ଲୋକଙ୍କ ଅଭିଯୋଗର ଶୀଘ୍ର ସମାଧାନ ନବୀନଙ୍କ ଗ୍ୟାରେଣ୍ଟି : କାର୍ତ୍ତିକ ପାଣ୍ଡିଆନ

The Sakala Picture
Published On

କୋରାପୁଟ: ଆଜି କୋରାପୁଟ ଜିଲ୍ଲା ପଟାଙ୍ଗୀ ଓ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର ସମୟରେ ଦେଖିବାକୁ ମିଳିଥିଲା ରାଜ୍ୟ ସରକାରଙ୍କ ପ୍ରତି ଲୋକଙ୍କ ଅଭୁତପୂର୍ବ ବିଶ୍ବାସ ଏହା ସହିତ ବିଜୁ ଜନତା ଦଳ ପ୍ରତି ଅତୁଟ ବିଶ୍ବାସ। ଏହା ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ବୋଲି ସମସ୍ତେ ଜାଣିଥିଲେ ବି ଅନେକ ଲୋକ ଆସି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଅଭିଯୋଗ ପତ୍ର ଦେଇଥିଲେ। କାମ ପୂରଣ ପାଇଁ କହିଥିଲେ। ସେମାନଙ୍କର […]

କୋରାପୁଟ: ଆଜି କୋରାପୁଟ ଜିଲ୍ଲା ପଟାଙ୍ଗୀ ଓ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର ସମୟରେ ଦେଖିବାକୁ ମିଳିଥିଲା ରାଜ୍ୟ ସରକାରଙ୍କ ପ୍ରତି ଲୋକଙ୍କ ଅଭୁତପୂର୍ବ ବିଶ୍ବାସ ଏହା ସହିତ ବିଜୁ ଜନତା ଦଳ ପ୍ରତି ଅତୁଟ ବିଶ୍ବାସ। ଏହା ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ବୋଲି ସମସ୍ତେ ଜାଣିଥିଲେ ବି ଅନେକ ଲୋକ ଆସି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଅଭିଯୋଗ ପତ୍ର ଦେଇଥିଲେ। କାମ ପୂରଣ ପାଇଁ କହିଥିଲେ। ସେମାନଙ୍କର ଦୃଢ ବିଶ୍ବାସ ଯେ ଏହି ସରକାର ହିଁ ପୁଣି ଥରେ ଜିତିବ। ସରକାର ଗଢିବ ଏବଂ ସେମାନଙ୍କ କାମ ମଧ୍ୟ ହେବ। ସେହି ବିଶ୍ବାସରେ ଆସୁଛି ସେମାନଙ୍କର ଅଭିଯୋଗ ପତ୍ର। ସଭାରେ ପାଣ୍ଡିଆନ କହିଥିଲେ ଯେ, ଜନଶୁଣାଣି ଜନସାଧାରଣଙ୍କ ବିଶ୍ବାସକୁ ମଜବୁତ କରିଛି । ଲୋକଙ୍କ ପ୍ରସ୍ତାବର ୭୦ ରୁ ୮୦ ଭାଗ କାମ ୨-୩ ମାସ ମଧ୍ୟରେ ପୂରଣ ହୋଇଛି। ଏହା ନବୀନଙ୍କ ଗ୍ୟାରେଣ୍ଟି ବୋଲି ସେ କହିଥିଲେ ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଏହା ସହିତ ବିରୋଧୀଙ୍କୁ ନିଜ ଭାଷଣରେ ଶାଣିତ ଆକ୍ରମଣ କରି ପାଣ୍ଡିଆନ କହିଲେ ଯେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲକ୍ଷ ଲକ୍ଷ ଲୋକ ସ୍ବାସ୍ଥ୍ୟସେବା ପାଉଥିବା ବେଳେ, ଜଣେ କେନ୍ଦ୍ରମନ୍ତ୍ରୀ ଏହାକୁ ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି । ଏପରିକି ମା ମାନଙ୍କୁ ଆମେ ଦୁବାଇ ପଠାଉଛୁ। ତାକୁ ବି ସେମାନେ ସହିପାରୁ ନାହାନ୍ତି। ସେ କାର୍ଯ୍ୟକ୍ରମକୁ ବନ୍ଦ କରିଦେଲେ । ଜନତା ତାଙ୍କୁ ଉଚିତ ଜବାବ ଦେବେ । ଏଠାରେ ଅନ୍ୟ ଦଳରୁ ଜଣେ ସାଂସଦ ହୋଇଛନ୍ତି । ଗତ ୫ ବର୍ଷ ମଧ୍ୟରେ ସେ କ’ଣ କରିଛନ୍ତି, କେହି ଜାଣନ୍ତି ନାହିଁ ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ମୁଖ୍ୟମନ୍ତ୍ରୀଙ୍କ ଜୋରଦାର ରୂପାନ୍ତର କାମ ଦେଖି ବିରୋଧୀଙ୍କ ନିଦ ହଜିଯାଇଛି ବୋଲି ମତଦେଇ ସେ କହିଥିଲେ ଯେ ନିର୍ବାଚନ ସମୟରେ ବିରୋଧୀ ଦଳର ନେତାମାନେ ବହୁତ ବଡ ବଡ କଥା କୁହନ୍ତି, ନିର୍ବାଚନ ସରିଗଲେ ଖୋଜିଲେ ବି ମିଳନ୍ତି ନାହିଁ, ଓଡିଶା ପାଇଁ ସେମାନେ ଗୋଟିଏ ବି କାମ କରିନାହାନ୍ତି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ । ତେଣୁ ଆପଣମାନେ ଉଭୟ ବିଧାନସଭା ଓ ଲୋକସଭାରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଦୁଇ ଥର ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତକୁ ଟାଣ କରିବାକୁ ସେ ଆହ୍ବାନ ଦେଇଥିଲେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ଏହି ସଭାରେ ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଜନଜାତି ଭାଇଭଉଣୀମାନଙ୍କୁ ବହୁତ ଭଲ ପାଆନ୍ତି। ଆପଣମାନଙ୍କ ପାଇଁ ସେ ଦିନରାତି କାମ କରୁଛନ୍ତି। ଜନଜାତି କଳା ଓ ସଂସ୍କୃତିର ପ୍ରସାର ପାଇଁ ସେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ଆପଣମାନଙ୍କ ପିଲାମାନେ ଯେପରି ଭଲ ପାଠ ପଢି ଭଲ ମଣିଷ ହେବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ 5T ସ୍କୁଲ ରୂପାନ୍ତର କରିଛନ୍ତି।

ମହିଳା ସଶକ୍ତିକରଣ ପ୍ରସଙ୍ଗ ଉଠାଇ ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ବାସ କରନ୍ତି । ଲୋକସଭାରେ ମହିଳା ମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ବିଜୁ ଜନତା ଦଳ ବହୁ ଆଗରୁ ଦାବୀ କରିଆସିଛି, ପଦକ୍ଷେପ ବି ନେଇଛି । ଆମର ୨୧ ସାଂସଦ ପ୍ରାର୍ଥୀରୁ ଆମ ମୁଖ୍ୟମନ୍ତ୍ରୀ ୭ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାମ ହିଁ କଥା କହେ ।

ମହିଳା ସଶକ୍ତିକରଣ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ, କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଗୁ ୪ ଲକ୍ଷ ମା ଉପକାର ପାଇଛନ୍ତି ବୋଲି ସେ କହିଥିଲେ । ସେହିପରି ଚାଷୀ ମାନଙ୍କୁ ମଧ୍ୟ କାଳିଆ ଯୋଜନାରେ ଆର୍ଥିକ ସୁବିଧା ଦିଆଯାଉଛି, ଫସଲ ବୀମାର ପ୍ରିମିଅମ ରାଜ୍ୟ ସରକାର ଦେଉଛନ୍ତି ଓ ସେମାନଙ୍କୁ ମଧ୍ୟ ବିନା ସୁଧରେ ଋଣ ଦିଆଯାଇ ସଶକ୍ତିକରଣ କରାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର