ମନୋରଞ୍ଜନ
ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ପାଇଁ କୋଶ୍ଚିନ୍ ବ୍ୟାଙ୍କ ପ୍ରକାଶ କଲା CHSE, ପରୀକ୍ଷା ପାଇଁ ପ୍ରସ୍ତୁତିରେ ହେବ ସହାୟକ
ଭୁବନେଶ୍ବର : ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର। ପ୍ରଥମ ଥର ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରକାଶ କଲା କୋଶ୍ଚିନ୍ ବ୍ୟାଙ୍କ୍। ପରୀକ୍ଷାର୍ଥୀ ମାନେ କୋଶ୍ଚିନ୍ ବ୍ୟାଙ୍କରୁ ପ୍ରଶ୍ନ ନେଇ ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିବେ। CBSE ଓ ICSE ବୋର୍ଡ ପକ୍ଷରୁ ପ୍ରତି ବର୍ଷ କୋଶ୍ଚିନ୍ ବ୍ୟାଙ୍କ୍ ଜାରି କରାଯାଇଥାଏ। ଯାହାକି ପରୀକ୍ଷାର୍ଥୀଙ୍କ ପ୍ରସ୍ତୁତି ରେ ସହାୟକ ହୁଏ। କିନ୍ତୁ ଚଳିତ ବର୍ଷର ପ୍ରଥମ ଥର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ […]
ଭୁବନେଶ୍ବର : ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର। ପ୍ରଥମ ଥର ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରକାଶ କଲା କୋଶ୍ଚିନ୍ ବ୍ୟାଙ୍କ୍। ପରୀକ୍ଷାର୍ଥୀ ମାନେ କୋଶ୍ଚିନ୍ ବ୍ୟାଙ୍କରୁ ପ୍ରଶ୍ନ ନେଇ ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିବେ। CBSE ଓ ICSE ବୋର୍ଡ ପକ୍ଷରୁ ପ୍ରତି ବର୍ଷ କୋଶ୍ଚିନ୍ ବ୍ୟାଙ୍କ୍ ଜାରି କରାଯାଇଥାଏ। ଯାହାକି ପରୀକ୍ଷାର୍ଥୀଙ୍କ ପ୍ରସ୍ତୁତି ରେ ସହାୟକ ହୁଏ।

କିନ୍ତୁ ଚଳିତ ବର୍ଷର ପ୍ରଥମ ଥର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାର୍ଥୀଙ୍କ ପାଇଁ କୋଶ୍ଚିନ୍ ବ୍ୟାଙ୍କ ପ୍ରକାଶ କରାଯାଇଛି। chseodisha.nic.in ୱେବସାଇଟରେ କୋଶ୍ଚିନ୍ ବ୍ୟାଙ୍କ୍ ଉପଲବ୍ଧ ଅଛି। ପ୍ରଥମ ପର୍ଯ୍ୟାୟ ରେ ଫିଜିକ୍ସ, କେମିଷ୍ଟ୍ରି, ମେଥ୍ମେଟିକ୍ସ ଓ ବାୟୋଲୋଜି ବିଷୟର ପ୍ରଶ୍ନ ଉପଲବ୍ଧ ରହିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ବିଷୟର ପ୍ରଶ୍ନ ଅପ୍ ଲୋଡ କରାଯିବ। କୋଶ୍ଚିନ୍ ବ୍ୟାଙ୍କରୁ କୋଶ୍ଚିନ୍ ନେଇ ପିଲାମାନେ ପରୀକ୍ଷା ପାଇଁ ପସ୍ତୁତ ହେବା ପାଇଁ ସଚେତନ କରିବାକୁ ସବୁ ଯୁକ୍ତ ଦୁଇ କଲେଜ୍ ଅଧ୍ୟକ୍ଷଙ୍କୁ CHSE ପକ୍ଷରୁ ଚିଠି କରାଯାଇଛି।





