୋଇ କୋଲକାତାର ଆରଆର ଡୁରା ନାମକ ସଂସ୍ଥା ମେଣ୍ଟେନାନ୍ସ ଦାୟିତ୍ୱରେ ଲାଇନମ୍ୟାନକୁ ସାହାଯ୍ୟ କରୁଥିବା ବେଳେ କର୍ତବ୍ୟ କନସୋଲେସନ ସଂସ୍ଥା ପକ୍ଷରୁ ମିଟର ରିଡିଂ ଓ ବିଲ ଆଦାୟ ପାଇଁ ନିୟୋଜିତ ରହିଥିଲେ ବି ସେମାନଙ୍କ ପାଖରେ ବିଲ ବଢିବା ସଂପର୍କରେ କୌଣସି ଉତ୍ତର ମଧ୍ୟ ନାହିଁ । ଦୀର୍ଘ ୧ ବର୍ଷ ହେବ ରାଜକନିକାର ବିଜୁଳି ଉପଭୋକ୍ତାଙ୍କୁ ଚୁନ ଲଗାଇ ଆବଂଟନ ସଂସ୍ଥା ଶୋଷଣ କରୁଥିବା ସଂପର୍କରେ ସ୍ଥାନୀୟ ଜେଏମଙ୍କୁ ପଚାରିବାରୁ ସେ ବି ସଠିକ ଉତ୍ତର ଦେଇ ନ ଥିଲେ । ଜିଲ୍ଲା ତମାମ ବିଜୁଳିର ବର୍ଦ୍ଧିତ ବିଲକୁ ନେଇ ସବୁଠି ଅସନ୍ତୋଷ ଦେଖା ଦେଇ ଥିବାରୁ ଜିଲ୍ଲା ପ୍ରଶାସନ ଉପଭୋକ୍ତାଙ୍କ ସୁରକ୍ଷା ପାଇଁ ଜରୁରୀ ବ୍ୟବସ୍ଥା ସହ ଦୃଢ ପଦକ୍ଷେପ ନେବାକୁ ଦାବୀ ହୋଇଛି ।

01 Oct 2021 By The Sakala

ରାଜକନିକାରେ ଟାଟା ପାୱାରର ମନମାନି : ଦୈନିକ ୫ ରୁ ୬ ଘଣ୍ଟା ବିଜୁଳିକାଟ୍‌, ଉପଭୋକ୍ତାଙ୍କୁ ବିଲ ଆଳରେ ମାତ୍ରାଧିକ ଶୋଷଣ

ରାଜକନିକା : ରାଜ୍ୟ ସରକାରଙ୍କ ବଦଳୁଥିବା ଆଭିମୁଖ୍ୟରେ ବିଜୁଳି ଆବଂଟନକୁ ବିଭିନ୍ନ କଂପାନୀ ହାତରେ ଦିଆଯିବା ପରେ ଦିନକୁ ଦିନ ବିଜୁଳି ବଂଟନ ଦାୟିତ୍ୱରେ ରହୁଥିବା କଂପାନୀର ମନମାନୀ ଓ ଶୋଷଣ ଏବେ ଉଗ୍ରରୂପ ନେବାରେ ଲାଗିଛି । ପ୍ରାୟ ବର୍ଷେ ହେବ ରାଜକନିକା ବିଜୁଳି ସେକସନକୁ ଟାଟା ପାଓାର ନେବା ପରଠୁ ସାରା କନିକାରେ ବିଜୁଳିକୁ ନେଇ ଅକଥନୀୟ ଦୁର୍ଦ୍ଦଶା ଓ ଶୋଷଣରେ ଉପଭୋକ୍ତା ତ୍ରାହି ତ୍ରାହି ଡାକ ଛାଡିଲେଣି । ସ୍ଥିତି ଏମିତି ହୋଇଛି ଯେ ରାଜକନିକା ଭଳି ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ପାୱାରର ବିଜୁଳି ଯୋଗାଇବାକୁ ଓଳାଭର ଠାରେ ଗ୍ରୀଡ ସ୍ଥାପନ,ନହୁଲିଆରେ ଷ୍ଟ୍ରକଚର ନିର୍ମାଣ ସହ ମୁଖ୍ୟ ସରବରାହ ରାଜକନିକା ସେକସନରେ ଉନ୍ନତିକରଣ ପରେ ବି ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ହୋଇନାହିଁ ।

ଗଛରେ ପତ୍ର ହଲିଲେ କିମ୍ବା ଆକାଶରେ ବିଜୁଳି ଦେଖିବା ମାତ୍ରକେ ସାରା କନିକାକୁ ଅନ୍ଧାର କରିଦେଉଛି ଟାଟା ପାୱାର। ଆଉ ଥରେ ବିଜୁଳି ଗଲେ ଆସିବାକୁ ବି ୩ ରୁ ୪ ଘଣ୍ଟା ସମୟ ନେଉଛି। କେବଳ ସେତିକି ନୁହେଁ ପୂର୍ବରୁ ଘୋଷଣା ନ କରି ପ୍ରତିଦିନ ରାଜକନିକା ଅଞ୍ଚଳରେ ୫ ରୁ ୬ ଘଣ୍ଟା ବିଜୁଳି କଟାଯାଉଛି। ଅଘୋଷିତ ବିଦ୍ୟୁତ କାଟ୍‌ ନେଇ ବିଭାଗୀୟ ଅଧିକାରୀଙ୍କୁ କଲ୍‌ କେଲ ଖୁଣ୍ଟ ଓ ତାର ପରିବର୍ତ୍ତନ କିମ୍ବା ମରାମତି ହେଉଛି କହି ସଫେଇ ଦେଉଛନ୍ତି। ମରାମତି ନାଁରେ ପ୍ରାୟ ପ୍ରତିଦିନ ଘଣ୍ଟା ଘଣ୍ଟା ବିଜୁଳିକାଟ ହେବା ଫଳରେ ବିଜୁଳି ଅଭ୍ୟସ୍ତ ସମସ୍ତ ସେବା ମଧ୍ୟ ପ୍ରତିହତ ହେବାରେ ଲାଗିଛି । ରାଜକନିକା ବିଜୁଳି ସେକସନର ଓଳାଭର,ଭାରିଗଦା,ଓସ୍ତିଆ ଏବଂ ଗିରୀୟା ଫିଡର ଅଧିନରେ ଥିବା ତମାମ ବ୍ଲକରେ ପ୍ରତିଦିନ ବିଜୁଳିକାଟ ସମସ୍ୟା ଥମିବାର ନାଁ ଧରୁନି ।

କଂପାନୀ ପରେ କଂପାନୀ ପରିବର୍ତନ କରାଯାଉ ଥିଲେ ମଧ୍ୟ ରାଜକନିକାକୁ ବିଜୁଳି ସଂଯୋଗ କରାଯିବା ଦିନଠୁ ପ୍ରାୟ ୫୦ ବର୍ଷ ଧରି ରହିଥିବା କେତେକ ଖୁଣ୍ଟ ଓ ତାରକୁ ଏବେ ବି ବ୍ୟବହାର କରାଯାଉ ଥିବା ନଜରକୁ ଆସିଛି । ବିଜୁ ଜ୍ୟୋତି,ରାଜୀବଜ୍ୟୋତି ପରେ ଗ୍ରାମଜ୍ୟୋତି ଯୋଜନା ହେଉ କି ସୌଭାଗ୍ୟ ଯୋଜନା ସହ ପିଠା ଯୋଜନାର ମାଗଣା ବିଜୁଳି ସେବା ଭଳି କାନକୁ ଶୁଭୁଥିବା ବହୁ ଜନକଲ୍ୟାଣ ଯୋଜନା ପ୍ରଣୟନ ପରେ ବି ରାଜକନିକା ବ୍ଲକର ୨୯ ପଂଚାୟତର ସମସ୍ତ ଉପଭୋକ୍ତାଙ୍କୁ ଏଯାଏ ବିଜୁଳି ଯୋଗାଣ ମଧ୍ୟ ସମ୍ଭବ ହୋଇ ପାରିନାହିଁ । ପୁନଶ୍ଚ ଏହି ସପ୍ତାହରେ ଆଉ ଏକ ନୂଆ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ରାଜକନିକା ଓ ଓଳାଭର ସେକନର ଜୁନିଅର ମ୍ୟାନେଜର(ଜେଏମ) ସମସ୍ତ ଲାଇନମ୍ୟାନଙ୍କୁ ସରପଂଚଙ୍କ ସହ ଯୋଗାଯୋଗ କରି କନେକସନ ନେବାକୁ ଚାହୁଁଥିବା ଉପଭୋକ୍ତାଙ୍କ ତାଲିକା ଆଣିବାକୁ ମଧ୍ୟ ଭିତିରିଆ ଉଦ୍ୟମ କରାଯାଉଛି ।

ଯେତେ ସବୁ ଯୋଜନା କରାଯାଉ ଥିଲେ ମଧ୍ୟ ବିଜୁଳି ସେବାକୁ ଶୃଙ୍ଖଳିତ କରା ନ ଯିବା,ବିଜୁଳି ବିଲରେ ମାତ୍ରାଧିକ ପରିମାଣର ଶୋଷଣ ଏବେ ଉପଭୋକ୍ତାଙ୍କୁ ଅଡୁଆରେ ପକାଇଛି । ବଢି ଚାଲିଥିବା ବିଜୁଳିବିଲକୁ ନେଇ ଦୈନିକ ରାଜକନିକା ଓ ଓଳାଭର ସେକସନରେ ପାଟିତୁଣ୍ଡ ଗାଁ ଗାଁରେ ଲାଇନମ୍ୟାନକୁ ଅଟକାଯିବା ଭଳି ଘଟଣାର କୌଣସି ବିଜୁଳି ଫଳପ୍ରଦ ସମାଧାନ ନ ହେବାରୁ ବିଜୁଳି ଅଭ୍ୟସ୍ତ ଜନଜୀବନ ଏବେ ଆତଙ୍କରେ ଦିନ କାଟୁଛି । ଯେଉଁ ଉପଭୋକ୍ତାମାନେ ୮ ମାସ ପୁର୍ବରୁ ସମାନ ୟୁନିଟର ବିଜୁଳି ବ୍ୟବହାର କରି ୩୦୦ ରୋ ୬୦୦ ଟଙ୍କା ମଧ୍ୟରେ ବିଲ ଦେଇଥିଲେ ,ସେହି ଉପଭୋକ୍ତା ଏବେ ସମାନ ଧରଣର ବିଜୁଳି ବୟବହାରରେ ଅହେତୁକ ଭାବରେ ୧୭ ଶହରୁ ୨୬ ଶହ ଟଙ୍କାର ବିଲ ପାଇ ଜଳକା ହୋଇ ଯାଉଛନ୍ତି । ରାଜକନିକାରେ ଗଠନ କରାଯାଇ ଥିବା ବିଜୁଳି ଉପଭୋକ୍ତା ମହାସଂଘ ଏଥିନେଇ ସ୍ଥାନୀୟ ଜେଏମଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ମଧ୍ୟ କୌଣସି ଫଳପ୍ରସୂ ନିର୍ୟ୍ୟାସ ବାହାରି ପାରି ନାହିଁ । ବିଜୁଳି ବିଲ ଆଦାୟରେ ବିଳମ୍ବ ହେଉ ବା ଅଧିକ ଓାଟ ର ବିଜୁଳି କାହିଁକି ସଂଯୋଗ କରିନାହଁ ଦର୍ଶାଯାଇ ତଥାକଥିତ ସ୍କ୍ୱାଡର ଚଢାଉ ମଧ୍ୟ ଆତଙ୍କ ସୃଷ୍ଟି କରିଛି । ବିନା ନୋଟିସରେ ଘରେ ଝିଅବୋହୁ ଥିବା ବେଳେ ଏହି ସବୁ ସ୍କ୍ୱାଡ ଘରେ ପଶି ହଠାତ ଜୁଲମ କରିବା ମନଇଚ୍ଛା ଫାଇନ ଧାର୍ଯ୍ୟ କରି ବ୍ରିଟିଶରାଜ ଚଳାଇଛି ।

ଟାଟା ପାୱାର ସହ ଅନୁବଂଧିତ ହୋଇ କୋଲକାତାର ଆରଆର ଡୁରା ନାମକ ସଂସ୍ଥା ମେଣ୍ଟେନାନ୍ସ ଦାୟିତ୍ୱରେ ଲାଇନମ୍ୟାନକୁ ସାହାଯ୍ୟ କରୁଥିବା ବେଳେ କର୍ତବ୍ୟ କନସୋଲେସନ ସଂସ୍ଥା ପକ୍ଷରୁ ମିଟର ରିଡିଂ ଓ ବିଲ ଆଦାୟ ପାଇଁ ନିୟୋଜିତ ରହିଥିଲେ ବି ସେମାନଙ୍କ ପାଖରେ ବିଲ ବଢିବା ସଂପର୍କରେ କୌଣସି ଉତ୍ତର ମଧ୍ୟ ନାହିଁ । ଦୀର୍ଘ ୧ ବର୍ଷ ହେବ ରାଜକନିକାର ବିଜୁଳି ଉପଭୋକ୍ତାଙ୍କୁ ଚୁନ ଲଗାଇ ଆବଂଟନ ସଂସ୍ଥା ଶୋଷଣ କରୁଥିବା ସଂପର୍କରେ ସ୍ଥାନୀୟ ଜେଏମଙ୍କୁ ପଚାରିବାରୁ ସେ ବି ସଠିକ ଉତ୍ତର ଦେଇ ନ ଥିଲେ । ଜିଲ୍ଲା ତମାମ ବିଜୁଳିର ବର୍ଦ୍ଧିତ ବିଲକୁ ନେଇ ସବୁଠି ଅସନ୍ତୋଷ ଦେଖା ଦେଇ ଥିବାରୁ ଜିଲ୍ଲା ପ୍ରଶାସନ ଉପଭୋକ୍ତାଙ୍କ ସୁରକ୍ଷା ପାଇଁ ଜରୁରୀ ବ୍ୟବସ୍ଥା ସହ ଦୃଢ ପଦକ୍ଷେପ ନେବାକୁ ଦାବୀ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର